Nojoto: Largest Storytelling Platform

ରଜ୍ଜଶ୍ଵୀଳା, (ଋତୁମତୀ)! ବରଷ ବୁକୁରେ ଛଅ ଋତୁ, କିନ୍ତୁ

 ରଜ୍ଜଶ୍ଵୀଳା,  (ଋତୁମତୀ)!

ବରଷ ବୁକୁରେ ଛଅ ଋତୁ, କିନ୍ତୁ
ପ୍ରତି ମାସେ ହୁଏ ସେ ଋତୁମତି,
ଅନ୍ଧ ସମାଜ ବସିଚି ଆଖି ଖୋଲି
କୁସଂସ୍କାର ର ଇଏ କି ରୀତିନୀତି।।
  
ଋତୁମତୀ ବୋଲି ମୁଁ କି ଛୁଆଁ 
ମାେ ଘରେ କିଆଁ ପ୍ରବେଶ ମନା,
ଜିନିଷ ସବୁ ଆଜି ହୁଏ ଅଲଗା
ବଦଳେଇ ପାରନ୍ତିକି ଏ  ଭାବନା ।।

କାହିଁକି ମନ୍ଦିର ଯିବା ମନା...
କାହିଁକି ପୂଜା ,ଅର୍ଚ୍ଚନା ମନା...
ସମାଜର ଏ  ନୂଆ ବାହାନା...
ତାକୁ ପୁଣି ଛୁଇଁବାକୁ ମନା ...।।

ମାେ ରକତରୁ ଜାତ କରି ଆଜି
କହୁଅଛ ରକତ ମୋର ଅପବିତ୍ର,
ନାରୀ ଗର୍ଭରୁ ସ୍ଵୟଂ ଭଗବାନ ଜାତ
କୁହ ଭଗବାନ ନୁହନ୍ତି କି ପବିତ୍ର।।

ବୁନ୍ଦା ରକତରୁ ପାଅ କେତେ କଷ୍ଟ
ଋତୁ ମତି କନ୍ୟା ଅବା ନାରୀ,
ସହେ ତାକୁ ଛଅ ଋତୁ ବାର ମାସ
ମା'ଲକ୍ଷ୍ମୀ ରଜରେ ରଜ୍ଜଶ୍ଵୀଳା ନାରୀ ।।

  ✍️ଜ୍ୟୋସ୍ନା ରାଣୀ ନେମାଲପୁରି
ଶରଧାପୁର ,ମୁନିଗୁଡା, ରାୟଗଡ଼ା

©Jyoshnarani Nemalpuri
  #womensday2021 #PeriodsTalk