ଘରେ ଘରେ ଜଗନ୍ନାଥ , ଘରେ ଘରେ ରଥ ।। ଗୁମୁରି କାନ୍ଦୁଛି ରଥ ଚାତକ ଚାହିଁଛି ପଥ ଆସିବେ ସିନା ସେ ନାଥ ଭକ୍ତ ବିନା କି ଯାତ ।। ହେଲା କି ଏ ଅବହେଳା ଦେଖିବି ନି ଚକାଡୋଳା ଛୁଇଁ ବି ନି ରଥଖଳା ଲାଗିବ ତୁମର ମେଳା ।। ଭାଗ୍ୟେ ନାହିଁ ରଥ ଟଣା ନାହିଁ ତୋ ଅଧର ପଣା ସବୁ ପରା ତୋତେ ଜଣା ଧର୍ମ ଆଜି ବାଟ ବଣା ।। କାନ୍ଦୁଛି ତୋ ଭକତ କରେ ପୁଣି ଶପଥ ଘରେ ଘରେ ଜଗନ୍ନାଥ ଘରେ ଘରେ ରଥ ।। ଘରେ ଘରେ ଜଗନ୍ନାଥ ଘରେ ଘରେ ରଥ ।। © satyaparida ଘରେ ଘରେ ଜଗନ୍ନାଥ , ଘରେ ଘରେ ରଥ । #ରଥଯାତ୍ରା #rathayatra