କଥାରେ ଆମେ ଅଟୁ ବାକ୍ୟବୀର କାମରେ ଆମେ ତ ଶୂନ । ବାହାପିଆ ଆଉ ଫୁଟାଣି ମାରିବା ଆମରି ବିଶେଷ ଗୁଣ ।। ଉପଯାଚକରେ ଦେଉ ଉପଦେଶ ଦି ଘର ନେଉଳ ପରି । ଶୁଭ କରମରେ ଷଣ୍ଢ ପୁରାଇଣ ମଜା ନେଉ ଆମେ ଭାରି ।। ନୀତି ନିୟମ ଓ ଶାସ୍ତ୍ର ପୁରାଣରେ ଆମ ସରି ଅଛି କିଏ ହାଟ ମଝିରେ ବ୍ରହ୍ମ ଜ୍ଞାନ ବାଣ୍ଟି ଦେଖାଉ ନୀତିରେ ବି.ଏ ।। ନିଜ ସ୍ବାର୍ଥ ପାଇଁ ପ୍ରାଣ ଆମ କାନ୍ଦେ ଖସୁ ସାମୂହିକ କର୍ମେ ଆପଣାର ହିତେ ଗଳା ବାଟ କାଢି ଲୁଚି ଯାଉ ସଦା ଆମେ ସୁବିଧାବାଦୀରେ ନିଜେ ଚାଲି ଚାଲି ଆନକୁ କଟୂ ବିଚାର ଉଚ୍ଚାରଣେ ଆମେ ବିରାଡ଼ି ବୈଷ୍ଣବ ଆଚରଣରେ ଅସୁର।। ©ଦେବବ୍ରତ ଜେନା #ବ୍ୟଙ୍ଗକବିତା