Nojoto: Largest Storytelling Platform

/// ସମୟ /// ସମୟଟା ରହି ଯାଇଛି ବୋଧେ, ଶୁଣିଥିଲି, ପ୍ର

///  ସମୟ  ///

ସମୟଟା ରହି ଯାଇଛି ବୋଧେ,
ଶୁଣିଥିଲି, ପ୍ରତି ବର୍ତ୍ତମାନରେ ତିଆରି ହୋଇଥାଏ 
କିଛି ଅତୀତର ସ୍ମୃତି,
ହେଲେ,  ଏବେ ବର୍ତ୍ତମାନ କାହିଁ ?
ଲାଗୁଛି ଯେମିତି ସେ,
ଏଇ ଗ୍ରୀଷ୍ମର ନିଦାଘ ରେ ବି
ସଙ୍ଗରୋଧର ଚାଦର ଢାଙ୍କି 
ଶୋଇ ଯାଇଛି ଶୀତନିଦ୍ରାରେ ।
ନୀରବ, ନିଶ୍ଚଳ, ନିଷ୍କ୍ରିୟ ,
ଆଗ ପରି ଆଉ ଚଳଚଞ୍ଚଳ ନାହିଁ ।
ଆଜି ଯେତେବେଳେ କିଛି ସମୟ ମିଳିଛି ,
ନୂଆ ସ୍ମୃତି ଗଢି ନ ହେଲେ କ'ଣ ହେଲା ,
ପୁରୁଣା ସ୍ମୃତି ର ଆଲବମ 
ତନ୍ନ ତନ୍ନ କରି ଓଲଟାଇବାକୁ ସମୟ ମିଳିଛି ।
ପୁରୁଣା ସଂପର୍କ ର ଛିଡି ଯାଇଥିବା ଡୋର କୁ 
ପୁଣି ଜୋର କରି ବାନ୍ଧିବାକୁ ସମୟ ମିଳିଛି ।
ଆଉ ସେ ସଂପର୍କ ସବୁର 
ଠା ଠା ରେ ଚିରି ଯାଇଥିବା ଅତୀତକୁ ,
ଭବିଷ୍ୟତ ର ସୁନ୍ଦର ଚାନ୍ଦୁଆଟିଏ କରିବାକୁ ,
ବର୍ତ୍ତମାନର ସୂତା ଧରି
ସିଲେଇବାକୁ ସମୟ ମିଳିଛି,
ଆଜି ସମୟ କୁ, ନିଜର କରିବାକୁ ସମୟ ମିଳିଛି । #ସମୟ 
#yqbaba 
#yqbhaina 
#yqodia 
#munodia 
#odiakavita 
#time 
#pastpresentfuture
///  ସମୟ  ///

ସମୟଟା ରହି ଯାଇଛି ବୋଧେ,
ଶୁଣିଥିଲି, ପ୍ରତି ବର୍ତ୍ତମାନରେ ତିଆରି ହୋଇଥାଏ 
କିଛି ଅତୀତର ସ୍ମୃତି,
ହେଲେ,  ଏବେ ବର୍ତ୍ତମାନ କାହିଁ ?
ଲାଗୁଛି ଯେମିତି ସେ,
ଏଇ ଗ୍ରୀଷ୍ମର ନିଦାଘ ରେ ବି
ସଙ୍ଗରୋଧର ଚାଦର ଢାଙ୍କି 
ଶୋଇ ଯାଇଛି ଶୀତନିଦ୍ରାରେ ।
ନୀରବ, ନିଶ୍ଚଳ, ନିଷ୍କ୍ରିୟ ,
ଆଗ ପରି ଆଉ ଚଳଚଞ୍ଚଳ ନାହିଁ ।
ଆଜି ଯେତେବେଳେ କିଛି ସମୟ ମିଳିଛି ,
ନୂଆ ସ୍ମୃତି ଗଢି ନ ହେଲେ କ'ଣ ହେଲା ,
ପୁରୁଣା ସ୍ମୃତି ର ଆଲବମ 
ତନ୍ନ ତନ୍ନ କରି ଓଲଟାଇବାକୁ ସମୟ ମିଳିଛି ।
ପୁରୁଣା ସଂପର୍କ ର ଛିଡି ଯାଇଥିବା ଡୋର କୁ 
ପୁଣି ଜୋର କରି ବାନ୍ଧିବାକୁ ସମୟ ମିଳିଛି ।
ଆଉ ସେ ସଂପର୍କ ସବୁର 
ଠା ଠା ରେ ଚିରି ଯାଇଥିବା ଅତୀତକୁ ,
ଭବିଷ୍ୟତ ର ସୁନ୍ଦର ଚାନ୍ଦୁଆଟିଏ କରିବାକୁ ,
ବର୍ତ୍ତମାନର ସୂତା ଧରି
ସିଲେଇବାକୁ ସମୟ ମିଳିଛି,
ଆଜି ସମୟ କୁ, ନିଜର କରିବାକୁ ସମୟ ମିଳିଛି । #ସମୟ 
#yqbaba 
#yqbhaina 
#yqodia 
#munodia 
#odiakavita 
#time 
#pastpresentfuture