ମୋ ପ୍ରିୟା ********** ମୁଁ ଜାଣିଛି ସେ ଆଉ କା ସେଜରେ ରାତି କାଟୁଛି ସତ ହେଲେ ସ୍ବପ୍ନ ମୋର ଦେଖୁଛି।। ସେ ଆଉ କାହା ଘରେ ସଞ୍ଜ ଜାଳୁଛି ସତ ହେଲେ ଶୁଭ ମୋର ମାନସୁଛି।। ସିନ୍ଦୁର ଆଉ କାହା ନା ରେ ପିନ୍ଧିଛି ସତ ହେଲେ ଆୟୁଷ ମୋର ମାଗୁଛି।। ସେ ଆଉ କା ଓଠରେ ତ ଓଠ ଛନ୍ଦିଛି ସତ ହେଲେ ମୋ ଚୁମ୍ବନର ମାଦକତା ଖୋଜୁଛି।। ସେ ଆଉ କା କୋଳରେ ମୁଣ୍ଡ ରଖିଛି ସତ ହେଲେ ମୋ ହାତର ଆଉଁଶା ଖୋଜୁଛି।।ଲ ଶୁଣୁଛି ତା ପୁଅ ର ନା ଲେଖା ସରିଛି ଆଉ ତା'ର ନା ସେ SK ରଖିଛି।। ****** ©Subrat Kanungo #chaandsifarish