Nojoto: Largest Storytelling Platform
shraddhamayinaik5487
  • 44Stories
  • 25Followers
  • 1.3KLove
    23.5KViews

ଶ୍ରଦ୍ଧାଶିଷ୍......

NaiK ShraddhA......

  • Popular
  • Latest
  • Video
46cfecf6201eb1f0e3c2f55e4cde4bae

ଶ୍ରଦ୍ଧାଶିଷ୍......

ନୀରବତା....
ଭାଷା ତାର ଅନେକ ଥାଏ ,
ହସିହସି ସେ ବହୁତ୍ କିଛି କହିଯାଏ,
କିନ୍ତୁ
ସଭିଙ୍କର ସେ କ୍ଷମତା ନଥାଏ 
ତା ଭାଷା ବୁଝିବାକୁ....
ତା ସ୍ୱର ଶୁଣିବାକୁ.....
ଯେ ଅନ୍ୟ ହୃଦୟର ବେଦନାକୁ 
ନିଜେ ଅନୁଭବି ନିଏ....
କେବଳ ସେ ହିଁ ସମର୍ଥ ହୋଇଥାଏ....
ନୀରବତାର ଭାଷାକୁ ବୁଝି 
ତା ଲିପିକୁ ନିଜ ହୃଦୟ 
ପ୍ରଚ୍ଛଦପଟରେ ଲେଖିଦେବା ପାଇଁ.......

©ଶ୍ରଦ୍ଧାଶିଷ୍...... ନୀରବତା
46cfecf6201eb1f0e3c2f55e4cde4bae

ଶ୍ରଦ୍ଧାଶିଷ୍......

କିଏ କିଏ CALORIES BURN କର୍'ବାର୍ 
କେ ଚାହୁଁଛ 
ମୋର୍ ପାଖେ ଝକାସ୍ IDEA ଟେ ଅଛେ......

ଯେତେ ସବୁ HIGH CALORIE ବାଲା 
ଖାଏବାର୍ ଜିନିଷ୍ ଅଛେ ସବୁକେ ଗୁଟେ ତାୱାଥି ରଖିଦେବ....
ତାର୍'ପରେ ସେ ତାୱାକେ ଗ୍ୟାସରେ 
ଫୁଲ୍ HIGH FLAME ରେ 
ପଏର୍ଛା ତତେଇ ଦେବ..... 
ଦେଖ୍'ବ ପାଁଚ୍ ମିନିଟ୍ ନି ଲାଗେ ...
ସବୁ CALORIES ଜଲି କରି ଖାର୍ ହେଇ ଯିବା......

©ଶ୍ରଦ୍ଧାଶିଷ୍...... #Funny
46cfecf6201eb1f0e3c2f55e4cde4bae

ଶ୍ରଦ୍ଧାଶିଷ୍......

ପର୍'ଦେଶୀ ମେରେ ୟାରା ୱାଦା ନିଭାନା.....
ମୁଝେ ୟାଦ୍ ରଖ୍'ନା କହିଁ ଭୁଲ୍ ନା ଜାନା....!!!!

ଉପରୋକ୍ତ ପଦ୍ୟାଂଶରେ 
କବି ତାକର୍ ସାଙ୍ଗ୍ କେ
 ଉଧାରି ପଏସା ଦେଇଛନ୍ ଯେ,
ସୋର୍ ପକେଇ ଦଉଛନ୍.....
😂😂😂

©ଶ୍ରଦ୍ଧାଶିଷ୍...... #Funny
46cfecf6201eb1f0e3c2f55e4cde4bae

ଶ୍ରଦ୍ଧାଶିଷ୍......

White ଶୀତ୍ କଲା ନ ପଞ୍ଜରା ଥରା,
ଉଁମ୍ହେଇ ଜୁଏ ଲାଗୁଛି ନୁରା......
କାହିଁ ପାଏବୁ ସେ ଦିନ୍'କାଲ୍ 
ଜୁଏ ତପା ଲାଗି ତରା ପଁହରା ।

          ରାନ୍ଧି ସାର୍'ଲେ ଚୁଲ୍ହିର୍ ଝିକା,
ଆର୍ 
                  କିର୍'ଚେଲ୍ ଜାଲି ହାତ୍ କେ ଦେଖା......
       ପହଁପହଁ ନୁ ଗଦା କେ ଗଦା
            ଯାହାକେ ଦେଖ୍'ବୁ ଜୁଏ କୁହୁଲା ।
          କାହିଁ ପାଏବୁ ସେ ସକାଲ୍ ଆରୁ 
         କାକର୍ ଖେଦା କଅଁଲି ଖରା ।

