Nojoto: Largest Storytelling Platform
sagarika2950
  • 44Stories
  • 8Followers
  • 405Love
    1.2KViews

ସାଗରିକା

  • Popular
  • Latest
  • Video
9b267f7716102d955d7b40cd63466eee

ସାଗରିକା

White ହଜାର ଦୁଃଖ ଆଉ ସମସ୍ୟା କୁ ଦୂର କରିବାକୁ 
ମୋ ଭାଇ ର ବାୟାଣି ଡାକ ହିଁ ଯଥେଷ୍ଟ ...।

©ସାଗରିକା #love_shayari
9b267f7716102d955d7b40cd63466eee

ସାଗରିକା

ସେ ସାକ୍ଷୀ ମୋ ଜୀବନ୍ତ କାହାଣୀ ର 
ସେ ଦେଖିଛି ମୋ ଅବ୍ୟକ୍ତ ସମୟ 
ସେ ଆଙ୍କିଛି ମିଥ୍ୟାବାଦୀ ପ୍ରେମିକର ପ୍ରତିଛବି 
ତା କର ପଟଳ ରେ ......
ସେ ପରଖିଛି ନିରବତା ର ଆତୋଳନ 
ସେ ଜୀବନ୍ତ ସାକ୍ଷୀ ମୋ ହୃଦୟ ବିଷାଦ ର 
ସେ ମଧ୍ୟ ଶୁଣିଛି ମୋ କରୁଣ ଚିତ୍କାର କୁ 
ସେ ଠିକ୍ ଯୋଡ଼ି ପାରିଛି .....
ମୋ ଅକୁହା ଶବ୍ଦ ମାନଙ୍କୁ 
ସେଥିପାଇଁ ଵୋଧୁଏ ସେ ମୋର ଏତେ ନିଜର ..!

©ସାଗରିକା #Likho
9b267f7716102d955d7b40cd63466eee

ସାଗରିକା

White  ପର ଆପଣାର ଭେଦ ମୁଁ ଜାଣିଲି 
ହୃଦୟ କାନ୍ଦିଲା ପରେ ,
ଭିଯିବାକୁ ଚାହିଁଥିଲି ତୁମ ପ୍ରେମର ବର୍ଷାରେ 
ଭିଜିଲୀ ମୁଁ ଆଖି ଲୁହରେ ।

ଅନ୍ତର ସବୁ ଅକୁହା ଶବ୍ଦକୁ 
ସାଇତି ରଖିଛି ମନେ ,
ଫେରିବ କି ନାହିଁ ଜାଣେ ନାହିଁ 
ତଥାପି ମୁଁ ଅପେକ୍ଷାରେ ।

©ସାଗରିକା #sad_shayari
9b267f7716102d955d7b40cd63466eee

ସାଗରିକା

ନିରବତା ଅନେକ କିଛି କୁହେ 
ଯାହା ବୁଝିବାର କ୍ଷମତା ସମସ୍ତଙ୍କର ନଥାଏ ।

©ସାଗରିକା
9b267f7716102d955d7b40cd63466eee

ସାଗରିକା

White ଜୀବନ ଆଜି ଏମିତି ହେଇ ସାରିଛି
ଦେଖିକି ବି ନ ଦେଖିବାର 
ଅଭିନୟ କରିବାକୁ ପଡ଼ୁଛି ....।

©ସାଗରିକା
  #short_shyari
9b267f7716102d955d7b40cd63466eee

ସାଗରିକା

କାହିଁକି ଖୋଜେ ମୁଁ ଅତୀତ କୁ ଆଜି 
ଯାହା କେବେଠୁ ଯାଇଛି  ହଜି  ......।😔

©ସାଗରିକା
  #kinaara
9b267f7716102d955d7b40cd63466eee

ସାଗରିକା

ପୁଣି ଥରେ...
ତୁମେ ଫେରି ଆସନ୍ତକି
ମଳୟର ସ୍ନିଗ୍ଧା ତରୁରେ ...।
ପୁଣି ଥରେ ...
ତୁମେ ଫେରି ଆସନ୍ତ କି 
ମେଘର ଦିଗବଳୟରେ ..।
ପୁଣି ଥରେ....
ଫେରି ଆସନ୍ତ କି 
ସନ୍ଧ୍ୟାର ଶୀତଳ ପବନରେ ...।
ଜାଣେ...
ତୁମେ ମୋ ଠାରୁ ବହୁତ୍ ଦୂରରେ 
ହେଲେ.....
ଏ ଅମାନିଆ ମନ କ'ଣ ମାନୁଛି 
ସେ ଝୁରୁଚି ତୁମ ସେଇ 
ନିରୋଳା ଭଲ ପାଇବାକୁ
ଅବ୍ୟସ୍ତ ପ୍ରେମକୁ 
ଆଉ ଅଦୃଶ୍ୟ ଉପସ୍ଥିତି କୁ 
ପୁଣି ଥରେ.....।

