Nojoto: Largest Storytelling Platform

ନା ତୁମକୁ ଭାବରେ ବାନ୍ଧିବାର ଦୁଃସାହସ କରିପାରେ, ନା ତୁମ ପ

ନା ତୁମକୁ ଭାବରେ ବାନ୍ଧିବାର
ଦୁଃସାହସ କରିପାରେ,
ନା ତୁମ ପ୍ରେମେ ହଜିବାର
ବାହାନା କରିପାରେ।
ହେ ମହାମହିମ କିନ୍ତୁ କାହିଁକି କେଜାଣି
ପ୍ରତି ମୁହୂର୍ତ୍ତେ ତୁମକୁ ଅନୁଭବେ,
ମୋ ଚତୁଃପାର୍ଶ୍ଵରେ ଅଜଣା ଅଦୃଶ୍ଯେ
ଜୀବନର ସହଯୋଗୀ ଭାବେ।
ଜାଣିନି ତୁମ ସହ ଥିବା ଏ ସମ୍ପର୍କର
ପରିଭାଷା କଅଣ ହେବ,
ପରନ୍ତୁ ତୁମ୍ଭ ଉପସ୍ଥିତି ଅନୁସାରେ 
ତୁମେ ଏକ ଅନିନ୍ଦ୍ୟ ଅନୁଭବ।
ଯାହା ବୟାନ କରିହେବନି
ଶବ୍ଦକୋଷର ସସୀମ ଶବ୍ଦରେ,
ଯାହା ବଖାଣି ହେବନି
କିଛି ମାତ୍ର ଦରୋଟି ଭାଷାରେ। #lordjagannath 
#bestfriend 
#afteralongtime 
#yqbhaina 
(My kaku's art)
ନା ତୁମକୁ ଭାବରେ ବାନ୍ଧିବାର
ଦୁଃସାହସ କରିପାରେ,
ନା ତୁମ ପ୍ରେମେ ହଜିବାର
ବାହାନା କରିପାରେ।
ହେ ମହାମହିମ କିନ୍ତୁ କାହିଁକି କେଜାଣି
ପ୍ରତି ମୁହୂର୍ତ୍ତେ ତୁମକୁ ଅନୁଭବେ,
ମୋ ଚତୁଃପାର୍ଶ୍ଵରେ ଅଜଣା ଅଦୃଶ୍ଯେ
ଜୀବନର ସହଯୋଗୀ ଭାବେ।
ଜାଣିନି ତୁମ ସହ ଥିବା ଏ ସମ୍ପର୍କର
ପରିଭାଷା କଅଣ ହେବ,
ପରନ୍ତୁ ତୁମ୍ଭ ଉପସ୍ଥିତି ଅନୁସାରେ 
ତୁମେ ଏକ ଅନିନ୍ଦ୍ୟ ଅନୁଭବ।
ଯାହା ବୟାନ କରିହେବନି
ଶବ୍ଦକୋଷର ସସୀମ ଶବ୍ଦରେ,
ଯାହା ବଖାଣି ହେବନି
କିଛି ମାତ୍ର ଦରୋଟି ଭାଷାରେ। #lordjagannath 
#bestfriend 
#afteralongtime 
#yqbhaina 
(My kaku's art)