Nojoto: Largest Storytelling Platform

ଗୁଜରାଟ ରାଜ୍ୟ ପୋରବନ୍ଦରରେ ଜନମ ତୁମ ମହାତ୍ମା ଜଗତରେ ପୂଜ୍

ଗୁଜରାଟ ରାଜ୍ୟ ପୋରବନ୍ଦରରେ ଜନମ ତୁମ ମହାତ୍ମା
ଜଗତରେ ପୂଜ୍ୟ ସବୁ ହୃଦୟରେ ତୁମରି ଅମର ଆତ୍ମା।
କେତେଯେ ଅନ୍ୟାୟ କେତେ ଅତ୍ୟାଚାର ସହୁଥିଲା ଏଇ ଦେଶ
ରକତକୁ ପାଣି କରିଯେ ତୁମର ଦେଲ ଏ ନୂଆ ଆଲୋକ।
ବିଦେଶି ଶାସନ ନୁଆଇଁଲା ମଥା ବାପୁ ଯେ ତୁମରି ପାଇଁ
ଚାଲିଗଲେ ଶେସେ ତେର ନଈ ଆଉ ସାତ ଦରିଆକୁ ଡେଇଁ।
ତୁମରି ଅହିଂସା ଆନ୍ଦୋଳନ ଆଗେ ହାରିଲା ଗୋଳା ବାରୁଦ
ପୁଣି ସେଇ ଗୁଳି ଭେଦିଲା ତୁମଠି ହୋଇଲ ତୁମେ ନିସ୍ତବ୍ଧ।
ଆଜିବି ଝୁରୁଛି ତୁମକୁ ଭାରତ ଝୁରୁଛି ଦେଶ ବିଦେଶ
ହୃଦୟରୁ ମୋର ଜାତିର ପିତାଙ୍କୁ କରୁଛି ମୁଁ ଦଣ୍ଡବତ।
ଦୂରରେ ଥାଇକି ଗ୍ରହଣ କରିବେ ଛୋଟିଆ ମିନତି ମୋର
ସାମର୍ଥ୍ୟ ମୋ ନାହିଁ ଦେବାକୁ ତୁମକୁ ଜନ୍ମଦିନ ଉପହାର।
Jay hind...Happy gandhi jayanti 2019 Happy Gandhi jayanti 2019