Nojoto: Largest Storytelling Platform

Blue Moon ବୋଧ ହୁଏ.. ମୋ ଭାବନା ରେ.. ବହୁତ ଦୂର କୁ ଉଡିଯ

Blue Moon ବୋଧ ହୁଏ..
ମୋ ଭାବନା ରେ..
ବହୁତ ଦୂର କୁ ଉଡିଯାଇଥିଲି ମୁଁ...,,
କିନ୍ତୁ ତମେ.. ପାଦ ଥାପିଥିଲ ଭୂଇଁରେ..,,

ହଁ ,,ବୋଧ ହୁଏ ମୁଁ ବୁଡ଼ି ଯାଇଥିଲି
ପ୍ରେମ ର ଅଗଭୀର ସାଗର ରେ..,,ହେଲେ ତମେ..
ଢେ଼ଉଟିଏ ହୋଇ ...
କୂଳ କୁ ଛୁଉଁ ଥିଲ.. ପୁଣି ଫେରି ଯାଉଥିଲ..
ସାଗର ର ସେଇ ମଝିକୁ..,,

ଆଜି ବି ମୁଁ.. ସେଇ ଉଡ଼ିବାର ଓ ବୁଡ଼ିବାର
ଶକ୍ତ ଅନୁଭବ ରେ ଭରା.. ଅସ୍ତିତ୍ୱ କୁ
ଜାବୁଡ଼ି ଧରି ...ଲୁହଗଡ଼ାଇ ଚାଲିଛି..
ଜୀବନର ଅଦୃଶ୍ୟ ପଥରେ..

କେବଳ ଏକୁଟିଆ ହୋଇ..
ଅକୁହା କାହାଣୀ ର 
ବିଦଗ୍ଧ ନାୟିକା ସାଜି..
ନା ଆକାଶ ର ଛାତିରେ..
ନା ସାଗର ର ଗଭୀରତା ରେ..
କେବଳ ନିଜେ ମୁଁ..
ଆପଣା ଭିତରେ....

©Kalpalata Kanungo
  #bluemoon "ବିଦଗ୍ଧ ନାୟିକା"

#bluemoon "ବିଦଗ୍ଧ ନାୟିକା" #କବିତା

153 Views