Nojoto: Largest Storytelling Platform

ଭଲଲାଗେ ************* ପୂର୍ଣ୍ଣମୀ ରାତିରେ ଜହ୍ନ ଠାରୁ ବ

ଭଲଲାଗେ 
*************
ପୂର୍ଣ୍ଣମୀ ରାତିରେ ଜହ୍ନ ଠାରୁ ବେଶି 
ତମକୁ ଦେଖିବାକୁ ଭଲଲାଗେ..
ଅମାବାସ୍ୟା ର ଅନ୍ଧାରରେ 
ତମ ସହ ଲୁଚକାଳି ଖେଳିବାକୁ ଭଲଲାଗେ...
ସାରା ସହର ଶୋଇଯିବା ପରେ 
ତମ ପାଇଁ ଉଜାଗର ରହିବାକୁ ଭଲଲାଗେ...
ବାସ୍ତବତା ଠାରୁ କିଛି ସମୟର ବିରତି ନେଇ 
ତମ ସ୍ୱପ୍ନରେ ଭିଜିବାକୁ ଭଲଲାଗେ..
ବାର ବାର ନିଜକୁ ଖୋଜିବାର ମିଛ ଚେଷ୍ଟା କରି  ହାରିଯିବା ପରେ 
ତମ ଭିତରେ ହଜି ଯିବାକୁ ଭଲଲାଗେ..
ସମସ୍ତଙ୍କ ଠାରୁ ଦୂରେଇ ବାସ୍ 
ତମ ବାହୁ ବନ୍ଧନରେ ଶୋଇଯିବାକୁ ଭଲଲାଗେ...
ହଁ ତମ ସହ ଏଇ ପୁରା ପୃଥିବୀଟା 
କାଇଁ ଭାରି ଭଲଲାଗେ....

******

©Subrat Kanungo #Yaari
ଭଲଲାଗେ 
*************
ପୂର୍ଣ୍ଣମୀ ରାତିରେ ଜହ୍ନ ଠାରୁ ବେଶି 
ତମକୁ ଦେଖିବାକୁ ଭଲଲାଗେ..
ଅମାବାସ୍ୟା ର ଅନ୍ଧାରରେ 
ତମ ସହ ଲୁଚକାଳି ଖେଳିବାକୁ ଭଲଲାଗେ...
ସାରା ସହର ଶୋଇଯିବା ପରେ 
ତମ ପାଇଁ ଉଜାଗର ରହିବାକୁ ଭଲଲାଗେ...
ବାସ୍ତବତା ଠାରୁ କିଛି ସମୟର ବିରତି ନେଇ 
ତମ ସ୍ୱପ୍ନରେ ଭିଜିବାକୁ ଭଲଲାଗେ..
ବାର ବାର ନିଜକୁ ଖୋଜିବାର ମିଛ ଚେଷ୍ଟା କରି  ହାରିଯିବା ପରେ 
ତମ ଭିତରେ ହଜି ଯିବାକୁ ଭଲଲାଗେ..
ସମସ୍ତଙ୍କ ଠାରୁ ଦୂରେଇ ବାସ୍ 
ତମ ବାହୁ ବନ୍ଧନରେ ଶୋଇଯିବାକୁ ଭଲଲାଗେ...
ହଁ ତମ ସହ ଏଇ ପୁରା ପୃଥିବୀଟା 
କାଇଁ ଭାରି ଭଲଲାଗେ....

******

©Subrat Kanungo #Yaari