Nojoto: Largest Storytelling Platform

।।। ବିଶ୍ୱାସ ।।। ବିଶ୍ୱାସ, ଏକ ସୂତା ଖିଅ ପରି, ବାନ୍ଧ

।।।  ବିଶ୍ୱାସ  ।।।

ବିଶ୍ୱାସ,
ଏକ ସୂତା ଖିଅ ପରି,
ବାନ୍ଧି ଦିଏ,
ଗୋଟିଏ ମନରେ ଅନ୍ୟଟିକୁ ।

ବିଶ୍ୱାସ,
ସେଇ ମୃଦୁ ମଳୟ ପରି,
ଯାହା ଛୁଇଁ ଗଲେ,
ଆସେ ପରିତୃପ୍ତି ।

ବିଶ୍ୱାସ,
କେବେ ଚଗଲା ଫଗୁଣ ପରି,
କଳା-ଧଳା ଜୀବନରେ,
ବୋଳି ଦିଏ ରଙ୍ଗ ଅବିର ।

ବିଶ୍ୱାସ,
କେବେ ଶ୍ରାବଣ ର ବର୍ଷା ସାଜି,
ପଡିଆରେ ବି ଖେଳାଏ କୁସୁମ,
ଓଠ ଧାରେ ଆଙ୍କି ଦିଏ ହସ ଏକ ଉଷ୍ଣ ।

ବିଶ୍ୱାସ,
କେବେ ନିଶ୍ୱାସ ପରି,
ଆଙ୍କି ଦିଏ ଜୀବନ ରେଖା,
ଅବିରତ ଦିଏ ବଞ୍ଚିବାର ଆଶା । #yqbaba #YQBhaina #YQOdia #MunOdia #biswasa

Ipsita Sahoo , Malaya Mohanty , Kabita Mohanty madam, Tina Acharyadi
Samaya tike dei dekhibe au nijara matamata debe.
Apekhya re.. 😊