Nojoto: Largest Storytelling Platform
subratkanungo6849
  • 17Stories
  • 12Followers
  • 220Love
    0Views

Subrat Kanungo

  • Popular
  • Latest
  • Video
13646e27c8adc5403e150b1be6b7cee2

Subrat Kanungo

ମୋ ପ୍ରିୟା
**********

ତାତି ରହିଗଲା ଛାତିରେ
ତୁମେ ଛାଡି ଯେବେ ଆପଣ ଡାକିଲା
ପ୍ରିୟା ମୋ ଚଉଠି ରାତିରେ  ।।   SK ।।

©Subrat Kanungo #teatime
13646e27c8adc5403e150b1be6b7cee2

Subrat Kanungo

White ମୁଁ ଏକା ତୁମର
*************
ଚହଲା ବୟସର କୁମାରୀ ମନ ପରି
ଅଜଣା ଜଙ୍ଗଲଟି ଯେମିତି
ଶିହରୀ ଉଠୁଛି।
ବୃକ୍ଷ ଲତା ଫାଙ୍କରୁ ଭାସି ଆସୁଛି
କାହାର ମିଠା ମିଠା ସ୍ଵନ।
କେହି ଯେମିତି ହୃଦୟର 
ସବୁ ଅନୁରାଗ ଢାଳି ଦେଇ ତୋଳି ଚାଲିଛି
ସାତ ସୁର ଆଠ ଲୟ ର ସଂଗୀତ।
କୁଆଁରୀ ଟି ନିଶ୍ଚୟ ସେଇ ବଂଶୀ ବାଦକର
ପ୍ରେମରେ ପଡିବା ଥୟ।
ଫୁଲ ପାଖୁଡ଼ାରେ ଯେମିତି ମଗ୍ନ ମଧୁପ
ନିଜ ମୁହଁ ଦେଖି ଭାବୁଛି
ଆହା ୟେ ଜଙ୍ଗଲରେ ଅଦିନରେ ଆସିଥିବା
ବସନ୍ତର ନାୟକ କେବଳ ସେ।
ମୁହଁ ରେ ତାର ଫୁଟିଉଠୁଛି 
ଦୁଷ୍ଟାମୀର ହସ ଖିଏ।।
******

©Subrat Kanungo #sad_quotes
13646e27c8adc5403e150b1be6b7cee2

Subrat Kanungo

White ଜ୍ୱଳନ
*******
ରାଧା ବି ଜଳିଛି ଏଠି ମୀରା ବି ଜଳିଛି,
ଅଷ୍ଟପାଟ ମହିଷୀ ଗହଳେ
କୃଷ୍ଣ ବି ଜଳିଛି।
ହିର ବି ଜଳିଛି ଏଠି ରଞ୍ଝା ବି ଜଳିଛି,
ଲେଇଲା ର ସାଥେ ମଜନୁ ବି ଜଳିଛି।
ମୁଁ ବି ତ ଜଳୁଛି ଆଜି,
ପ୍ରେମ କରିବାର ସାହସ ଯା' କରିଛି।।
***

©Subrat Kanungo #Sad_Status
13646e27c8adc5403e150b1be6b7cee2

Subrat Kanungo

Unsplash ପ୍ରତାରଣା
*********
ମନେ ପଡେ ଯଦି କେବେ
ମୋ କଥା ସାଥି ଗୋ,
ଭାବିବ ଯାଇଛି ମରି ମୁଁ
ଅନେକ ଦିନରୁ,
ଲିଭିଛି ମୁଁ ମଲାଜହ୍ନ
ତୁମ ମନ ଆକାଶରୁ।
ଜାଣି ଜାଣି ପିଇଛି ମୁଁ
ମିଠା ବିଷ ପୀରତିରୁ
ସେଲାଗି ଜାଳୁଛି ସିନା
ଢାଳି ଲୁହ ନୟନରୁ।।

