Nojoto: Largest Storytelling Platform
tafizulhussain4478
  • 1.4KStories
  • 58.3KFollowers
  • 23.1KLove
    8.3LacViews

Tafizul Sambalpuri

खामोश रहते कुछ हासिल नहीं होगा बोलें अपने दिल की बातें YouTube id https://youtu.be/uZyC_sPFr7k 9439221989 Sambalpur Odisha Sambalpur Odisha

  • Popular
  • Latest
  • Repost
  • Video
f81efd748804cf8452b84575ebfb66fb

Tafizul Sambalpuri

White ସବୁ କ'ଣ ଲେଖି ହୁଏ 
ମୁଁ ଲେଖେ ତଥାପି 
ସବୁ କ'ଣ କହି ହୁଏ 
ମୁଁ କହେ ତଥାପି 
ନଦୀର ଦୁଇ କୂଳ କ'ଣ କବେ ମିଶେ
ନଦୀ ବୋହେ ତଥାପି
ସବୁ କବିତା କ'ଣ ମନକୁ ଛୁଏଁ 
ମୁଁ ଭାବେ ତଥାପି 
ତଥାପି,  ବ୍ୟାକୁଳ ହୋଇ ବାରମ୍ବାର
ପ୍ରଶ୍ନ ପଚାରେ ମତେ ନିର୍ବୋଧ ଭାବେ
ଆଉ କିଛି ବାକି ରହିଛି କି ?
ସବୁ ପ୍ରଶ୍ନର ଉତ୍ତର କ'ଣ ମିଳେ
ମୁଁ ଖୋଜି ଚାଲେ ତଥାପି  ।।

©Tafizul Sambalpuri #good_night
f81efd748804cf8452b84575ebfb66fb

Tafizul Sambalpuri

White 
ମଲାଟ

ମୁଁ ଗୋଟେ ସୁରକ୍ଷା କବଚ 
ପୁଳାଏ ଫର୍ଦ୍ଦ ମାନଙ୍କର
ଯେଉଁଠି ଶାନ୍ତିରେ ବିଶ୍ରାମ ନିଅନ୍ତି 
ହଜାର ହଜାର ଶବ୍ଦ ।

ମୁଁ ଧୂଳିକୁ ମାଖେ
ମୁଁ ଅଳନ୍ଧୁକୁ ବୋଳି ହୁଏ 
ମୁଁ ଜଗି ରହେ 
ଗୋଟିଏ କାହାଣୀକୁ 
ଗୋଟିଏ ପ୍ରେମିକର ଭାବନାକୁ
ଗୋଟିଏ ପେଟର ଭୋକକୁ
ଗୋଟିଏ ଜାତିର ଇତିହାସକୁ ।

ଶବ୍ଦ ମାନଙ୍କ ସହ
ବେଳେ ବେଳେ ମୁଁ ସାଇତି ରଖେ
ଦୁଇ ଟୋପା ଲୁହକୁ 
ହୃଦୟର କୋହକୁ
ଗୋଟିଏ ଗୋଲାପ ଫୁଲକୁ 
ଗୋଟିଏ ଅଭୂଲା ସ୍ମୃତିକୁ  ।

ଅନେକ ରଙ୍ଗ ବୋଲାହୁଏ ମୋ ଉପରେ 
ଆକର୍ଷିତ କରିବା ପାଇଁ ଅନ୍ୟମାନଙ୍କୁ
କଛି ନାମକରଣ ମଧ ହୁଏ
ମତେ ସମସ୍ତେ ଦେଖନ୍ତି
ତା ପରେ ଯାଇ
ଫର୍ଦ୍ଦ ପରେ ଫର୍ଦ୍ଦ ଓଲଟାନ୍ତି ।

ମଲାଟ ହେବା କ'ଣ ଏତେ ସହଜ
ଆଶ୍ରିତ ଶବ୍ବମନଙ୍କୁ ଆଶ୍ୱାସନା ଦେବା
ଥୟ ଧର ଥୟ ଧର
ଗୋଟିଏ ମଣିଷ ନିଶ୍ଚୟ ଆସିବ
ତୁମ ସହ ବାର୍ତ୍ତାଳାପ କରିବ
ତୁମକୁ ପଢ଼ିବା ପରେ 
ଭାବ ବିହ୍ୱଳ ହୋଇ ଛାତିରେ ଚାପି ଧରିବାକୁ  ।।

