Nojoto: Largest Storytelling Platform

ଶୀଘ୍ର ଡାକ୍ତରଖାନା ନିଅ ଦାଦାଙ୍କୁ,ତାଙ୍କୁ ନିଃଶ୍ୱାସ ନବାର

ଶୀଘ୍ର ଡାକ୍ତରଖାନା ନିଅ ଦାଦାଙ୍କୁ,ତାଙ୍କୁ ନିଃଶ୍ୱାସ ନବାରେ କଷ୍ଟ ହେଲାଣି, ଆମ୍ବୁଲାନ୍ସ କୁ କଲ୍ କର କହି ଏମିତି ଛଟପଟ ହେଉଥିଲା ଲିପୁନ୍ ତାର ବାପା ଙ୍କ ଦାଦାଙ୍କୁ ଦେଖି। ବାପା ବୋଉକୁ ବାରମ୍ବାର ପାଟି କରିବାରେ ଲାଗୁଥାଏ।ଦାଦାଙ୍କ ନିଜ ପୁଅଝିଅ ନ ଥିଲେ ସେଥିପାଇଁ ତାଙ୍କ ବଡ଼ଭାଇ ର ସାନ ପୁଅକୁ ପୋଷ୍ୟପୁତ୍ର କରିଥିଲେ ଆଉ ଲିପୁନ ତାଙ୍କ ପୁଅ।ସେ ଛୋଟ ଥିଲା ବେଳୁ ନିଜ ଜେଜେ ମା ଆଉ ଜେଜେ ବାପାଙ୍କୁ ହରେଇଛି ଯାହା ସ୍ନେହ ପାଇଛି ଦାଦାଙ୍କଠୁ।ବାପା ବୋଉ ଦାଦା କହନ୍ତି ବୋଲି ସେ ବି ଦାଦା କହୁଛି ଛୋଟରୁ। ପିଲା ବେଳୁ କେତେ ଗପ ଶୁଣିଛି,ସୁଖ ଦୁଃଖ ହେଇଛି,ତାଙ୍କୁ ନେଇ ବହୁତ୍ ସ୍ନେହ ଆଉ ମାୟା ତାର।ବାପା ବୋଉ ତାଙ୍କୁ ଅଲଗା ଜାଗାରେ ଖାଇବାକୁ ଦିଅନ୍ତି ଆଉ ସେ ଜିଦ୍ କରେ ନିଜ ସାଙ୍ଗେ ଖୁଆଇ ବାକୁ ସେ କିଛି ବୁଝିପାରେ ନାହିଁ।ବୋଉ ବହୁତ୍ ସରଳ ଭାଷାରେ ବୁଝାଇ ଦିଏ ସେ ଗୁରୁଜନ ତାଙ୍କୁ ସମ୍ମାନ କରି ଅଲଗା ଖାଇବାକୁ ଦିଆ ହୁଏ ଯେମିତି ଠାକୁରଙ୍କୁ।ନିରୀହ ମନ ତାର ବୁଝାଇବାରେ ବୁଝିଯାଏ। ଆମ୍ବୁଲାନ୍ସ ନୁହଁ ଗୋଟେ କାର୍ ଟେ ଦୁଆର ମୁହଁରେ ପହଞ୍ଚିଲା ଆଉ ସବୁ ସାମାନ ଯୋଗାଡ଼ ହେଲା ହେଲେ ବୋଉ କଣ ଗୋଟେ ଭୁଲିଯାଇ ଦଉଡ଼ି ଗଲା ଘରକୁ ଆଣିବା ପାଇଁ।ଡାକ୍ତରଖାନା ଯିବା ଆଗରୁ ତହସିଲ କାର୍ଯ୍ୟାଳୟ ଗଲେ ତାଙ୍କ ନାଁ ରେ ଥିବା ସମ୍ପତ୍ତିକୁ ଦଖଲ କରିବା ପାଇଁ।ସେ ନିରୀହ ଆତ୍ମା ସବୁଥିରୁ ଅଜଣା ନିଜ ବାପା ବୋଉଙ୍କୁ ଆଦର୍ଶ ମାନୁଛି।ଏବେ ଡାକ୍ତରଖାନା ରେ ଦାଦାଙ୍କ ଚିକିତ୍ସା ଚାଲିଛି , ଲିପୁନ୍ ଦେଖୁଛି ସେ ଟିକ୍ ଟିକ୍ କରୁଥିବା ସେ ଘଣ୍ଟା କଣ୍ଟା କୁ କେବେ ସେ ଭଲ ହେବେ ଆଉ ଘରକୁ ଯିବେ।ଆଉ ତା ବାପା ବୋଉ ବି ସେ ଘଣ୍ଟା କଣ୍ଟା କୁ ଅନେଇ ରହିଛନ୍ତି ଆଉ କେତେ ସମୟ ତାଙ୍କ ନିଃଶ୍ୱାସ ଚାଲିବ।
 ଶୀଘ୍ର ଡାକ୍ତରଖାନା ନିଅ ଦାଦାଙ୍କୁ,ତାଙ୍କୁ ନିଃଶ୍ୱାସ ନବାରେ କଷ୍ଟ ହେଲାଣି, ଆମ୍ବୁଲାନ୍ସ କୁ କଲ୍ କର କହି ଏମିତି ଛଟପଟ ହେଉଥିଲା ଲିପୁନ୍ ତାର ବାପା ଙ୍କ ଦାଦାଙ୍କୁ ଦେଖି। ବାପା ବୋଉକୁ ବାରମ୍ବାର ପାଟି କରିବାରେ ଲାଗୁଥାଏ।ଦାଦାଙ୍କ ନିଜ ପୁଅଝିଅ ନ ଥିଲେ ସେଥିପାଇଁ ତାଙ୍କ ବଡ଼ଭାଇ ର ସାନ ପୁଅକୁ ପୋଷ୍ୟପୁତ୍ର କରିଥିଲେ ଆଉ ଲିପୁନ ତାଙ୍କ ପୁଅ।ସେ ଛୋଟ ଥିଲା ବେଳୁ ନିଜ ଜେଜେ ମା ଆଉ ଜେଜେ ବାପାଙ୍କୁ ହରେଇଛି ଯାହା ସ୍ନେହ ପାଇଛି ଦାଦାଙ୍କଠୁ।ବାପା ବୋଉ ଦାଦା କହନ୍ତି ବୋଲି ସେ ବି ଦାଦା କହୁଛି ଛୋଟରୁ। ପିଲା ବେଳୁ କେତେ ଗପ ଶୁଣିଛି,ସୁଖ ଦୁଃଖ ହେଇଛି,ତାଙ୍କୁ ନେଇ ବହୁତ୍ ସ୍ନେହ ଆଉ ମାୟା ତାର।ବାପା ବୋଉ ତାଙ