©Subrat Kanungo #Book
13646e27c8adc5403e150b1be6b7cee2

Subrat Kanungo

ଶେଷ ଚିଠି
***********
ମୋ ଆଖି ଲୁହରେ ଲେଖୁଛି ମୁଁ ଆଜି
ତୁମପାଇଁ ପ୍ରେମର ଏ ଶେଷଚିଠି
ମୋରାଣ ତୁମକୁ ରହିଲା ପ୍ରିୟା ଗୋ ପଢିସାରି
ଫିଙ୍ଗିବନି ଯମା ଏଠି ସେଠି
ମୋ ପ୍ରେମର ପରା ଶେଷ ସନ୍ତକଟେ ତୁମ ପାଇଁ
ଆଶାକରେ ହୃଦୟେ ରଖିବ ସାଇତି
ଏଠି ସେଠି ଫିଙ୍ଗି ଦେଲେ ତୁମେ କୁହ ତ ପ୍ରିୟା 
ମୋର ଏ ଜୀବନ ସହିବ କେମିତି
ଦିନେ ଭଲ ପାଉଥିଲ ତୁମେ ବି ତ ପରା ମତେ
ତୁମେ ତୁମ ନିଜ ଜୀବନଠୁ ବେଶି
ଅକାରଣେ ତୁମେ ତ ମୋ ହାତ ଛାଡି ଚାଲିଗଲ
କୁହ ଏବେ କେମିତି ରହୁଛ ଖୁସି
ସେ ଯାହା ଘଟିଗଲା ସେ ସବୁରେ ତ ମୁଁ ଖୁସି 
କେବଳ ରୁହ ଖାଲି ସୁଖଶାନ୍ତିରେ
ତୁମଖୁସିରେ ତ ମୋଖୁସି ପ୍ରିୟା ଏକଥା ତୁମଠୁ 
ଆଉ କିଏ ବା ବେଶି ଭଲ ବୁଝିପାର।।
*****

©Subrat Kanungo #GoldenHour
13646e27c8adc5403e150b1be6b7cee2

Subrat Kanungo

ସବୁ ପରିସ୍ଥିତିରେ
ନିରବ ରହିବା ବହୁତ
ଭଲ ସଂସ୍କାର ଅଟେ...

ହେଲେ ଅନ୍ୟ କାହାକୁ
ଆମ ସପକ୍ଷରେ ଅବା ବିପକ୍ଷରେ
କହିବା ଲାଗି ଅତ୍ୟନ୍ତ ସୁଯୋଗ
ଦେଇ ବସିବା ମୂର୍ଖାମୀର ପରିଚୟ
ହୋଇଥାଏ  ।।

©Subrat Kanungo #teatime
13646e27c8adc5403e150b1be6b7cee2

Subrat Kanungo

ପ୍ରତିପକ୍ଷ
**********
ଜୀବନ ର ପଶାପାଲି ଖେଳେ
 ହାରିଯିବାକୁ କିଏ ଚାହେଁ, 
କିନ୍ତୁ ପ୍ରତିପକ୍ଷ  ଆପଣାର  ହେଲେ
ଜିତିବାର ବାଜିବି ଛାଡିବାକୁ ହୁଏ।
ନହେଲେ  ଛଳନାର ଜଉଘରେ
ସମ୍ପର୍କ ଜଳିଯାଏ।
ସ୍ପଷ୍ଟ ଦିଶେ ହସ ତଳେ ସାଇତା ଜହର
ତୀର ଠାରୁ ତୀବ୍ର ଲାଗେ
ସେ ମଧୁର ବଚନ,
ବିନା ବାଣ ବାରୁଦ ରେ
ଶତ କ୍ଷତ ସୃଷ୍ଟିହୁଏ ହୃଦୟରେ।
ଏମିତି ସମ୍ପର୍କ ଠାରୁ ତ 
ଶତ୍ରୁ ଶହେ ଗୁଣ ଶ୍ରେୟସ୍କର
ହାର କିମ୍ବା ଜିତ ର ସମ୍ଭାବନା ତ ଥାଏ।

©Subrat Kanungo #GoldenHour
13646e27c8adc5403e150b1be6b7cee2

Subrat Kanungo

ନିର୍ଦୟୀ ପ୍ରେମିକା
*************
ମୁଁ ଶୁଣିଛି...

