Nojoto: Largest Storytelling Platform

ମାତା ଦେବୀ କାତ୍ୟାୟନୀ _🍁🍁🍁🍁🍁🍁🍁______________

ମାତା ଦେବୀ କାତ୍ୟାୟନୀ 
_🍁🍁🍁🍁🍁🍁🍁________________________

ହେ ସିଂହବାହିନୀ ଦେବୀ କାତ୍ୟାୟନୀ 
କମଳ ପୁଷ୍ପ ଧାରିଣୀ ।
ଚତୁର୍ଭୁଜେ ଶୋଭା ଅସ୍ତ୍ର ଶସ୍ତ୍ର ବିଭା
ତୁମ୍ଭେ ଶକ୍ତି ସ୍ଵରୁପିଣୀ ।

ଷଷ୍ଠ ଦିବସର ନବରାତ୍ରୀ ରେ ମା
ତୁମ୍ଭ ରୂପ ଅଭିବ୍ୟକ୍ତି।
ତୁମ୍ଭେ ସୃଷ୍ଟି କତ୍ରୀ ଜଗତର ଧାତ୍ରୀ
ତୁମ୍ଭେ ଶିରୀ ଆଦି ଶକ୍ତି।

ଜଗତ ଜନନୀ ସୌନ୍ଦର୍ଯ୍ୟ ବଦନୀ 
ଭାଷ୍କର ପ୍ରଭା ଶୋଭିନୀ ।
 ଋଷି କାତ୍ୟାୟନ ଗୃହେ ହେଲ ଜନ୍ମ
ପୁତ କମଳ ମଣ୍ଡିନୀ ।

ଗୋପୀ ଗୋପାଙ୍ଗିନୀ ପୂଜା କଲେ ତତେ
କୃଷ୍ଣଙ୍କୁ ଲଭିବା ପାଇଁ।
ଆବିର୍ଭୁତ ହେଲ ତାଙ୍କ ମନ ଜାଣି 
କୃଷ୍ଣ ରସେ ହେଲେ ବାଇ ।

ବ୍ରଜମଣ୍ଡଳିନୀ ପ୍ରଣତପାଳିନୀ 
ତୁହି ମାତା ସ୍ନେହାସିନୀ।
ତୁମ୍ଭେ ଲଭି ବ୍ରଜେ ହେଲେ ଆହ୍ଲାଦିତ 
ତୁମ୍ଭେ ସୁଫଳ ଦାୟିନୀ ।

କୃତି କୀର୍ତ୍ତି ଯଶ ତୁମରି ଆଶିଷ 
ଦେଇଥାଅ ଭକ୍ତେ ଢାଳି ।
ତୁମରି କାରୁଣ୍ୟେ ତୁମରି ବଦାନ୍ୟେ 
ଝୋଳା କର ନାହିଁ ଖାଲି ।

ଦେବୀ କାତ୍ୟାୟନୀ ମହିଷା ମର୍ଦ୍ଧିନୀ 
ଦୁର୍ଗା ପାର୍ବତୀ ରୂପିଣୀ।
ଭିନ୍ନ ଭିନ୍ନ ନାମେ ଜଗତେ ଶୋଭନେ
ଗୌରୀ କାଳୀ ସ୍ଵରୁପିଣୀ।

ଶିବଙ୍କ ସଙ୍ଗିନୀ ମାତା କାତ୍ୟାୟନୀ 
ହସ୍ତରେ ଖଣ୍ଡା ଧାରିଣୀ ।
ଅସୁର ସଂହାରି ସାଧୁ କୁ ଉଦ୍ଧାରି 
ଭକ୍ତର ହୁଅ ରକ୍ଷିଣୀ।

କରୁଛି ବନ୍ଦନା ଆହେ କାତ୍ୟାୟନୀ
କର ଭକ୍ତ ମନସ୍କାମ।
ତୁମ୍ଭରି ଆଶିଷ ଢାଳି ଦିଅ ମାତେ 
ତୁମେ ଭକତ ଜୀବନ।

ଶ୍ରୀବତ୍ସ ମେହେର
ମାନେଶ୍ୱର,ସମ୍ବଲପୁର

©Sri batsa Meher
  #navratri 
ମାତା କାତ୍ୟାୟନୀ
mata katyayani

#navratri ମାତା କାତ୍ୟାୟନୀ mata katyayani #କବିତା

27 Views