Nojoto: Largest Storytelling Platform

#ଶେଷ କବିତା କେବେ ଆସିବ ସେଇ ଦିନ, ଯାହା ପାଇଁ ଲେଖେ ମୁ

#ଶେଷ କବିତା 

କେବେ ଆସିବ ସେଇ ଦିନ, 
ଯାହା ପାଇଁ ଲେଖେ ମୁଁ, 
ଯାହାକୁ କବିତାରେ ଖୋଜେ ମୁଁ, 
ଯାହା ପାଇଁ ଜୋରରେ ଧକ ଧକ କରେ ଏ ହୃଦୟ ସ୍ପନ୍ଦନ.......  

ତାକୁ ଦେଖିବାକୁ,  
ପ୍ରେମ କରିବାକୁ, 
ଦେଖେ ଦିନ ରାତି ଗୋଟେ ସପନ 
କେବେ ଆସିବ ସେଇ  ଦିନ....... 

ପ୍ରେମ ପାଇଁ ଚାହେଁ ପ୍ରେମିକ ଟେ ହେବାକୁ, 
ତା ରାଗ ରୁଷା ଅଭିମାନ ସବୁତକ ସହିବାକୁ 
ଏ ମନ ଖୋଲି ତାକୁ ହୃଦୟର ଅକୁହା କଥା କହିବାକୁ 
କିନ୍ତୁ କେହି ଜଣେ ଶୁଣିବାକୁ ଥିଲେତ??? 
କେବେ ଆସିବ ସେଇ ଦିନ
ଯାହା ପାଇଁ ଭାବରେ ଭରା ଏହି ମନ.......

ଯଦି ଆସେ ସିଏ ଏ ଜୀବନେ 
ଘର ତୋଳିଦେବି ଏ ମୋ ମନେ 
କିନ୍ତୁ ସେଇ ଘରେ ରହିବାକୁ ନାହିଁ କୋଉ ରାଣୀ 
ତାକୁ ଖୋଜିବୁଲେ ରାତିରେ ମୋ ବନ୍ଦ ଚାହାଣୀ 
କେବେ ଆସିବ ସେଇ ଦିନ 
ପୂର୍ଣ୍ଣ ହବ ମୋର ଏ ସପନ.......

ସପନ'ତ ଆସେ ନୀତି ରାତିରେ 
ଆଶା ଆକାଂକ୍ଷାକୁ  ନେଇ ସାଥିରେ 
କିନ୍ତୁ ଧୀରେ ଧୀରେ ସବୁ ହୋଇ ଚାଲିଛି ଧୂଳିସାତ 
କାହିଁକି ନା ଜାଣେନା କେବେ ଆସିବ ସେଇ ଦିନ 
ଅମାବାସ୍ୟା ରାତିରେ ଦେଖିବି ମୁଁ ମୋ ପୂର୍ଣ୍ଣିମାର ଜହ୍ନ......... 

ଟିକେ ତାକୁ ଗେଲ୍ହ କରିବି 
ତା ସହ ଟିକେ ଲଢ଼ିବି 
ତା ସହ ମୋ ସପନର ସୁନାସଂସାରକୁ ସତରେ ମୁଁ ଗଢିବି
କେବେ ଆସିବ ସେଇଦିନ 
ସତ ହବ ମୋର ସପନ.... #shadesoflife
#ଶେଷ କବିତା 

କେବେ ଆସିବ ସେଇ ଦିନ, 
ଯାହା ପାଇଁ ଲେଖେ ମୁଁ, 
ଯାହାକୁ କବିତାରେ ଖୋଜେ ମୁଁ, 
ଯାହା ପାଇଁ ଜୋରରେ ଧକ ଧକ କରେ ଏ ହୃଦୟ ସ୍ପନ୍ଦନ.......  

ତାକୁ ଦେଖିବାକୁ,  
ପ୍ରେମ କରିବାକୁ, 
ଦେଖେ ଦିନ ରାତି ଗୋଟେ ସପନ 
କେବେ ଆସିବ ସେଇ  ଦିନ....... 

ପ୍ରେମ ପାଇଁ ଚାହେଁ ପ୍ରେମିକ ଟେ ହେବାକୁ, 
ତା ରାଗ ରୁଷା ଅଭିମାନ ସବୁତକ ସହିବାକୁ 
ଏ ମନ ଖୋଲି ତାକୁ ହୃଦୟର ଅକୁହା କଥା କହିବାକୁ 
କିନ୍ତୁ କେହି ଜଣେ ଶୁଣିବାକୁ ଥିଲେତ??? 
କେବେ ଆସିବ ସେଇ ଦିନ
ଯାହା ପାଇଁ ଭାବରେ ଭରା ଏହି ମନ.......

ଯଦି ଆସେ ସିଏ ଏ ଜୀବନେ 
ଘର ତୋଳିଦେବି ଏ ମୋ ମନେ 
କିନ୍ତୁ ସେଇ ଘରେ ରହିବାକୁ ନାହିଁ କୋଉ ରାଣୀ 
ତାକୁ ଖୋଜିବୁଲେ ରାତିରେ ମୋ ବନ୍ଦ ଚାହାଣୀ 
କେବେ ଆସିବ ସେଇ ଦିନ 
ପୂର୍ଣ୍ଣ ହବ ମୋର ଏ ସପନ.......

ସପନ'ତ ଆସେ ନୀତି ରାତିରେ 
ଆଶା ଆକାଂକ୍ଷାକୁ  ନେଇ ସାଥିରେ 
କିନ୍ତୁ ଧୀରେ ଧୀରେ ସବୁ ହୋଇ ଚାଲିଛି ଧୂଳିସାତ 
କାହିଁକି ନା ଜାଣେନା କେବେ ଆସିବ ସେଇ ଦିନ 
ଅମାବାସ୍ୟା ରାତିରେ ଦେଖିବି ମୁଁ ମୋ ପୂର୍ଣ୍ଣିମାର ଜହ୍ନ......... 

ଟିକେ ତାକୁ ଗେଲ୍ହ କରିବି 
ତା ସହ ଟିକେ ଲଢ଼ିବି 
ତା ସହ ମୋ ସପନର ସୁନାସଂସାରକୁ ସତରେ ମୁଁ ଗଢିବି
କେବେ ଆସିବ ସେଇଦିନ 
ସତ ହବ ମୋର ସପନ.... #shadesoflife