କାଏଁରେ ଘାଏ ଫିରି ଯାଏତିଁ !!!!!
ସେ ଦିନୁ ଆର୍ ନି ଆଏତିଁ !!!!!
ଆଖିର୍ ଆଁଖଲ୍ ଜାଁକି ଆନୁଛେ,
ଛୁଆଦିନ୍ ମୋର୍ ସୋର୍ ପଡ଼ୁଛେ,

                 ଦେଖ୍ ତ ସମିଆ କେଡ଼େ ଝାଏଁନୁ 
          ଭର୍କୋ କରି ପଲେଇଗଲା..
               କାହିଁ ପାଇବୁ ସେ ସକାଲ୍ ଆରୁ 
              କାକର୍ ଖେଦା କଅଁଲି  ଖରା...
            କାହିଁ ପାଏବୁ ସେ ଦିନ୍'କାଲ୍ 
            ଜୁଏ ତପା ଲାଗି ତରା ପହଁରା

©ଶ୍ରଦ୍ଧାଶିଷ୍...... #GoodMorning ଶୀତ୍

#GoodMorning ଶୀତ୍ #Life

46cfecf6201eb1f0e3c2f55e4cde4bae

ଶ୍ରଦ୍ଧାଶିଷ୍......

ମୁଁ ଗଙ୍ଗ ଶିଉଳୀ...
ଘନ ଯାମିନିରେ ଶିତାଂଶୁ କିରଣେ 
ଫୁଟେ ମୁଁ ବିଛାଇ ରୂପ ମାଧୁରୀ.... 
ମୁଁ ମର୍ତ୍ତ୍ୟରେ ଯେ ପାରିଜାତ.....
କିନ୍ତୁ 
ଲାଗେ ସତେ ଅଭିଶପ୍ତ...
ମୋର ସୌନ୍ଦର୍ଯ୍ୟ ଅନୁପମ...
କିନ୍ତୁ 
କେବଳ ନିଶାର୍ଦ୍ଧେ ସୀମିତ...
କିଏ କହେ ମୋତେ ରାତିର ରାଣୀ....
କବିତା ସଜେଇ କବି କହେ ପୁଣି
ରୋମାଞ୍ଚ ଭରା ତା ପ୍ରେମ କାହାଣୀ.....
ରାତିଟିଏ ପାଇଁ ପଲ୍ଲବୀତା ମୁଁ ଯେ 
ମିହିରେ ଝାଉଁଳି ସାଜିଥାଏ ମୁଁହି 
ଅଭିମାନ ଭରା 
   ଝରା ଶେଫାଳୀ ....
ଗଙ୍ଗ ଶିଉଳୀ ମୁଁ ଗଙ୍ଗ ଶିଉଳୀ.....

©ଶ୍ରଦ୍ଧାଶିଷ୍...... ଗଙ୍ଗ ଶିଉଳୀ

ଗଙ୍ଗ ଶିଉଳୀ #Quotes

46cfecf6201eb1f0e3c2f55e4cde4bae

ଶ୍ରଦ୍ଧାଶିଷ୍......

White ଗୁଜା ପିନ୍'ପିନା ଅସ୍ତର୍ ଯେତେ 
ଗାଲି ଲାଗୁଥିଲେ ବସି ,
  କାର୍ ଧାର୍ ଥି କେତେ ଗୁହେର୍ 
ଖଁଡିଆ କିଏ ଦେସି ।
ଚକୁ କତ୍ରି ଖଣ୍ଡା ଛୁରି ତରୁଆଲ 
ଦା ଟଙ୍ଗିଆ ,
ସବେ ନିଜ୍'କେ ଧାରୁଆ ବୋଲି 
ଗାଏଲେ ନିଜର୍ ଗିଆ ।
ସମ୍'କର୍ ପଛେ ଠିଆ ହେଇଥିଲା 
ଜୀଭର୍ ସାଙ୍ଗେ କଥା,
ଆର୍
ବଏଲା ସବ୍'କୁ ହଏରେ ପିଲେ ଏତେ 
କାଏଁ ଯେ ଉର୍ଘା ବଥା।
ତୁମର୍ ଭିତ୍'ରେ ତାକତ୍ ନାଇଁ ମୋର୍'ନେ 
ଅଛେ ଯେତେ ,
ତୁମର୍ ଖଁଣିଆ ମେଟି ଯାଏସି ହେଲେ
ମୋର୍ ଟା ନାଇଁ ମେଟେ ।
ସତେ ଯେ,
ଦିହଁର ଖଣିଆ ସମିଆ ସାଙ୍ଗେ 
 ଚିହ୍ନା ବି ଯାଏସି ମେଟି,
ହେଲେ କଥାର୍ ଖଁଣିଆ ଘା'ଆ କରିଥିସି
ମିଶି ଯିବାର ତକ୍ ମାଟି ।

©ଶ୍ରଦ୍ଧାଶିଷ୍...... ଗୁହେର୍

ଗୁହେର୍ #Quotes

46cfecf6201eb1f0e3c2f55e4cde4bae

ଶ୍ରଦ୍ଧାଶିଷ୍......

