କାହାକୁ କିଛି ଫରକ୍ ପଡ଼େ କି ? ଯଦି ଜଣେ ଲେଖକ ତାର କଲମ ଭାଙ୍ଗିଦିଏ ! ଯଦି ଜଣେ ଚିତ୍ରକର ନିଜ ତୁଳୀକୁ ଫିଙ୍ଗିଦିଏ ! ଯଦି ଜଣେ ଅଭିନେତା ଅଭିନୟ ଛାଡିଦିଏ ! ଯଦି ଜଣେ କଥାକାର ନିଜ ବହିକୁ ଫାଡ଼ିଦିଏ ! ଯଦି ଜଣେ ନୃତ୍ୟଶିଳ୍ପୀ ଅଳଙ୍କାର ଖୋଲିଦିଏ ! ଯଦି ଜଣେ ଗାୟକ ସାଧନା ହିଁ ଭୁଲିଯାଏ ! ଦୁନିଆକୁ ରଙ୍ଗୀନ୍ ରୂପରେଖ ଦେଉଥିବା କଳାକାରର କଳା ଧଳା ସ୍ବପ୍ନ ଭାଙ୍ଗିଗଲେ କାହାକୁ ବା କଣ ଫରକ୍ ପଡ଼ିବ ! ଫରକ୍ ପଡ଼ିବ ଯଦି ଖାଲି ସେଇ ଜଣଙ୍କୁ ଯିଏ ନିଜ କଳାକୁ ଆଦରି କାନ୍ଦୁଥିଲା, ହସୁଥିଲା, ରାଗୁଥିଲା, ଋଷୁଥିଲା ହେଲେ ହାରିଗଲା; କାହାଣୀ ଆରମ୍ଭ ହେବା ଆଗରୁ ହିଁ ସରିଗଲା; ସେ ନିଜେ ବି ହିସାବ ରଖିନି କି କେତେ ଲୁହ ଝରିଗଲା ଯେବେ ଜୀବନ୍ତ ଦୃଷ୍ଟିକୋଣକୁ ଜାଳି କଳାକାର ଟିଏ ମରିଗଲା । @suvam@ ©Saipada Brajamohan #kalakar କାହାକୁ କିଛି ଫରକ୍ ପଡ଼େ କି ?