ନିଷ୍ଠୁର ଘସ୍ର (ଦିନ), ଧୂମ୍ର।ଭ ଦିଗନ୍ତ... ଅବିଶ୍ରାନ୍ତ ବିଷାଦର ବର୍ଷା, ଆଉ ଅକ୍ଲାନ୍ତ ଅନିଳ(ପବନ) ଶୀର୍ଣ୍ଣ ପାନ୍ଥଶାଳାର ଜୀର୍ଣ୍ଣ କାନ୍ଥକୁ ଜାବୁଡି ଧରି ଜୀବନସହ ଲଢ଼େଇକରୁଛି କ୍ଷୀଣ ଏକ ଦ୍ରାକ୍ଷାଲତା । ଶୁଷ୍କ ପତ୍ର ପତିତ ହୁଏ ପ୍ରତି ମୁହୂର୍ତ୍ତ... ନିଷ୍ଠୁର ଦିବସ, ଧୁମ୍ର।ଭ ଦିଗନ୍ତ ... ମୋ ଜୀବନ... ନିଷ୍ଠୁର, ଧୂମ୍ର।ଭ, ଆଉ ଅବିଶ୍ରାନ୍ତ ବିଷାଦର ବର୍ଷା । କ୍ଲାନ୍ତ ହୀନ ଅନିଳ ... ମୋ ଭାବନାରେ ଧସେଇ ପସେ ବିଫଳତାର ଅତୀତକୁ ନେଇ । ତଥାପି ବିଷାଦ ମନରେ ନବଚେତନାର ତୂର୍ଯ୍ୟନାଦ ଗଢି ଚାଲେ ଆଶାର ସୌଧ । ସହସ୍ର ଛଳନାର ବାଦଲ ଉହାଡୁ ଉଙ୍କିମାରେ ସତ୍ୟର ସୂର୍ଯ୍ୟାଲୋକ । ତୁମ ନିୟତି ଆଉ ମୋ ନିୟତି ସବୁଠି ଦଲକାଏ ବିଷାଦର ବର୍ଷା... କିଛି ଦିନ ନିଷ୍ଠୁର ଆଉ ଧୂମ୍ର।ଭ ତଥାପି ବିଷାଦ ମନରେ ନବଚେତନାର ତୁର୍ଯ୍ୟ ନାଦ ଗଢିଚାଲୁ ଆଶାର ସୌଧ । ©PRANAY KUMAR SAHU #rainyday