Nojoto: Largest Storytelling Platform
kalpalatakanungo4960
  • 402Stories
  • 14Followers
  • 4.3KLove
    11.9KViews

Kalpalata Kanungo

  • Popular
  • Latest
  • Video
1bc248f35fc7b86fe6b7865be53d3a01

Kalpalata Kanungo

White ଏ ଦୁନିଆଁ ସତରେ କେମିତି କେଜାଣି
ମଣିଷ ମନ ବି କେମିତି..
ଗୋଟେ ମୁହୂର୍ତ୍ତରେ ହଜାରେ ସପନ
ପାଣିଫାଟିଯାଏ ଯେମିତି ,,

ସ୍ୱପ୍ନ ଦେଖାଇବା ସ୍ୱପ୍ନରେ ବଞ୍ଚିବା
ସ୍ୱପ୍ନ ଅଧା ରହେ ଯେମିତି..
କେତେ ସହଜ ରେ ମାନିନିଏ ସତେ
କିଛି କରି ନାହିଁ ଯେମିତି,,

ଫାଟିଯାଉ କାହା ହୃଦୟ ପଛକେ
ନିଜେ କିଛି ଜାଣିନାହିଁ ଯେମିତି..
ଆଶା ତାଜମହଲ ସବୁ ଲୁଟି ନିଏ
ନିଜେ ନିଜ ତାଜମହଲେ ରହିକି,,

ସ୍ୱାର୍ଥରେ ଦୁନିଆଁ ସ୍ୱାର୍ଥ ହିଁ ସର୍ବସ୍ୱ
ସ୍ନେହ ପ୍ରେମ ସତେ ଭେଳିକି..
ମାୟା ଜାଲେ ସିନା ପଡ଼େ ମଣିଷ
ମାୟା କୁ ଆପଣା ମାନିକି ..........

©Kalpalata Kanungo #life_quotes "ମାୟା"
1bc248f35fc7b86fe6b7865be53d3a01

Kalpalata Kanungo

White ଶୀତୁଆ ସକାଳ ର କଅଁଳି ଖରା ରେ ବସି

ଦିବସ ର ପଥ ମୁଁ ଚାହିଁ ବସୁନି,, କାରଣ..

ମୋ ପଥ... ଆଗରୁ ନିର୍ଦ୍ଧାରିତ,, ମୋତେ କେବଳ

ଚାଲିବାର ଅଛି... ଥକି ନଯାଇ...

ଯେତେ ହୋଇପାରେ ଆଗକୁ....,,

ଫୁଲ ହେଉ କି କଣ୍ଟା.. ମୋତେ ଆଦର୍ଶ ର ରାସ୍ତା ରେ

ପାଦ .. ନିଶ୍ଚିତ ଥାପିବାର ଅଛି,,

ଛାତିରେ କୋହ ହେଉ..କି ପୁଲକ..,, ଏହା ର

ବାଛ ବିଚାର ନକରି..ମୋତେ କେବଳ ଚାଲିବାର ଅଛି...

ସମୟ ର ସୁଅ ରେ ଆଗକୁ... ଆଗକୁ...

ଜୀବନ୍ତ ମେସିନ ଟିଏ ହୋଇ..ସବୁକିଛି ସହି ନେଇ..

ସବୁକିଛି ପାଛୋଟି ନେଇ...ସମୟ ର ସୁଅ ରେ..

କେବଳ ଆଗକୁ....ଆଗକୁ......

©Kalpalata Kanungo #good_night "ନିର୍ଦ୍ଧାରିତ ପଥରେ.."

#good_night "ନିର୍ଦ୍ଧାରିତ ପଥରେ.." #କବିତା

1bc248f35fc7b86fe6b7865be53d3a01

Kalpalata Kanungo

White ଜୀବନ ର ...
କସଟି ପଥର ରେ ଠିଆ ହୋଇ
"ରେ ଜୀବନ..."
ମୁଁ କେବଳ ତୋ ପଥ ଚାହିଁ ରହିଛି... 
ଏକ ସମ୍ପୂର୍ଣ୍ଣ ତା ପାଇଁ ,,
ତୋ ବିନା.. ମୋର ଗତି କାହିଁ..??
ତୁ ହିଁ କେବଳ ମୋ ପାଇଁ,, ଓ
ମୁଁ ତୋ ପାଇଁ.......

