Nojoto: Largest Storytelling Platform

ଆଦର ଯତ୍ନ ଓ 'ଭଲ ପାଇବା' ରୁ ସମ୍ପର୍କର ସୃଷ୍ଟି ହୁଏ,, ସେଇ

ଆଦର ଯତ୍ନ ଓ 'ଭଲ ପାଇବା' ରୁ
ସମ୍ପର୍କର ସୃଷ୍ଟି ହୁଏ,,
ସେଇ ଭଲ ପାଇବା କେବେ କେବେ
ସ୍ୱାର୍ଥାଭିମୁଖୀ ହୋଇପଡ଼େ,,
ତେବେ ସେତେବେଳେ ସେଠି ଆଉ
ଭଲ ପାଇବା ନ ଥାଏ,,
ଥାଏ କେବଳ "'କାରଣ'",,
ଆଉ..." 'ନିଜ' 'ପର' ଶବ୍ଦ ଭିତରେ ଦ୍ଵନ୍ଦ,,"
ଦୁନିଆଁ ରେ ଦେଖିବାକୁ ଗଲେ
ସ୍ୱାର୍ଥପର ହେବା ପାଇଁ ମଣିଷ କୁ 
ବାଧ୍ୟ କରିଥାଏ 'ସ୍ଥିତି'..,,
ତେଣୁ..ସେଇ ଅମୃତ ମୟ ଶବ୍ଦ ହିଁ
ଯୋଡି ହୋଇ ଯାଏ..
ରାଗ ..ଅଭିମାନ..ସବୁକିଛିରେ..,,
ସେଥିପାଇଁ ଯେତେବେଳେ...
ଜଣେ ଅନ୍ୟ ଜଣ କୁ ବୁଝି..
ପରସ୍ପର ର ଦୁଃଖ ସୁଖ ରେ 
ଠିଆ ହୋଇ... "ସମସ୍ୟା' ପରି ଶବ୍ଦ ର
ସମାଧାନ କରିଥାନ୍ତି...
ପ୍ରକୃତ ଭଲ ପାଇବା କେବଳ..
ସେତେବେଳେ ହିଁ ସମ୍ପୂର୍ଣ୍ଣ ହୁଏ,,
ନଚେତ୍ ..ସମ୍ପର୍କ..କେବଳ
ନାମକୁ ମାତ୍ର ହୋଇ ରହିଯାଏ...

©Kalpalata Kanungo "Love"

#ValentinesDay
ଆଦର ଯତ୍ନ ଓ 'ଭଲ ପାଇବା' ରୁ
ସମ୍ପର୍କର ସୃଷ୍ଟି ହୁଏ,,
ସେଇ ଭଲ ପାଇବା କେବେ କେବେ
ସ୍ୱାର୍ଥାଭିମୁଖୀ ହୋଇପଡ଼େ,,
ତେବେ ସେତେବେଳେ ସେଠି ଆଉ
ଭଲ ପାଇବା ନ ଥାଏ,,
ଥାଏ କେବଳ "'କାରଣ'",,
ଆଉ..." 'ନିଜ' 'ପର' ଶବ୍ଦ ଭିତରେ ଦ୍ଵନ୍ଦ,,"
ଦୁନିଆଁ ରେ ଦେଖିବାକୁ ଗଲେ
ସ୍ୱାର୍ଥପର ହେବା ପାଇଁ ମଣିଷ କୁ 
ବାଧ୍ୟ କରିଥାଏ 'ସ୍ଥିତି'..,,
ତେଣୁ..ସେଇ ଅମୃତ ମୟ ଶବ୍ଦ ହିଁ
ଯୋଡି ହୋଇ ଯାଏ..
ରାଗ ..ଅଭିମାନ..ସବୁକିଛିରେ..,,
ସେଥିପାଇଁ ଯେତେବେଳେ...
ଜଣେ ଅନ୍ୟ ଜଣ କୁ ବୁଝି..
ପରସ୍ପର ର ଦୁଃଖ ସୁଖ ରେ 
ଠିଆ ହୋଇ... "ସମସ୍ୟା' ପରି ଶବ୍ଦ ର
ସମାଧାନ କରିଥାନ୍ତି...
ପ୍ରକୃତ ଭଲ ପାଇବା କେବଳ..
ସେତେବେଳେ ହିଁ ସମ୍ପୂର୍ଣ୍ଣ ହୁଏ,,
ନଚେତ୍ ..ସମ୍ପର୍କ..କେବଳ
ନାମକୁ ମାତ୍ର ହୋଇ ରହିଯାଏ...

©Kalpalata Kanungo "Love"

#ValentinesDay