ମୋ ମାଆ ଆଖିରେ ତୋର ଆଖି ମିଶାଇ କଥା କହି ତତେ ମୁଁ ଦିଏ ହସାଈ ।। ସବୁ ଅଳି ମୋର ସହି ଯାଉ ତୁହି ଶୁଖିଲା ମୁହଁକୁ ମୋ ଚାହିଁ ।। ଜୀବନରେ କେବେ ସୁଝି ପାରିବିନି ତୋ ଋଣ କୋଳରେ ବସାଇ ଖୁଆଇଛୁ ଯେ ଭାତ ତିଅଣ ।। ସଭିଁଏ କୁହନ୍ତି ଝିଅ ନୁହେଁ ନିଜର କରିଛୁ ତୁ ମତେ ଅତି ଆପଣାର ।। ମୁଁ ତୋର ଗେହ୍ଲି ଝିଅ ଯିବି ଯେବେ ଶାଶୁଘର ମାଁ ଯେ ମୋର କରିଦେବୁନି ମତେ ପର ।। ପଣତ କାନିରେ ରଖିବୁ ଘୋଡାଇ ନେଇଯିବ କିଏ ମତେ ତୋ ଠାରୁ ଚୋରାଇ ।। ମୋ ମାଆ.. This poem tells about the relationship between mother and daughter.how does a mother raise a daughter and after her marriage she becomes alien. #yqodia #yqodiawriting #yqodiawriters #yqodiapoetry #yqodiakabita