©Kalpalata Kanungo #good_night "ମୁଁ ତୋ ପାଇଁ"

#good_night "ମୁଁ ତୋ ପାଇଁ" #କବିତା

1bc248f35fc7b86fe6b7865be53d3a01

Kalpalata Kanungo

White ତମେ ବୁଝିଲନି ମୋ ମନ କଥା....
ନିଜ ମନ ନେଇ... ତମେ ଲୁଚିଗଲ ବଉଦ ଫାଙ୍କରେ...
ହଁ,,ମୁଁ ଭିନ୍ନ ଦିଗର ନଈ ଟିଏ,, ହେଲେ..
ତମେ ସେଇଠି ପାଇଥିଲ ନା ଭଲ ମୋତେ..??
କେମିତି ହଜେଇବାକୁ ମନ କଲ ନିଜ ହାତେ ହାତେ..??
କଣ ପାଇବ ବୋଲି.. ନିଜ ଇପ୍ସିତ ରାଇଜେ..??
ଆଜି ବି ମୁଁ ସେଇ ନଈ.. 
ଯିଏ ତୁମକୁ ସାଗର ବୋଲି ମାନିନେଇ..
ତୁମ ପଛେ ପଛେ ଧାଇଁଛି...,, କିନ୍ତୁ
ସରିନି ତୁମ ଲୁଚକାଳି ଖେଳ..,,
ଅସନ୍ତୁଷ୍ଟ ମନ ତୁମ..ଏବେ ବି ଅନ୍ୱେଷଣ ରେ
ପୁଳାଏ ସୁଖ ର...,,ଆଉ ମୁଁ..
ଅନେଇଛି ଆକାଶ କୁ...ନିତି ଛଳ ଛଳ ନୟନ ରେ
ସେଇ ଆକାଶ କୁ..ଯେଉଁଠି ତମେ ବୁଣିଥିଲ
ମେଞ୍ଚା ମେଞ୍ଚା ଜୋଛନା...............

©Kalpalata Kanungo #sad_quotes" 'ମୁଁ' ଓ 'ତମେ' "

#sad_quotes" 'ମୁଁ' ଓ 'ତମେ' " #ଜୀବନ

1bc248f35fc7b86fe6b7865be53d3a01

Kalpalata Kanungo

White ନଈ ର ଶାଖାରେ 'ପ୍ରୀତିର ସିନ୍ଦୁକ' 
ପ୍ରତୀକ୍ଷା ବାଲିରେ ପୋତି ଦେଇଛି..,
କେଉଁ ଜନ୍ମେ ନିଶ୍ଚେ ସେ ସିନ୍ଦୁକ ମୋର.. 
ନିଶ୍ଚେ ସେ ଖୋଲିବ ଆଶା ରଖିଛି

©Kalpalata Kanungo #GoodMorning "ପ୍ରତୀକ୍ଷା"

#GoodMorning "ପ୍ରତୀକ୍ଷା" #କବିତା

1bc248f35fc7b86fe6b7865be53d3a01

Kalpalata Kanungo

White ନା...,, ଯେତେ ମୁଁ ଭାବୁଛି.. ଆଉ ଖୋଜିବିନି

ତଥାପି.. ଅନ୍ୱେଷଣ ମୋର.. 

ସରିବାର ନାଁ ଧରୁନି ,,

ଯେତେଥର ଠକି ଗଲେ ବି ମୁଁ...

ପୁଣି ମୁଣ୍ଡ ଟେକି...ଠିଆ ହେଉଛି...,,

ପୁଣି ସେଇ ଅନ୍ୱେଷଣ...,, 

କାଳେ ମୋତେ ମିଳିଯିବ କି ??

ନା,, ଆଉ ଏକ ଦୀର୍ଘ ନିଃଶ୍ୱାସ...,,

ପୁଣି ଶେଷ... ପୁଣି ଆରମ୍ଭ...

©Kalpalata Kanungo #good_night "ଅଛିଣ୍ଡା ସ୍ୱପ୍ନ"

#good_night "ଅଛିଣ୍ଡା ସ୍ୱପ୍ନ" #କବିତା

1bc248f35fc7b86fe6b7865be53d3a01

Kalpalata Kanungo

White 🌹💞"ପ୍ରୀତି ର ନଈରେ ଜୀବନ ଶାମୁକା 
ନିତି ଆଶା ନେଇ ଧାଉଁଛି.. 
ତୁମ ଆମ କଥା ସମୟ କୁ ଜଣା 
ଅଣ୍ଟା ଭିଡ଼ା ଭିଡ଼ି ଚାଲିଛି"💞🌹

