ଆସ ଭିଜିବା ବାରିଦ ର ଏ ନିରବଛିନ୍ନ ବରଷା ଧାରାରେ, ଧୋଇଦେବା ତନୁମନରେ ଲାଗିଥିବା ରୋଷ ଅଭିମାନର ଦାଗ ତକ, ଛପିଯାଇଥିବା କିଛି ଅପମାନର ଚିହ୍ନ; ଆସ ଭିଜିବା ପ୍ରକୃତି ପରି ପ୍ରେମ ର ବର୍ଷା କରି, ସ୍ନେହ ସୌହାର୍ଦ୍ଦ୍ୟର ଅନ୍ତହୀନ ଲଘୁଚାପ ସୃଷ୍ଟି କରି; ଆସ ଭିଜିବା ତୁମେ ଆଉ ମୁଁ , ସମଗ୍ର ଧରା କୁ ଭିଜାଇବାର ଅଭିଳାଷ ନେଇ, ଭିଜା ମାଟିର ବାସ୍ନା ପରି ନିଜ କର୍ମର ଅଦିପ୍ତ ସୁଗନ୍ଧ ରେ ଚତୁର୍ଦ୍ଦିଗ ଚହଟେଇବା ପାଇଁ ।। #rain #lovetherain #wetty #nojoto #nojotocuttack #odia #writinglove #poetry