Nojoto: Largest Storytelling Platform

***କୁଆଁର ପୁନେଇ ଚାନ୍ଦ*** କୁଆଁର ପୁନେଇଁ ଚାନ୍ଦ କୁଆଁର

***କୁଆଁର ପୁନେଇ ଚାନ୍ଦ***

କୁଆଁର ପୁନେଇଁ ଚାନ୍ଦ 
କୁଆଁରୀ ର ମନ ବୁଝା ପ୍ରେମ ର ପ୍ରତୀକ 
ସେ ତା ସୌନ୍ଦର୍ଯ୍ୟ ରେ 
ମତୁଆଲା କରିଛି ସେଇ କଷି କନିଆଁ କୁ 
ବିଭୋର କରିଛି ମତେ , ଆଉ ତାଙ୍କୁ 

ସେ ନିରବ ରେ କବିତା ଲେଖିବାକୁ ବାଧ୍ୟ କରୁଛି 
ସେ ପ୍ରତାରଣା ର ପତିତ ପାଇଁ ବନ୍ଧୁ ସାଜିଛି 
ତାକୁ ଦେଖି କେହି ପୁରୁଣା ପ୍ରେମ କୁ ଭାବୁଛି 
ପୁଣି କେହି ତା ଜୋଛନା ରେ ମନ ଓଦା କରୁଛି 

ସେ ତୁନି ହୋଇ ହସୁଛି 
ନିଜ ସୁନ୍ଦରତା ରେ ଝୁମି ଯାଉଛି 
କୁଆଁରୀ ଝିଅ ର ମନ ର ମଣିଷ କୁ ଖୋଜି ଦେଉଛି 
ଯବାନ ର ପତ୍ନୀ କୁ , ଦୁରେ ଥିବା ତା ସ୍ବାମୀ ର ପ୍ରତିଛବି ଦେଖାଉଛି 
ବୃଦ୍ଧା ର ଏକାକୀ ଜୀବନ ର ସଙ୍ଗାତ ବୋଲାଉଛି 

ସେ କୁଆଁର ପୁନେଇଁ ଚାନ୍ଦ 
ସେ ପ୍ରେମ ର ଛୁଆଁ ଦେଉଛି 
ପ୍ରୀତି ରେ ବାନ୍ଧି ଦେଉଛି 
ହଁ ସେ କୁଆଁର ପୁନେଇଁ ଚାନ୍ଦ 
ସେ ଏକା ଏକା ବହୁତ ଦାୟିତ୍ଵ ବହନ କରୁଛି 

- ସସ୍ମିତା ସିଂହ

wordsfromtheheart

©Sasmita Singh #fullmoon #FullMoonNight 

#Moon
***କୁଆଁର ପୁନେଇ ଚାନ୍ଦ***

କୁଆଁର ପୁନେଇଁ ଚାନ୍ଦ 
କୁଆଁରୀ ର ମନ ବୁଝା ପ୍ରେମ ର ପ୍ରତୀକ 
ସେ ତା ସୌନ୍ଦର୍ଯ୍ୟ ରେ 
ମତୁଆଲା କରିଛି ସେଇ କଷି କନିଆଁ କୁ 
ବିଭୋର କରିଛି ମତେ , ଆଉ ତାଙ୍କୁ 

ସେ ନିରବ ରେ କବିତା ଲେଖିବାକୁ ବାଧ୍ୟ କରୁଛି 
ସେ ପ୍ରତାରଣା ର ପତିତ ପାଇଁ ବନ୍ଧୁ ସାଜିଛି 
ତାକୁ ଦେଖି କେହି ପୁରୁଣା ପ୍ରେମ କୁ ଭାବୁଛି 
ପୁଣି କେହି ତା ଜୋଛନା ରେ ମନ ଓଦା କରୁଛି 

ସେ ତୁନି ହୋଇ ହସୁଛି 
ନିଜ ସୁନ୍ଦରତା ରେ ଝୁମି ଯାଉଛି 
କୁଆଁରୀ ଝିଅ ର ମନ ର ମଣିଷ କୁ ଖୋଜି ଦେଉଛି 
ଯବାନ ର ପତ୍ନୀ କୁ , ଦୁରେ ଥିବା ତା ସ୍ବାମୀ ର ପ୍ରତିଛବି ଦେଖାଉଛି 
ବୃଦ୍ଧା ର ଏକାକୀ ଜୀବନ ର ସଙ୍ଗାତ ବୋଲାଉଛି 

ସେ କୁଆଁର ପୁନେଇଁ ଚାନ୍ଦ 
ସେ ପ୍ରେମ ର ଛୁଆଁ ଦେଉଛି 
ପ୍ରୀତି ରେ ବାନ୍ଧି ଦେଉଛି 
ହଁ ସେ କୁଆଁର ପୁନେଇଁ ଚାନ୍ଦ 
ସେ ଏକା ଏକା ବହୁତ ଦାୟିତ୍ଵ ବହନ କରୁଛି 

- ସସ୍ମିତା ସିଂହ

wordsfromtheheart

©Sasmita Singh #fullmoon #FullMoonNight 

#Moon