©Kalpalata Kanungo #sad_quotes 🌹🙏🌹
1bc248f35fc7b86fe6b7865be53d3a01

Kalpalata Kanungo

ମୋ ବାବା କହୁଥିଲେ...
ମୁଁ କୁଆଡ଼େ ଫୁଲ ଟିଏ..,,
ଟିକିଏ ଆଘାତ ଲାଗିଲେ ଝାଉଁଳି ଯାଏ..,, ହେଲେ
ସେ ତ ଆଜି ନାହାଁନ୍ତି,, ତାଙ୍କ ବଗିଚା ର ଫୁଲ ଟି ଆଜି..
ନିଜର ସେଇ ନରମ ପାଣିଆ କୁ..
ଏକାନ୍ତ ହୃଦୟ ରେ ଖୁଵ ଜୋର ରେ ଚାପି ରଖି...
ଉପରକୁ ପ୍ଲାଷ୍ଟିକ୍ ପାଖୁଡ଼ା ରେ ସଜେଇ ସାରିଛି,,
ଆଘାତ ସହି ସହି.. ସେ ଝଡ଼ି ପଡିନି,, ଆହୁରି
ଶକ୍ତ ହୋଇଯାଇଛି,,
କାରଣ... ଏଇ ଦୁନିଆଁ ର ବାସ୍ତବ ସ୍ୱରୂପ କୁ
ସେ ଭଲଭାବେ ବୁଝି ସାରିଛି,,ଆଉ..
ନିଜର ସ୍ୱରୂପ କୁ ସେ ...
ତାଙ୍କରି ମନୋଭାବ ରେ ହିଁ ସାଇତି ଦେଇଛି
ସବୁ ଦିନ ପାଇଁ...

©Kalpalata Kanungo "ମୁଁ ଫୁଲଟିଏ ସତ,, କିନ୍ତୁ.."

"ମୁଁ ଫୁଲଟିଏ ସତ,, କିନ୍ତୁ.." #କବିତା

1bc248f35fc7b86fe6b7865be53d3a01

Kalpalata Kanungo

White ମୁଁ ଯେତେ ବଡ଼ ହେଲେ ବି...
ମନ ମୋର ଅଟକି ଯାଇଛି... ସେଇ ଛୁଆ ଦିନରେ..
ଛୋଟ ବେଳୁ ଯେତିକି ବାଟ
ବିନା ଦ୍ବିଧା ରେ ଚାଲିଥିଲି.. ବାସ୍ ସେତିକି ରେ..
ସତେ ଯେମିତି ମୁଁ ସେଇଠି ରହିଯାଇଛି..
ସବୁ ସ୍ୱପ୍ନ ଗୁଡିକ ଜମାଟ ବାନ୍ଧି
ଯେମିତି... ପଥର ହେବାକୁ ବସିଲେଣି..
ଆଶା ଥିଲା... ଖୁଵ ଉଡ଼ିବାର...ହେଲେ..
ସତେ ଯେମିତି ଡେଣା ମୋର
ଦିଗ ଅନ୍ୱେଷଣ କରି କରି ଥକିଯାଇଛି...
ଜୀବନର ବାସ୍ତବତା ଯେମିତି..ଶୁନ୍ୟ.. ଅଦୃଶ୍ୟ ପୃଥିବୀ...
ମୁଁ କେବଳ ସେଇଠି ଅଟକିଛି..
ଯେଉଁଠି ସବୁ ସ୍ୱପ୍ନ ମୋର ବସା ବାନ୍ଧି
ମୋ ପାଇଁ ଅନ୍ୟ ଏକ ଜନ୍ମ କୁ ହାତ ଠାରୁଛନ୍ତି...
ଆଉ ମୁଁ ସେମାନଙ୍କୁ କେବଳ ଚାହିଁ ରହିଛି...

©Kalpalata Kanungo #good_night 💐"ଅସରା ଅନ୍ୱେଷଣ"💐

#good_night 💐"ଅସରା ଅନ୍ୱେଷଣ"💐 #କବିତା

1bc248f35fc7b86fe6b7865be53d3a01

Kalpalata Kanungo

White "🌼ପ୍ରଦୀପ ଶିଖାରେ ପ୍ରୀତି ରଙ୍ଗ ନେଇ🌼
🙏❣️'ପ୍ରେମ' ଟିଏ ହୋଇ ଜଳୁଥିବି,, ❣️🙏

🌼ଶାନ୍ତି ରାଇଜର ସ୍ୱପ୍ନ କୁମାରୀ ମୁଁ 🌼
🙏🌹ବାସ୍ତବ କୁ ନିତି ଖୋଜୁଥିବି🌹🙏"

©Kalpalata Kanungo #Dhanteras 🌹🙏🌹
loader
Home
Explore
Events
Notification
Profile