କାଲୀ ତୁଇ ମାଁ ଦୂର୍ଗା ତୁଇ
ଚିହ୍ନ୍'ବୁ କେଭେ ଆର୍ ନିଜ୍'କେ,
ଇ ଦୁନିଆଁଥି ଲକ୍ଷ୍ମୀ ହେଲେ
ଲୋକ୍ ଝୁନି ଖାଇଦେବେ ଥର୍'କେ।
କାଏଁ ଯେ ଧର୍ଷଣର୍ ଶିକାର୍ ହେବୁ
ଥାଇ କରି ଦିହେ ତାକତ୍,
ମହାକାଲୀ ହେଇ ଦେ ଟଁଟି ମୁଡି
ପି ଅସୁରର୍ ରକତ୍।
କେତେ ଯେ ଅସୁର୍ ଛାଇଁ ଗଲେନ 
ମୁନ୍'ଷର୍ ଭିଡ଼୍ ଭିତରେ,
ସଂହାର୍ କର୍ ତୋର୍ ତ୍ରିଶୂଲ୍ ଧାରେ
ଉଭ୍'ରି କରି ଥରେ।
ମାଁ ହେଇ କରି ସବୁ ସମ୍ଭାଲୁଛୁ
ନିଜ୍'କେ ତ ଘାଏ ଚିହ୍ନ୍,
ଅନ୍'ମୁନୁଷିଆ ଅସୁର୍ ଜାଏତ୍'କେ
କରିଦେ ଖିନ୍'ଭିନ୍ ,
ତୁଇ କରିଦେ ଖିନ୍'ଭିନ୍ ,।

©ଶ୍ରଦ୍ଧାଶିଷ୍...... ନିଜ୍'କେ ତ ଘାଏ ଚିହ୍ନ୍

ନିଜ୍'କେ ତ ଘାଏ ଚିହ୍ନ୍ #Life

46cfecf6201eb1f0e3c2f55e4cde4bae

ଶ୍ରଦ୍ଧାଶିଷ୍......

ଜଗତର ନାଥ ଭାଇ ଭଉଣୀଙ୍କୁ ଧରି ,
ବରଷକୁ ଆସିଛି ଯେ ବିଲେଇସର୍ଡା ବୁଲି....
ଗରଜୁଛି ଘଣ୍ଟ ଶଙ୍ଖ ଶୁଭେ ହୁଳହୁଳି
ଗରଜୁଛି ଘଣ୍ଟ ଶଙ୍ଖ ଶୁଭେ ହୁଳହୁଳି
ଗାଁ ମୋର ଲାଗେ ସତେ ଶିରିକ୍ଷେତ୍ର ପୁରୀ 
ଶିରିକ୍ଷେତ୍ର ପୁରୀ ......

କେଡେ ଲୋଭାବନ ଦିଶେ ମୋ କଳାଠାକୁର..
ନାଲି ନାଲି ଅଧର ତା ହସ ମନୋହର.....
ଭକତ ମେଳେ ମୋ ଜଗା ନାଚେ ଢ଼ଳି ଢ଼ଳି 
ଭକତ ମେଳେ ମୋ ଜଗା ନାଚେ ଢ଼ଳି ଢ଼ଳି 
ଦରଶନେ ତାର ସବୁ ଦୁଃଖ ଯାଏ ସରି 
ଦୁଃଖ ଯାଏ ସରି....

ଜଗତ ରେ ନାଥ....

ପତିତପାବନ ନାମେ ଉଡ଼ାଉଛି ନେତ,
ଭକତ ଭାବରେ ବନ୍ଧା କାଳୀଆ ସାଆନ୍ତ....
ପରଂବ୍ରହ୍ମ ନିରାକାର କୃପାସିନ୍ଧୁ ହରି...
ପରଂବ୍ରହ୍ମ ନିରାକାର କୃପାସିନ୍ଧୁ ହରି...
ଆଦରରେ ପାଶେ ଡାକେ ଦୁଇ ବାହୁ ମେଲି
ଦୁଇ ବାହୁ ମେଲି..

ଜଗତର ନାଥ ଭାଇ....

©ଶ୍ରଦ୍ଧାଶିଷ୍...... ଜଗତ ର ନାଥ

ଜଗତ ର ନାଥ #Love

46cfecf6201eb1f0e3c2f55e4cde4bae

ଶ୍ରଦ୍ଧାଶିଷ୍......

#poetryunplugged
46cfecf6201eb1f0e3c2f55e4cde4bae

ଶ୍ରଦ୍ଧାଶିଷ୍......

#Emotional
loader
Home
Explore
Events
Notification
Profile