ସମୟ ଯାଇଛି ଚାଲି ଦିନେ ଆସିଥିଲା ସମୟ ପାଖକୁ କହିଲା ମୁଁ, ମୂଲ୍ୟବାନ ', ହସୁଥିଲି ହସ ସମୟ କି ବଡ଼ ନଦେଇ ତାହାକୁ ଧ୍ୟାନ । ପାଖେପାଖେ ଥିଲା ସଦା କହୁଥିଲା ସଦୁପଯୋଗ ମୋ କର, ଥରେ ଚାଲିଗଲେ ଆସିବିନି ଫେରି କହିବନି କଲା ପର । ଚଗଲା ମୋ ମନ ବୁଝିଲାନି କିଛି ସମୟ କି ବଡ଼ ମୋ ଠାରୁ ? କେତେ ଯେ ସମୟ ଗଲାଣିତ ଚାଲି କ'ଣ ହେଇଛି କି ସେଥିରୁ ? ଭର୍ସନା ଯେ କେତେ କରିଛି ତାହାକୁ କରିନି କେବେ ଖାତିରି, ହସି ଉଡାଇଛି ତାହାରି କଥାକୁ ଟିକିଏ ବି ଭାବିନାହି । ଆୟୁଷ ସିନା ମୋ ବଢ଼ି ବଢ଼ି ଗଲା ସମୟ ଚାଲିଲା ସରି.. ତଥାପି ସମୟ କହେ ଥର ଥର ଗଲେ ଆସିବିନି ଫେରି। ଧିକ୍ ରେ ଜୀବନ କଲୁ ଏ କି କାମ ବୁଝିଲୁ ନାହିଁ କି ତାକୁ, ଗୋଟିଏ ମୁହୂର୍ତ୍ତ ଅଟେ କି ଅମୂଲ୍ୟ ଫେରି ପାଇବୁକି ଆଉ । ହଜିଲା ସମୟ ଫେରି କି ଆସିବ ଥରେ ଚାଲିଗଲେ ଭାଇ, ସୁଖକୁ ଜାବୁଡ଼ି ଯେତେ ଧରିଥିଲେ ଦୁଃଖ ଆସିଯିବ ସେହି । ଦିନ ତ ଆସିବ ଏମିତି ହୋଇବ ସମୟକୁ ହେବୁ ଭାଲି, ଭାଗ୍ୟକୁ କହିବୁ ନିଜକୁ ନିନ୍ଦିବୁ ସମୟ ଯାଇଛି ଚାଲି । ©Iswar Meher TIME WASTE IS LIFE WASTE.. #ishu