Nojoto: Largest Storytelling Platform

-:: ମା ::- ଦୁନିଆର ଗହଳିରେ ଯେବେ ଥକିପଡେ ମୁଁ ଆଉ ବ୍ୟ

  -:: ମା ::-

ଦୁନିଆର ଗହଳିରେ ଯେବେ ଥକିପଡେ ମୁଁ ଆଉ ବ୍ୟତିବ୍ୟସ୍ତ ଦୁନିଆ ଥାଏ,
ମନକଥା ବଖାଣି ବି ଯେବେ ପ୍ରତିଉତ୍ତରେ "ହଉ ଛାଡ ସେ ସବୁ ଡେରି ହେଲାନି ମୋର" ବହୁତ ହାଲକା ମିଜାଜରେ ସିଏ କହେ ॥

ପେଟର ଭୋକକୁ ଆଖିର ଲୁହ ଶାନ୍ତକରି ଶୁଆଇ ଦେଇ ଯେଵେ ନିଜେ ଶୋଇପାରେନା,
ମୋ ତକିଆର ଉଷ୍ମତା ବି ଯେବେ ମୋ ମନକୁ ଥଣ୍ତା କରିପାରେନା ॥

ସେବେ ଫୋନର ସେ ଅସଂଖ୍ଯ ନାଁ ଭିତରୁ ବି ଢଳଢଳ ଆଖି ଠାଉରେଇ ଦିଏ ସେ ସବୁଠୁ ପୁରୁଣା ନାଁ ଟିକୁ  ,
ଆଉ ବିନା ଚେଷ୍ଟାରେ ଜଳଜଳ ହୋଇ ଦିଶେ ସେ ଚେହେରା ଯାହା ପାଖେ ମୁଁ ସବୁକିଛି ॥

ଯିଏ ଦୁନିଆ ଜଞ୍ଜାଳରେ ବନ୍ଧା ପଡିବି ସମୟ ନିତି ସାଇତି ଥାଏ କିଛି ମୋ ପାଇଁ,
ନା କିଛି ଆଶା ଥାଏ ନା କିଛି ଅଭିମାନ ତାର ମୋ ପାଖେ, ଖାଲି ଥାଏ ନିଛନ୍ଦ ଭଲପାଇବା ମୋ ପାଇଁ ॥

କିଛି କହିବା ଆଗରୁ ହି ବୁଝିଯାଉଥିଲା ଯିଏ ପେଟର ଭୋକ, ତା' ଠୁ କଣ ଲୁଚେଇ ହବ କେବେ ଦୁଃଖ,
ଆଜିବି ଶାନ୍ତି ଟିକେ ମିଳେନି କୋଉଠି ଯେବେ, ହାତ ଠାରି ଡାକେ ମୋତେ ସେ ଅଧା ଭିଜା ପଣତର ସୁଖ ॥ #ହାତଠାରିଡାକେ2 #yqbhainan #yqodia #munodia #odiakavita #odiawritings #challenge #kuchbateeinankahi