Nojoto: Largest Storytelling Platform

ବାପା -ଏ ଧନ ଝିଅର ବୟସ ଯାଉଛି ଗଡି ମୋ ପଦୁଅଁ କଢ଼ି,(୨) ଧନ

ବାପା -ଏ ଧନ ଝିଅର ବୟସ ଯାଉଛି ଗଡି
ମୋ ପଦୁଅଁ କଢ଼ି,(୨)
ଧନ ନାଇ ଦେ ନାଇ ଦେ ଇସ୍କୁଲୁ ଛାଡ଼ି
ମୋ ପଦୁଅଁ କଢ଼ି।
ଝିଅକୁ ହେଲାଣି ଷୋଳ ବୟସ(୨)
ତାକୁ ପଠେଇ ଦେବା ତା ଶ୍ଵଶୁର ବାଡି 
ମୋ ପଦୁଅଁ ଲଢି।
ଏ ଧନ ଝିଅର ବୟସ ଯାଉଛି ଗଡି
ମୋ ପଦୁଅଁ କଢ଼ି,(୨)
ଧନ ନାଇ ଦେ ନାଇ ଦେ ଇସ୍କୁଲୁ ଛାଡ଼ି
ମୋ ପଦୁଅଁ କଢ଼ି।
ମା - କଜଲି କଜଲି ଆଖିରେ ତା କଜଲ ଗାର, (୨)
କହୁଛି ଆମର ଝିଅ ଗୋ ମୋତେ ଶିକ୍ଷିତ କର।
ଆଇନ କହୁଛି ବାଲ୍ୟ ବିଭା ବନ୍ଦ କର।(୨)
କିଶୋରୀ ପାଇଁ କି ଅଛି ଯେ  ଶିକ୍ଷା ଅଧିକାର।
ସିଲଟ ସାଙ୍ଗକୁ ଚକ୍ ଖଡ଼ି ,(୨)
ସୁନା ଅନ୍ଧ ବିଶ୍ଵାସରେ ଯିବନି ପଡ଼ି
ମୁଁ  ପଦୁ ଅଁ କଢି ।
ବାପା/ - ବିବାହ ବୟସ ଅଠର ଏ କଥାଟି ସାର।(୨)
ତୋର କଥା ଶୁଣି ବୁଝିଲି ଏବେ ଭୁଲ ମୋର ।(୨)
ବାପା/ ମା - ବାଳିକା ସୁରକ୍ଷା ଅଧିକାର ସମିତି ଗଢି।(୨)
ବାଲ୍ୟବିବାହ କୁ ଦେବାରେ ଆମେ ସମଜୁ ତଡି।(୨)
ମା ମାଉସୀ ଙ୍କୁ କହିବ ନିତି।(୨)
ଧନ ଝିଅ ଆମ ହେବ ମାଣିକ ମୋତି,
ମୋ ପଦୁଅଁ କଢ଼ି।
ଏ ଧନ ଝିଅର ସ୍ୱପନ ଦେବାନି ପୋଡ଼ି।
ମୋ ପଦୁଅଁ କଢ଼ି।
ଧନ ଝିଅ ଆମ ଯିବ ନିତି ପଢ଼ି। 
ମୋ ପଦୁଁ ଅ କଢ଼ି।

©Pranay Kumar Sahu
  #Dance #folksong