143 । ମୋର ଫୋନର ଶେଷ ତିନୋଟି ସଂଖ୍ୟା । ମନେପଡ଼ିଗଲା ଅତୀତର କଲେଜ ସମୟ । ତା ସହିତ ବିତେଇଥିବା ସେଇ ପାଞ୍ଚ ବର୍ଷ । ଦଶମ ପାସ କଲା ପରେ ନୁଆ ନୁଆ କଲେଜ । ନିଜକୁ ସବୁ ହିରୋ ହିରୋଇନ ଭାବୁଥିଲୁ। ଆଉ ଦିନେ chemistry ପ୍ରାକ୍ଟିକାଲ ନୋଟ ଦେଲା ବେଳେ ମୋ ନମ୍ବର ମାଗିଲା ସେ । ମୁଁ ତାକୁ ନମ୍ବର ଦେଲା ବାହାନାରେ 143 କହି ପରୋକ୍ଷରେ ତାକୁ ମୋ ପ୍ରେମ ନିବେଦନ କରିଥିଲି । ସେ ଦିନ ରାତି ପ୍ରାୟ 11.45 PM ବେଳକୁ ଫୋନ ଟୁଁ ଟୁଁ ହେଲା । ଦେଖିଲା ବେଳକୁ ଗୋଟେ ଅଜଣା ନମ୍ବରରୁ ମେସେଜ ଆସିଥିଲା । କଣ କରୁଚ ? ମୁଁ ତାର ପ୍ରତିଉତ୍ତରରେ ମେସେଜରେ ପଚାରିଲି କିଏ ? ସେ କହିଲା ମୁଁ ହେଲି ସିଏ ଯାହାକୁ ତମେ I love you କହିଥିଲ । ମୁଁ ପୁଣି ପଚାରିଲି ରାତି ବେସି ହେଲାଣି ମୋ ନିଦ ଖରାପ କରନି ସିଧା ସିଧା କୁହ କିଏ କହୁଛ ବୋଲି । ସେ କହିଲା ତମର ହି ଏକା ନିଦ ଖରାପ ହେଇ ଯାଉଛି । ମୁଁ ହେଲି ସିଏ ଯାହାକୁ ତମେ କଲେଜରେ 143 ନମ୍ବର ଦେଇଥିଲ । ମୁଁ ଜାଣେ ତମେ ମତେ ଭଲ ପାଉଛ ବୋଲି I love you too । ତାର ସେ ମେସେଜ ମୋର ନିଦ ପୁରା ଖରାପ କରିଦେଇ ଥିଲା । ପେଁ ପେଁ । ପେଁ ପେଁ । ଵସ୍ ର ହର୍ଣ୍ଣରେ ପ୍ରକୃତିସ୍ଥ ହେଲି । ମୁଁ କହିଲି ହଁ ଏବେ ବି ଅଛି । ଵସ୍ ଭିତରେ ବାଜୁଥିବା ଗୀତଟି କାନରେ ପଡ଼ିଲା । ଆଉ ତା ଆଖି ବି ଠିକ୍ ସେଇ କଥା ପଚାରୁଥିଲା । ଆମ ଭିତରେ କିଛି ଅଛି କି ? ଆମ ଭିତରେ କିଛି ଅଛି କି ? ହଁ କିଛି ଅଛି କିଛି ତ ଅଛି । #stories #yqbaba #yqdidi #yqbhaina #yqquotes #odiawritings #odiaquotes