Nojoto: Largest Storytelling Platform

।।। ଧର୍ମର କାଠଗଡା ।।। ଆଉ ସମୟ ନଥିଲା ତାଙ୍କର, ବୁଝାଇବା

।।। ଧର୍ମର କାଠଗଡା ।।।

ଆଉ ସମୟ ନଥିଲା ତାଙ୍କର,
ବୁଝାଇବାକୁ ଏ କଠୋର ସମାଜକୁ
ଆଉ ଧୈର୍ଯ୍ୟ ନଥିଲା 
ଟାହିଟାପରା ଶୁଣିବାକୁ ।
ଯେଉଁ ପ୍ରେମ କୁ ମାନି ନେଇଥିଲେ 
ଈଶ୍ବର ଓ ଆଲ୍ହା ଙ୍କ ଉପହାର,
ସେଇ ପ୍ରେମ ପାଇଁ ଆଜି 
ଏ ଦୁନିଆ କରିଲା ଉପହାସ ।
ତାଙ୍କ ପ୍ରେମ ଆଜି ତାଙ୍କର ନଥିଲା,
ପାଲଟିଥିଲା ଚର୍ଚ୍ଚା ର ବିଷୟ ।
ଧର୍ମର କାଠଗଡାରେ ଦୁହେଁ ହୋଇଥିଲେ ବନ୍ଦୀ,
ନିଜର ଏକ ଛୋଟ ଦୁନିଆ ଗଢିବାର ସ୍ୱପ୍ନ 
ହୋଇ ଥିଲା ନଜରବନ୍ଦି ।
ସବୁଦିନ, ସବୁ ମୂହୁର୍ତ୍ତ ରେ ପଡିଥିଲା ମରିବାକୁ 
ତିଳ ତିଳ ହୋଇ,
ଆଉ ଆତ୍ମା ତାଙ୍କର କାନ୍ଦୁଥିଲା
କଇଁ କଇଁ ହୋଇ ।
ନାଁ ! ଆଉ ନୁହେଁ,
ବାଛି ନେଇଥିଲେ ଦୁହେଁ,
ମୋକ୍ଷ ର ବାଟ,
ନିଜର ଜୀବନ ହାରି ,
ହରାଇବାକୁ ଏ ଦୁନିଆ କୁ।
ଶେଷ ଥର ପାଇଁ ଦୁହିଁଙ୍କର ଆଖି ମିଶିଲା,
ହୃଦୟ ର ଗଭୀର କୋଣରୁ 
ବାହାରି ଆସିଲା କେଇପଦ କଥା 
ଲୁହ ଦୁଇ ଟୋପା ହୋଇ ।
ଏ ଜନ୍ମେ ନ ନ ହେଲା ନାହିଁ,
ଦୁଇ ଦେହ ଏକ ମନ ଆମ
ଜନ୍ମ ଜନ୍ମାନ୍ତର ପାଇଁ ।
ହାରି ଦେଲେ ଜୀବନ 
ମୃତ୍ୟୁ ର ଆର ପାରିରେ ପୁଣି ମିଶିବା ପାଇଁ ।
ନଥିବ ସେଠାରେ ଏ ନିଷ୍ଠୁର ସମାଜ,
ନାଁ କେହି ଥିବେ ହିନ୍ଦୁ,
ନାଁ ଥିବେ କେହି ମୁସଲମାନ,
କେବଳ ଥିବ ମଣିଷତ୍ୱ ,
ଆଉ ମଣିଷ ର ମଣିଷ କୁ ଭଲ ପାଇବା,
ସେଇଠି ଗଢିତୋଳିବେ ଦୁହେଁ 
ନିଜ ସ୍ୱପ୍ନ ର ଉଆସ ।।  #ଜନ୍ମ #ଧର୍ମ #YQdidi #yqbaba #yourquote #BoostThyself #odia #YQBhaina #YQOdia #MunOdia #janma

।।। ଧର୍ମର କାଠଗଡା ।।।

ଆଉ ସମୟ ନଥିଲା ତାଙ୍କର,
ବୁଝାଇବାକୁ ଏ କଠୋର ସମାଜକୁ
ଆଉ ଧୈର୍ଯ୍ୟ ନଥିଲା 
ଟାହିଟାପରା ଶୁଣିବାକୁ ।
।।। ଧର୍ମର କାଠଗଡା ।।।

