Nojoto: Largest Storytelling Platform

ଜଗା ସବୁ ଦେଖୁଛି ! ପଣ୍ଡାଙ୍କ ମେଳରେ କିଏ ସୋଇଛି ନବକଳେବ

ଜଗା ସବୁ ଦେଖୁଛି ! 

ପଣ୍ଡାଙ୍କ ମେଳରେ କିଏ ସୋଇଛି
ନବକଳେବର ମନେ ପଡୁଛି ,
ବ୍ରହ୍ମ ବିଭ୍ରାଟ ବି ମନରେ ଅଛି 
ଓଡ଼ିଆ ଜାତି ଦୁଃଖେ କହୁଛି ,
ଜଗା ସବୁ ଦେଖୁଛି, ହଁ ଜଗା ସବୁ ଦେଖୁଛି ।।

ରତ୍ନଭଣ୍ଡାରର ଚାବି ହଜିଛି
ପୋକ ଚାଉଳ ବି ଭୋଗ ଲାଗିଛି ,
ସୈାନ୍ଦର୍ଯ୍ୟକରଣ ଛାପ ଲାଗିଛି
ମନ୍ଦିର ମଠ ବି ପୁଣି ଭାଙ୍ଗିଛି ,
ଜଗା ସବୁ ଦେଖୁଛି , ହଁ ଜଗା ସବୁ ଦେଖୁଛି ।।  

ମଦ ଦୋକାନ ବି ଖୋଲା ପଡ଼ିଛି 
ବଡ଼ ଦେଉଳରେ ତାଲା ଝୁଲୁଛି ,
ନାଚ ଗୀତ ପାଇଁ ଦାଣ୍ଡ ଖୋଲିଛି 
ରଥଯାତ୍ରା କିନ୍ତୁ ବନ୍ଦ ହେଉଛି  ,
ଜଗା ସବୁ ଦେଖୁଛି , ହଁ ଜଗା ସବୁ ଦେଖୁଛି ।।

ଶାସକ ବିରୋଧୀ ମେଣ୍ଟ ହୋଇଛି 
ଜଗା ସହ ପୁଣି ଖେଳ ହେଉଛି ,
କୋଟି କୋଟି ଭକ୍ତ ଆଜି କାନ୍ଦୁଛି 
ଧର୍ମ କୁ ଟିକିଏ ଡର କହୁଛି ,
ଜଗା ସବୁ ଦେଖୁଛି , ହଁ ଜଗା ସବୁ ଦେଖୁଛି ।।
© satyaparida ଜଗା ସବୁ ଦେଖୁଛି ! 
#ରଥଯାତ୍ରା
ଜଗା ସବୁ ଦେଖୁଛି ! 

ପଣ୍ଡାଙ୍କ ମେଳରେ କିଏ ସୋଇଛି
ନବକଳେବର ମନେ ପଡୁଛି ,
ବ୍ରହ୍ମ ବିଭ୍ରାଟ ବି ମନରେ ଅଛି 
ଓଡ଼ିଆ ଜାତି ଦୁଃଖେ କହୁଛି ,
ଜଗା ସବୁ ଦେଖୁଛି, ହଁ ଜଗା ସବୁ ଦେଖୁଛି ।।

ରତ୍ନଭଣ୍ଡାରର ଚାବି ହଜିଛି
ପୋକ ଚାଉଳ ବି ଭୋଗ ଲାଗିଛି ,
ସୈାନ୍ଦର୍ଯ୍ୟକରଣ ଛାପ ଲାଗିଛି
ମନ୍ଦିର ମଠ ବି ପୁଣି ଭାଙ୍ଗିଛି ,
ଜଗା ସବୁ ଦେଖୁଛି , ହଁ ଜଗା ସବୁ ଦେଖୁଛି ।।  

ମଦ ଦୋକାନ ବି ଖୋଲା ପଡ଼ିଛି 
ବଡ଼ ଦେଉଳରେ ତାଲା ଝୁଲୁଛି ,
ନାଚ ଗୀତ ପାଇଁ ଦାଣ୍ଡ ଖୋଲିଛି 
ରଥଯାତ୍ରା କିନ୍ତୁ ବନ୍ଦ ହେଉଛି  ,
ଜଗା ସବୁ ଦେଖୁଛି , ହଁ ଜଗା ସବୁ ଦେଖୁଛି ।।

ଶାସକ ବିରୋଧୀ ମେଣ୍ଟ ହୋଇଛି 
ଜଗା ସହ ପୁଣି ଖେଳ ହେଉଛି ,
କୋଟି କୋଟି ଭକ୍ତ ଆଜି କାନ୍ଦୁଛି 
ଧର୍ମ କୁ ଟିକିଏ ଡର କହୁଛି ,
ଜଗା ସବୁ ଦେଖୁଛି , ହଁ ଜଗା ସବୁ ଦେଖୁଛି ।।
© satyaparida ଜଗା ସବୁ ଦେଖୁଛି ! 
#ରଥଯାତ୍ରା
satyaparida1761

Satya Parida

New Creator