©ସାଗରିକା
9b267f7716102d955d7b40cd63466eee

ସାଗରିକା

White  

ତୁମେ ଏକ ଅପେକ୍ଷାରତ 
ପ୍ରତିଶୋଧର ଉଦ୍ ଭ୍ରାନ୍ତ ମୁହୂର୍ତ୍ତ ,
ମୁଁ ଚିରନ୍ତନି ଶୀତଳ ସମୀର 
ପଶ୍ଚାତାପର ଆବେଗରେ 
ତୁମେ ଭାଙ୍ଗୀ ପଡୁଥିବ ପୂର୍ଣ୍ଣ ଆୟୁଷ ,
ଆଉ ମୁଁ ,
ବିନା ଆକ୍ରୋଶରେ
ତୁମକୁ ପୁନଶ୍ଚ ଗଢ଼ିଦେଉଥିବା
ବୟସର ଅବଶି ଷ୍ଟାନ୍ ସ ।।

©ସାଗରିକା
  #Road
9b267f7716102d955d7b40cd63466eee

ସାଗରିକା

କେତେ ନୂଆ ଏ ବରଷ
ନୂଆ ସକାଳର ସୁନେଲି କିରଣ 
ଧରଣୀ ଦେହେ ଶୋଭିତ ।
ନୂଆ ବରଷର ଆବାହନେ କୋଟି
ଜନମନ ପୁଲକିତ  ।।
ଆଶାର ରଙ୍ଗୀନ ସ୍ଵପ୍ନ ମାଳମାଳ
ଆଖି ପଲକେ ଅଧିର ।
ସତ କି ହୋଇବ ଅସୁମାରୀ ସ୍ବପ୍ନ
ଆଣି ଖୁସିର ଜୁଆର ।।
ନୂଆ ଫୁଲେ କିବା ଭରିବ ମହକ
ବୁଣି ଚଉ ଦିଗ ବାସ ।
ଅପେକ୍ଷାରେ ରତ ତୁଷାତ ଭ୍ରମର 
ପାଇବ ମିଠା ପରଶ ।।
ନୂଆ ଆକାଶରେ ଶୋଭାପାଏ ସିନା
ଇନ୍ଦ୍ରଧନୁ ସାତରଙ୍ଗ ।
ପ୍ରଶ୍ନବାଚୀ ତାର ପ୍ରତିଶ୍ରୁତି ଭରେ
ଜୀବନରେ ଅସ୍ତରାଗ ।।
ନବୀନ ସଲିଳ ଭରା ସ୍ରୋତସ୍ଵିନି 
ଲଙ୍ଘି ଭାବନାର ତୀର ।
ମରୀଚିକା ରୂପୀ ମରୁଭୂମି ପରେ
ଶୁଭେ ତା ଆତ୍ମ ଚିତ୍କାର ।।
କେବେ ମହାମାରୀ କେବେ ପୁଣି ଝଡି
ଦେଖାଏ ରୂପ ହଜାର  ।
ନୂଆ ବରଷ ଯେ ଦେଇଛି ଅତୀତେ 
ନୂଆ ଛବି ଦୁର୍ଦ୍ଦଶାର  ।।
ସବୁରି ମନରେ ଭରିବ କି ଶାନ୍ତି
ଦେବ କି ଓଠେ ହରସ ।
ନୂଆ ବରଷରେ ପଚାରୁଛି ଆଜି
କେତେ ନୂଆ ଏ ବରଷ ।।
                                  (ସୁସ୍ମିତା)

©ସାଗରିକା
  #Newyear2024
9b267f7716102d955d7b40cd63466eee

ସାଗରିକା

ଜିଇଁଥିବା ବେଳେ ତୁମରି ଓଠରେ ଛାପଟିଏ ଛାଡ଼ିଯିବି,
ତୁମରି ସ୍ୱରରେ ତୁମ ଆବୃତିରେ କବିତା ଟେ ହୋଇ ବଞ୍ଚିଥିବୀ । 😔❤️

©ସାଗରିକା
  #Hum
loader
Home
Explore
Events
Notification
Profile