Nojoto: Largest Storytelling Platform
bibhusamanta8155
  • 46Stories
  • 11Followers
  • 378Love
    580Views

Bibhu Samanta

poet n writter

  • Popular
  • Latest
  • Video
2992462e726dbc4611e71951263fdd15

Bibhu Samanta

*ଆତ୍ମହତ୍ୟା ଗୋଟେ ଯୋଜନାବଦ୍ଧ ହତ୍ୟା
ଆତ୍ମା ର କଣିକାମାନଙ୍କୁ ବଳାତ୍କାର କଲାପରେ
ଶରୀରରେ ଆଉ କ'ଣ ଯେ ବାକି ଥାଏ *

©Bibhu Samanta #Identity
2992462e726dbc4611e71951263fdd15

Bibhu Samanta

ଥରେ ତାକୁ ପଚାରିଲି...
ତୁ କି ସେଇ ଜହ୍ନ !!
ଯେ କୁଞ୍ଜବନେ ଅଭିସାର ରଚେ,
ଯେ ଫଗୁଣେ ରଙ୍ଗରେ ଭିଜେ।
ଯେ ଶ୍ରାବଣେ ନିଳାମ୍ବରୀ ପିନ୍ଧେ
ଯେ ନୀଳାଚଳେ, 
କାର୍ତ୍ତିକେ ସୁନାର ଚନ୍ଦ୍ରିକା ବାନ୍ଧେ।
ତୁ କି ସେଇ... 
ଯେ ବୈଶାଖ ରେ, 
ଶାକ୍ୟ ମୁନିଙ୍କ ମୁଦ୍ରିତ ନୟନେ
ନିର୍ବାଣ ଲେଖେ !!

ଓଁକାର ର ଆକାର ଖୋଜିଲେ
ସେ ଲମ୍ବିଯାଏ ...
ଲୁମ୍ବିନି ରୁ ବୋଧଗୟା ଯାଏ
ଐଶ୍ୱର୍ଯ୍ୟ ର ଆଭିଜତ୍ୟରୁ
 ଅଶ୍ୱତ୍ଥ ମୂଳ ଯାଏ।
ଯଶୋଧାରା ର ଲୋତକ ଧାରରୁ
ସବରୀ ର ସ୍ମିତହାସ୍ୟ ଯାଏ।
ବୁଦ୍ଧତ୍ବ ର ଶରଣାଗତି ରୁ
ଜରାକ୍ରାନ୍ତ ବୃଦ୍ଧା ର ପ୍ରଶ୍ନ ଯାଏ।

ଜାଣେ, ତୁ ବି ନୀରବ...
ସେ ସମାଧିସ୍ଥ, 
ମୁକ୍ତି ବାଣ୍ଟିବାରେ ...
ଆଉ ତୁ... 
ଚନ୍ଦନ ମାଖୀ ଚାପ ଖେଳୁଛୁ
ନରେନ୍ଦ୍ର ଜଳରେ ।।

।। ବିଭୁ ।।

©Bibhu Samanta #BuddhaPurnima
2992462e726dbc4611e71951263fdd15

Bibhu Samanta

ଲିପିଷ୍ଟିକ୍

©Bibhu Samanta
2992462e726dbc4611e71951263fdd15

Bibhu Samanta

ଚିରଞ୍ଜିବୀ ର
       ଚିଠି...

©Bibhu Samanta #Hanuman
2992462e726dbc4611e71951263fdd15

Bibhu Samanta

ତୁମକୁ ଚିତ୍ର କରି ଟାଙ୍ଗିବି କ'ଣ ପାଇଁ ଯେ?
ଏଇ ରଙ୍ଗମଖା ମୁହଁ ଟି ପାଇଁ!
ରଙ୍ଗ ତ ସବୁଠି ଅଛି
ପତ୍ରରେ , ଫୁଲରେ , ନଦୀରେ, ଆକାଶରେ
ହସରେ , ଲୁହରେ, ରାଗରେ, ଅଭିମାନର
ମୁହୂର୍ତ୍ତ ମାନଙ୍କୁ କଣ ବାନ୍ଧିହୁଏ ଫ୍ରେମ୍ ରେ
ରଙ୍ଗ ବୋଳା ମୁହଁରୁ ପଢିହୁଏନି
ଆଖିର ଅବୁଝା କବିତା
କୋହ ସବୁ ଗୁମୁରି ଉଠେ ନୀରବରେ
ସେଥିପାଇଁ ମୋ ସୁଖଦୁଃଖକୁ ମିଶେଇ ଦେଇଛି
ପବନରେ, ଢେଉରେ  ମାଟିରେ
ସ୍ୱପ୍ନରେ , ମେଘରେ , ସନ୍ଧ୍ୟାରେ
କେଜାଣି କେବେ କେଉଁ ସୌରଭର ସୌଦାଗର
 ବାନ୍ଧିନେବ ମୋତେ ତା କାନଭାସ୍ ରେ।।

©Bibhu Samanta #Happy_holi
2992462e726dbc4611e71951263fdd15

Bibhu Samanta

ତୁମେ ଆଦି
             ତୁମେ ଗାୟତ୍ରୀ
ତୁମେ ନଦୀ
            ତୁମେ ସାବିତ୍ରୀ
ତୁମେ ବାଣୀ
              ତୁମେ ଭାରତୀ
ତୁମେ ପ୍ରଜ୍ଞା
                  ତୁମେ ସରସ୍ବତୀ

©Bibhu Samanta
2992462e726dbc4611e71951263fdd15

Bibhu Samanta

ପ୍ରାୟଶ୍ଚିତ

©Bibhu Samanta #Dark
2992462e726dbc4611e71951263fdd15

Bibhu Samanta

ଶେଷରେ
                ସଂଘମିତ୍ରା

©Bibhu Samanta #Love
2992462e726dbc4611e71951263fdd15

Bibhu Samanta

ସକାଳ ସୁରୁଜ ଯେବେ
ହସୁଥାଏ ପଳାଶ ରଙ୍ଗରେ
ରଂଗଣି କୁ ଛୁଇଁଦେଇ
ପ୍ରଜାପତି ଟେ ଉଡ଼ିବୁଲେ
ଅପରାଜିତାର ଓଢଣୀ ଟାଣି
ତା ଦେହରେ
କୁହୁଡି ଖୋଜୁଥାଏ ତାକୁ
ଚା କପଟେ ଧରି
ଗାଁ ର ବଉଳ ପିଣ୍ଡିରେ ।।

ବସନ୍ତର ଚିଟାଉ ଧରି
ମଳୟଟା ଚକ୍କର ମାରୁଥାଏ
କେବେ ତୋ ଛାତରେ 
କେବେ ମୋ ଘର ସାମ୍ନାରେ
ସ୍ୱପ୍ନ ସବୁ ଆକ୍ତାମାକ୍ତା
ତୋ ଆଖିରେ କଜଳ ଗାରରେ
ଶୁଣ... କୁହୁଡି ପରି 
ସମୟ ନାହିଁ ମୋ ପାଖରେ
ଆ କେବେ ... ଦେଖିଯିବୁ
ତୋ ନାଁରେ କେତେ ଚା କପ
ମୋ ବାକି ଖାତାରେ ।।

©Bibhu Samanta #teacup
2992462e726dbc4611e71951263fdd15

Bibhu Samanta

ଈଶ୍ୱର
ଓ
ଭାଗଚାଷୀ

©Bibhu Samanta ଵୋକ
loader
Home
Explore
Events
Notification
Profile