Nojoto: Largest Storytelling Platform

କାଦୁଅ ଗାଁ ରେ ବର୍ଷା ହେଲେ ସିନା ଏ ରାସ୍ତା କାଦୁଅ ହେଇଯା

କାଦୁଅ

ଗାଁ ରେ ବର୍ଷା ହେଲେ ସିନା ଏ ରାସ୍ତା କାଦୁଅ ହେଇଯାଏ, ହେଲେ ସେଇ କାଦୁଅକୁ ଦିନେ ଭାରି ଭଲ ପାଉଥିଲି ମୁଁ| କାଳେ କିଏ ପାଟି କରିବ ବୋଲି ଛୁଆବେଳ ସାଙ୍ଗ ସାଥିରେ  ଲୁଚିଲୁଚି କେତେ ଘର ଆଉ ଚୁଲି ତିଆରି କରି ଭାଙ୍ଗିଛୁ, ପୁଣିଗଢିଛୁ | ଏଇ ଟିକେ ବର୍ଷା ହେଇଗଲେ କାଦୁଅ ଗୁଡା ନାଚି ଉଠନ୍ତି ସତେ ଯେମିତି କେହି ଆସି ତା ଦେହରେ  ମନରାଇଜ ଆନ୍କିବ,ଆଉ ତା ଯୈାବନ କୁ ପୁର୍ନରୂପ ଦେବ|ହେଲେ କାଦୁଅ ସାନ୍ଗରେ ବର୍ଷାର ଭାରି ପୁରୁଣା ସମ୍ପର୍କ| ବର୍ଷାକୁ ମାଟି ପଣତ କାନିରେ ଘୋଡେଇ ରଖେ କାଦୁଅକରି|  ମୋର ମନ ଅଛି ଖେଳ ସାରି ଆସିଲାବେଳେ ମାଟି ରାସ୍ତା ଖାଲ ହେଇ କାଦୁଅ ପାଣି ଜମିଥିବ ସେଥିରେ ଗୋଡ ବୁଡେଇ ଫୁଟ୍ ବଲ୍ ମାରିଲା ପରି  ଟିକେ ଛିଟ୍ କେଇଲେ କେତେ ଆନନ୍ଦ ଲାଗେ| ଆଜି କାଦୁଅକୁ ଅସନା କହି ମା ମାନେ ପିଲାନ୍କୁ ଖେଳେଇ ଦେଉନାନ୍ତି  ସତ,ହେଲେ ସେଇ କାଦୁଅ ତିଆରି ଭଗବାନ ମୁର୍ତିକୁ ପୂଜା କରୁଛନ୍ତି| ସେକାଦୁଅ ତିଆରି  ମାଟିଘର ପିଣ୍ଢାରେ ସପ ପାରି ଏଇ ବର୍ଷାରେ କେତେ ତାରା ଦେଖିଛି ମୁଁ, ହେଲେ କାଲି ଏଇ କୋଠାଘର ଛାତରେ ବି ଦେଖିଲି ଯେ ହେଲେ ମୋ ଠୁ ତାରା ମାନେ ଦୁରେଇ ଯାଉଥିଲେ କେମିତି  ରୁଷିଲା ପରି |   ତା ପରେ କାଦୁଅ ଭିଜା ଦଣ୍ଡାରୁ ଘରକୁ ଆସିଲାବେଳକୁ କାଦୁଅା ଗୋଡ ଦେଖି ଆଈର କାଠ ଫାଳିଆଧରି ଗୋଡାଇବା ସବୁ ଆଖିଆଗେ ଝଲସି ଯାଉଥିଲା|ପୁଣି ଟିକେ ଉଣ୍ଡାଳି ପକେଇଲି କାଦୁଅ, ହେଲେ ଆଗରେ ବଡବଡ ଲେଖା ହୋଇଥିଲା ପ୍ରଧାନମନ୍ତ୍ରୀ ସଡକ ଯୋଜନା| କାଦୁଅ
 
#BR

ଗାଁ ରେ ବର୍ଷା ହେଲେ ସିନା ଏ ରାସ୍ତା କାଦୁଅ ହେଇଯାଏ, ହେଲେ ସେଇ କାଦୁଅକୁ ଦିନେ ଭାରି ଭଲ ପାଉଥିଲି ମୁଁ| କାଳେ କିଏ ପାଟି କରିବ ବୋଲି ଛୁଆବେଳ ସାଙ୍ଗ ସାଥିରେ  ଲୁଚିଲୁଚି କେତେ ଘର ଆଉ ଚୁଲି ତିଆରି କରି ଭାଙ୍ଗିଛୁ, ପୁଣିଗଢିଛୁ | ଏଇ ଟିକେ ବର୍ଷା ହେଇଗଲେ କାଦୁଅ ଗୁଡା ନାଚି ଉଠନ୍ତି ସତେ ଯେମିତି କେହି ଆସି ତା ଦେହରେ  ମନରାଇଜ ଆନ୍କିବ,ଆଉ ତା ଯୈାବନ କୁ ପୁର୍ନରୂପ ଦେବ|ହେଲେ କାଦୁଅ ସାନ୍ଗରେ ବର୍ଷାର ଭାରି ପୁରୁଣା ସମ୍ପର୍କ| ବର୍ଷାକୁ ମାଟି ପଣତ କାନିରେ ଘୋଡେଇ ରଖେ କାଦୁଅକରି|  ମୋର ମନ ଅଛି ଖେଳ ସାରି ଆସିଲାବେଳେ ମାଟି ରାସ୍ତା ଖାଲ ହେଇ କାଦୁଅ ପାଣି ଜମିଥିବ ସେଥିରେ ଗୋଡ ବୁଡେଇ ଫୁ