।।। ଶୂନ୍ୟତା ।।। ନିସ୍ତବ୍ଧ, ନୀରବ ଆଜି ଏ ହୃଦୟ, ଲାଗିଥିଲା ମେଳା ଦିନେ ଯେଉଁଠି, ତୁମ ମିଠା କଥାର, ତୁମ ମନ ଖୋଲା ହସର, ଆଉ ତୁମର ପରିପୁରକ ପ୍ରତିଟି ଭାବର । ସତେ ଯେମିତି ମୋ ହୃଦୟର ଅନ୍ଧାରି ମୁଲକେ ଉଦିତ ହୋଇ ଥିଲା କୁଢ କୁଢ ଆଶାର ସୂରୁଜ, ଅଜସ୍ର ସ୍ୱପ୍ନର ଜହ୍ନ ତାରା । ହେଲେ ପ୍ରେମାନ୍ଧ ଏ ମନ ମୋର, ଠଉରାଇ ପାରିଲା ନାହିଁ ତୁମ ଭାବାବେଗ ର ଅର୍ଥ । ଯାହାକୁ ମନେ କରିଥିଲା ତୃଷ୍ଣା ର ଜଳ, ତାହା ଆଖି ପିଛୁଳାକେ ପାଲଟିଥିଲା ମରୀଚିକା। ମୁଁ ତ କରିଥିଲି ତୁମ ପାଖରେ ସମର୍ପଣ, ମୋ ତନୁମନ , ମୋ ସାରା ଜୀବନ । ହେଲେ ତୁମେ ଦେଖିପାରିଲ ନାହିଁ ସାଥୀ, ମୋ ହୃଦୟର ପବିତ୍ରତା, ମୋ ଆତ୍ମାର ଦିବ୍ୟତା । ମାପି ପାରିଲ ନାହିଁ ମୋ ପ୍ରେମର ଗଭୀରତା , ଆଉ ଭରିଦେଇ ଗଲ ମୋ ହୃଦୟରେ ପୂର୍ବ ପ୍ରାୟ ପୁଳାଏ ଶୂନ୍ୟତା । #ପ୍ରେମ #ସମର୍ପଣ #ମରୀଚିକା # ହୃଦୟ #ମନ #ଦିବ୍ୟ #ଶୂନ୍ୟତା #YQdidi #yqbaba #yourquote #BoostThyself #odia #YQBhaina #YQOdia #MunOdia #YoPoWriMo #Poem #poetry #dibya