ସମସ୍ତଂକ ହୃଦୟରେ ଇଶ୍ୱର ରୁହନ୍ତି ।।
(ହୃଦୟ ବି ଏକ ମନ୍ଦିର ସମାନ)
ଏବେ ତୁ କହ 
ହେ ମୋର ନିର୍ଦ୍ଦୟୀ ପ୍ରେମିକା ...
ତୁ କେମିତି ଭାଙ୍ଗିଲୁ 
ମୋ ହୃଦୟରେ ଥିବାପ୍ରେମର ମନ୍ଦିର??
ତୋ ହୃଦୟରେ କଣ ଇଶ୍ୱର ନାହାନ୍ତି ??

©Subrat Kanungo #intezaar
13646e27c8adc5403e150b1be6b7cee2

Subrat Kanungo

ମୋ ପ୍ରିୟା
**********
ମୁଁ ଜାଣିଛି
             ସେ ଆଉ କା ସେଜରେ ରାତି କାଟୁଛି ସତ
ହେଲେ ସ୍ବପ୍ନ ମୋର ଦେଖୁଛି।।
           ସେ ଆଉ କାହା ଘରେ ସଞ୍ଜ ଜାଳୁଛି ସତ
 ହେଲେ ଶୁଭ ମୋର ମାନସୁଛି।।
         ସିନ୍ଦୁର ଆଉ କାହା ନା ରେ ପିନ୍ଧିଛି ସତ
  ହେଲେ ଆୟୁଷ ମୋର ମାଗୁଛି।।
             ସେ ଆଉ କା ଓଠରେ ତ ଓଠ ଛନ୍ଦିଛି ସତ
                ହେଲେ ମୋ ଚୁମ୍ବନର ମାଦକତା ଖୋଜୁଛି।।
            ସେ ଆଉ କା କୋଳରେ ମୁଣ୍ଡ ରଖିଛି ସତ
              ହେଲେ ମୋ ହାତର ଆଉଁଶା ଖୋଜୁଛି।।ଲ
      ଶୁଣୁଛି ତା ପୁଅ ର ନା ଲେଖା ସରିଛି
    ଆଉ ତା'ର ନା ସେ SK ରଖିଛି।।
******

©Subrat Kanungo #chaandsifarish
13646e27c8adc5403e150b1be6b7cee2

Subrat Kanungo

Red sands and spectacular sandstone rock formations 🫶🫶🫶 "ଅପେକ୍ଷା" 🫶🫶🫶
*********************
ସ୍ମୃତି ସିଏ ମୋର ଅଜଣା ସହର
ରଙ୍ଗୀନ ଆଲୋକ ମାଳା
ପହିଲି ଦେଖାରେ କିଣି ନେଇଥିଲା
ମୋତେ ସେ ସୁନ୍ଦରୀ ବାଳା
ତାର ମିଠା କଥା ମନଖୋଲା ହସ
ଏବେବି ପାରୁନି ଭୁଲି
କେଜାଣି କାହିଁକି ମୋତେ ଦେଖିସିଏ
ଚାହୁଁଥିଲା ବୁଲିବୁଲି
ଆଖିରେ ତାହାର ଆଖି ମିଶିଗଲା
ମନରେ ମିଶିଲା ମନ
କେମିତି କହିବି କି ସୁନ୍ଦର ଥିଲା
ଆହା ସେ ହଜିଲା ଦିନ
କଥା ଦେଇଗଲା ଅଗଣାରେ ମୋର
ଜାଳିବାକୁ ସଞ୍ଜବତୀ
ଅପେକ୍ଷାରେ କେତେ ଦିନ ଚାଲିଗଲା
ପାହିଗଲା କେତେ ରାତି
ଏବେବି ଚାହିଁଛି ତା ଫେରିବା ପଥ
କାଳେ ସେ ଆସିବ ଫେରି
ଏଇ ଫଗୁଣରେ ତାହାରି ସାଥୀରେ
ଖେଳିବି ପ୍ରୀତିର ଝୁରି

©Subrat Kanungo #Sands
loader
Home
Explore
Events
Notification
Profile