Nojoto: Largest Storytelling Platform

ଧାଡିକି ଧାଡ଼ି ପାହାଚ ସଦୃଶ ଚାଷ ଭୂମି ଗୁଡ଼ିକ

          ଧାଡିକି ଧାଡ଼ି ପାହାଚ ସଦୃଶ ଚାଷ ଭୂମି ଗୁଡ଼ିକ ପାହାଡ ସାରା ଭରି ରହିଛି। ଜାତି ଜାତି କା ଫସଲରାଜି ରେ ପାହାଡି ଜମି ଗୁଡିକ ବୋହୁତ ସୁନ୍ଦର ଓ ମନଲୋଭ ଦିଶୁଛି। "ସୋପାନ ପ୍ରଣାଳୀ ଚାଷ ପାଇଁ ଓଡ଼ିଶା ର କୋରାପୁଟ ଜିଲ୍ଲା ପ୍ରସିଦ୍ଧ" ବୋଲି ଭୂଗୋଳ ବହି ପୃଷ୍ଠାର ଦୁଇଟି ଧାଡ଼ି ଭିତରେ ଯାହା ତାର ପରିଚୟ ସୀମିତ। 
ମାତ୍ର ତାକୁ ଏମିତି ସଜେଇବ ପଛରେ ଥିବା ହାତ ର ଯନ୍ତ୍ରଣା, ହୃଦୟର ବେଦନା ଓ ପାଣି ପରି ଝାଳରକ୍ତ ବୁହାଇ ଥିବା ମାଟି ର ସେ ମଣିଷ ଟି କଥା କିଏ ପଚାରେ ?
        କିଛି ଦିନ ହେବ ସେ କୋଟ ବୁଟ୍ ପିନ୍ଧା ବାବୁ ମାନେ କଣ ଗୋଟେ ସର୍ଭେ କରୁଛନ୍ତି, ସେ ପାହାଡ ରେ କୁଆଡେ ଘାଟି ରାସ୍ତା ତିଆରି ହୋଇ ପର୍ଯ୍ୟଟକ ମାନଙ୍କ ପାଇଁ ଗୋଟେ ବିଶାଳ ପାର୍କ ହେବ ଏବଂ ପାହାଡ ପାଦ ଦେଶ ରେ କଣ ଗୋଟେ ବଡ଼ କମ୍ପାନୀ ହେବ ଯାହା ଫଳରେ ପାଖ ଗାଁ ର ପଚାଶ ପରିବାର କୁ ଜୀବିକା ମିଳିବ।

       ସବୁଜିମା ରେ ଭରା ଏ ସୁନ୍ଦର ପାହାଡ ଟିକୁ କାଟି ପାର୍କ ଓ କମ୍ପାନୀ କରି  ୨୦୦ ପରିବାର ବିଶିଷ୍ଟ ତା ଗାଁ ର ଲୋକଙ୍କୁ ଜୀବିକା ଦେବା କଥା କହୁ ଥିବା ଏ ବାବୁ ମାନେ ସତରେ ହିସାବ ଭୁଲି ଯାଇଛି ବୋଧେ ! ଏତେ ଶିକ୍ଷିତ ହାକିମ ବାବୁ ଯେ ଏତେ ସାମାନ୍ୟ ଭୁଲ୍ କରିବେ; ଅପାଠୁଆ ମନ ଟି ତାର ବୁଝପାରୁନି ଜମା; କିନ୍ତୁ ପୁରୁଷ ପୁରୁଷ ଧରି ତା ପରିବାର କୁ, ଏ ଗାଁ କୁ ରାହା ଯୋଗେଇ ଆସୁଥିବା ଏ ପାହାଡ ର ଲୁହ ଯେ ତା ଆଖି ଆଗରେ ଗଦ୍ ଗଦ୍ ହୋଇ ବୋହି ଯାଉଛି ଠିକ୍ ବୁଝି ପାରୁଛି ନିରୀହ ହୃଦୟ ଟି ତାର...! ପାହାଡ ର ଲୁହ

Exploited land , exploited heart

Exploitation of the illiterate poor by the so called elite Mass !

alokranjan1775

K Bilasen

New Creator