କଳା କାହ୍ନୁ ତୋର ରଙ୍ଗ ଯେ କଳା, ରାଧା ରଙ୍ଗ ଦେଖି କଲୁ ଅବୀର ବୋଳା। ସେବେ ଠୁ ପାଳନ ହୁଅଇ ହୋଲି, କୁହନ୍ତି ପୁଣି ହୋଲିକା ଦହନ ବୋଲି। ବିଷ୍ଣୁ ଭକ୍ତ ବୋଲି ପୁତ୍ର, ପିତା ପାଞ୍ଚିଲା, ହୋଲିକା ଧରିଣ ତାକୁ କୋଳେ ବସିଲା। ଜଳିଥିଲା ନିଆଁ ଦୁଇଟି ଦିନ, ବ୍ରହ୍ମାଙ୍କ ଠାରୁ ସେ ପାଇଥିଲା ବରଦାନ। ନିଆଁରେ ସେ କେବେ ଜଳିବ ନାହିଁ, କିନ୍ତୁ, ଜଳିଲା ହୋଲିକା ପାପ କରମ ପାଇଁ। ନିଆଁରୁ ଉଠି ଆସିଲା ପ୍ରହଲ୍ଲାଦ, ନଗରେ ଖେଳିଗଲା କେତେ ଆହ୍ଲାଦ। ଭାଙ୍ଗିଲା ପାପୀ ଙ୍କ ସବୁ ଗରବ, ପାଳିଲେ ସମସ୍ତେ ହୋଲି ପରବ। #wishing you #all#Happy#Holikadahan🙂