ଆଉ ସମୟ ନଥିଲା ତାଙ୍କର,
ବୁଝାଇବାକୁ ଏ କଠୋର ସମାଜକୁ
ଆଉ ଧୈର୍ଯ୍ୟ ନଥିଲା 
ଟାହିଟାପରା ଶୁଣିବାକୁ ।
ଯେଉଁ ପ୍ରେମ କୁ ମାନି ନେଇଥିଲେ 
ଈଶ୍ବର ଓ ଆଲ୍ହା ଙ୍କ ଉପହାର,
ସେଇ ପ୍ରେମ ପାଇଁ ଆଜି 
ଏ ଦୁନିଆ କରିଲା ଉପହାସ ।
ତାଙ୍କ ପ୍ରେମ ଆଜି ତାଙ୍କର ନଥିଲା,
ପାଲଟିଥିଲା ଚର୍ଚ୍ଚା ର ବିଷୟ ।
ଧର୍ମର କାଠଗଡାରେ ଦୁହେଁ ହୋଇଥିଲେ ବନ୍ଦୀ,
ନିଜର ଏକ ଛୋଟ ଦୁନିଆ ଗଢିବାର ସ୍ୱପ୍ନ 
ହୋଇ ଥିଲା ନଜରବନ୍ଦି ।
ସବୁଦିନ, ସବୁ ମୂହୁର୍ତ୍ତ ରେ ପଡିଥିଲା ମରିବାକୁ 
ତିଳ ତିଳ ହୋଇ,
ଆଉ ଆତ୍ମା ତାଙ୍କର କାନ୍ଦୁଥିଲା
କଇଁ କଇଁ ହୋଇ ।
ନାଁ ! ଆଉ ନୁହେଁ,
ବାଛି ନେଇଥିଲେ ଦୁହେଁ,
ମୋକ୍ଷ ର ବାଟ,
ନିଜର ଜୀବନ ହାରି ,
ହରାଇବାକୁ ଏ ଦୁନିଆ କୁ।
ଶେଷ ଥର ପାଇଁ ଦୁହିଁଙ୍କର ଆଖି ମିଶିଲା,
ହୃଦୟ ର ଗଭୀର କୋଣରୁ 
ବାହାରି ଆସିଲା କେଇପଦ କଥା 
ଲୁହ ଦୁଇ ଟୋପା ହୋଇ ।
ଏ ଜନ୍ମେ ନ ନ ହେଲା ନାହିଁ,
ଦୁଇ ଦେହ ଏକ ମନ ଆମ
ଜନ୍ମ ଜନ୍ମାନ୍ତର ପାଇଁ ।
ହାରି ଦେଲେ ଜୀବନ 
ମୃତ୍ୟୁ ର ଆର ପାରିରେ ପୁଣି ମିଶିବା ପାଇଁ ।
ନଥିବ ସେଠାରେ ଏ ନିଷ୍ଠୁର ସମାଜ,
ନାଁ କେହି ଥିବେ ହିନ୍ଦୁ,
ନାଁ ଥିବେ କେହି ମୁସଲମାନ,
କେବଳ ଥିବ ମଣିଷତ୍ୱ ,
ଆଉ ମଣିଷ ର ମଣିଷ କୁ ଭଲ ପାଇବା,
ସେଇଠି ଗଢିତୋଳିବେ ଦୁହେଁ 
ନିଜ ସ୍ୱପ୍ନ ର ଉଆସ ।।  #ଜନ୍ମ #ଧର୍ମ #YQdidi #yqbaba #yourquote #BoostThyself #odia #YQBhaina #YQOdia #MunOdia #janma

।।। ଧର୍ମର କାଠଗଡା ।।।

ଆଉ ସମୟ ନଥିଲା ତାଙ୍କର,
ବୁଝାଇବାକୁ ଏ କଠୋର ସମାଜକୁ
ଆଉ ଧୈର୍ଯ୍ୟ ନଥିଲା 
ଟାହିଟାପରା ଶୁଣିବାକୁ ।