Red sands and spectacular sandstone rock formations _ "ଶେଷ ଦେଖା"_ **************** ଲୁହ ଝରେ ନାହିଁ ଆଖିରୁ ମୋ ଆଉ ଝରୁଛି ରକତ ଧାର ଠକି ଦେଇ ମୋର ହୃଦୟକୁ ପ୍ରିୟା ହେଲୁ ତୁ ଆଉ କାହାର। ମିଛ ପ୍ରତିଶ୍ରୁତି ଦେଇଥିଲୁ ପ୍ରିୟା ମନରେ ରଖି ଛଳନା ଭାଙ୍ଗି ଦେଇଗଲୁ ହୃଦୟକୁ ମୋର ଭାବି ତୁ ମାଟି ଖେଳନା। ସେ ଭଙ୍ଗା ହୃଦୟ କାନ୍ଦୁଛି ଆଜି ଲୋ ପ୍ରିୟା ତୋ ସ୍ମୃତିକୁ ଝୁରି ଶେଷ ଦେଖା କରି ଯିବୁ ତୁ ପ୍ରିୟାଲୋ ଆୟୁଷ ଗଲେ ମୋ ସରି। କାଠ ଖଣ୍ତେ ନେଇ ପକାଇ ଆସିବୁ ଜଳନ୍ତା ଜୁଇରେ ମୋର ଶେଷ ଦେଖା କରି ମଶାଣୀରୁ ଫେରି ସୁଖରେ କରିବୁ ଘର। *** ©Subrat Kanungo #Sands