Nojoto: Largest Storytelling Platform

∆∆ ବାକି ଅଛି କିଛି ∆∆ ବାକି ଅଛି କିଛି, ଗୁଡ଼ାଏ ପ୍ରଶ୍ନର

∆∆ ବାକି ଅଛି କିଛି ∆∆

ବାକି ଅଛି କିଛି, ଗୁଡ଼ାଏ ପ୍ରଶ୍ନର
ଉତ୍ତର ଯେ ପାଇବାକୁ..
ବାକି ଅଛି କିଛି, ନିଦୁଆ ସପନ 
ରାତିନାହିଁ ଦେଖିବାକୁ...।
ବାକି ଅଛି କିଛି, ବିଚ୍ଛିନ୍ନ ସମ୍ପର୍କ
କରିବାକୁ ଏକାକାର..
ବାକି ଅଛି କିଛି, ବେସୁରା ସଙ୍ଗୀତ
ଦେବାକୁ ହେବ ତା' ସ୍ୱର...।
ବାକି ଅଛି କିଛି, ଚାଲିବାକୁ ବାଟ
ସରିବା ପର୍ଯ୍ୟନ୍ତ ରାସ୍ତା..
ବାକି ଅଛି କିଛି, ଜୀବନ ସଉଦା
ମହଙ୍ଗା ହେଉ କି ଶସ୍ତା...।
ବାକି ଅଛି କିଛି, ଅମଙ୍ଗ ଦାୟିତ୍ୱ
ତୋଲାଇବା ହେବ ମୋତେ..
ବାକି ଅଛି କିଛି, ଓଲଟା ସମୟ
ସଜାଡିବା ହେବ ମୋତେ...।
ବାକି ଅଛି କିଛି, ନିବୁଜ ଦରଦ
କାନ୍ଦିବାକୁ ମନ ଥରେ..
ବାକି ଅଛି କିଛି, ଅଭୁଲା ସେ ସ୍ମୃତି
ମୋ ମନ କାନଭାସ୍ ...।

©Iswar Meher something is wait...

#Hope
∆∆ ବାକି ଅଛି କିଛି ∆∆

ବାକି ଅଛି କିଛି, ଗୁଡ଼ାଏ ପ୍ରଶ୍ନର
ଉତ୍ତର ଯେ ପାଇବାକୁ..
ବାକି ଅଛି କିଛି, ନିଦୁଆ ସପନ 
ରାତିନାହିଁ ଦେଖିବାକୁ...।
ବାକି ଅଛି କିଛି, ବିଚ୍ଛିନ୍ନ ସମ୍ପର୍କ
କରିବାକୁ ଏକାକାର..
ବାକି ଅଛି କିଛି, ବେସୁରା ସଙ୍ଗୀତ
ଦେବାକୁ ହେବ ତା' ସ୍ୱର...।
ବାକି ଅଛି କିଛି, ଚାଲିବାକୁ ବାଟ
ସରିବା ପର୍ଯ୍ୟନ୍ତ ରାସ୍ତା..
ବାକି ଅଛି କିଛି, ଜୀବନ ସଉଦା
ମହଙ୍ଗା ହେଉ କି ଶସ୍ତା...।
ବାକି ଅଛି କିଛି, ଅମଙ୍ଗ ଦାୟିତ୍ୱ
ତୋଲାଇବା ହେବ ମୋତେ..
ବାକି ଅଛି କିଛି, ଓଲଟା ସମୟ
ସଜାଡିବା ହେବ ମୋତେ...।
ବାକି ଅଛି କିଛି, ନିବୁଜ ଦରଦ
କାନ୍ଦିବାକୁ ମନ ଥରେ..
ବାକି ଅଛି କିଛି, ଅଭୁଲା ସେ ସ୍ମୃତି
ମୋ ମନ କାନଭାସ୍ ...।

©Iswar Meher something is wait...

#Hope
iswarmeher6584

Iswar Meher

New Creator