©Tafizul Sambalpuri #Sad_Status
f81efd748804cf8452b84575ebfb66fb

Tafizul Sambalpuri

ଗୋଟିଏ ନାଆର ଦୁଃଖ 

ଲଢ଼ିବାକୁ ହୁଏ ତାକୁ ସବୁଦିନ
ସେଇ ସମୁଦ୍ର ସହିତ 
ଯେଉଁଠି ସେ ରହେ ।

କେତେ ଝଡ଼ କେତେ ଝଞ୍ଜା କେତେ ଜଞ୍ଜାଳ
ନିତିଦିନ ମଥାକୁ ନୁଆଁଇ ସବୁ ସହେ
ତାର ସଂସାର କେବେ ଭାଙ୍ଗେ 
କେବେ ସମୁଦ୍ର ଗର୍ଭରେ ଲୀନ ହୁଏ 
ତଥାପି ସେ ସେଠି ରହେ ।

ପଥ ବଡ଼ ଜଟିଳ ତଥାପି 
କେବେ ଗୀତ ତ କେବେ ସେ କବିତା ଲେଖେ
ଜୁଆର ସହ ଲଢ଼ି 
ନିତି ନଇଁ ଯାଉଥିବା ସୂର୍ଯ୍ୟ ସହ
ଅନ୍ତରଙ୍ଗ ଆଳାପ ମଧ୍ୟରେ 
ସବୁ ଅନ୍ତର୍ଦାହକୁ ଲୁଚାଏ 
ତଥାପି ସେ ସେଠାରେ ରହେ ।

ସେ ଜାଣେ, ତାର ଜନ୍ମ ନିଜପାଇଁ ନୁହେଁ
ଜନ୍ମ ସାର୍ଥକ କରିବାକୁ
ପିଠିରେ ବୋଝ ବୋହି ଲୁହକୁ ପିଏ
ଶେଷରେ ସେ ସମାଧି ନିଏ
ତଥାପି ସେ ସେଠାରେ ରହେ ।।

©Tafizul Sambalpuri #କବିତା

#କବିତା

f81efd748804cf8452b84575ebfb66fb

Tafizul Sambalpuri

White वक्त कहां बुरा होता है 
बुरा तो में था 
उस वक्त भी और आज भी 
बुराई को बुरा 
बता ना पाया 
रोया तब भी 
जब अनके खुशी में खुश हुआ 
रोया आज भी 
जब अपने आपको तन्हा पाया 
लिखकर कहां कोई आजाद हुआ 
खामोशियों से 
ख़ामोश जुबां होती है 
वक्त तो बेजुबान है 
इनपर आखिर कोन तोहमत लगाया।।

©Tafizul Sambalpuri #sad_quotes  शायरी हिंदी में शेरो शायरी शायरी दर्द शायरी हिंदी खूबसूरत दो लाइन शायरी

#sad_quotes शायरी हिंदी में शेरो शायरी शायरी दर्द शायरी हिंदी खूबसूरत दो लाइन शायरी

f81efd748804cf8452b84575ebfb66fb

Tafizul Sambalpuri

ଘୃଣା 

ଅନ୍ୟର ନୁହେଁ 
ତାହା କେବଳ ନିଜର କ୍ଷତି କରେ

ଘୁଣ

ଘୃଣାର ଅନ୍ୟ ରୂପ 
ଯାହା ଆମ ଅସ୍ତିତ୍ବକୁ ଶେଷ କରେ

ଗୁଣ

ଭଲ ଥିଲେ ମଣିଷ ପୁଜା ପାଏ
ଗୁଣ ଖରାପ ଥିଲେ ଘୃଣା ସୃଷ୍ଟି କରେ ।

©Tafizul Sambalpuri #କବିତା

#କବିତା

f81efd748804cf8452b84575ebfb66fb

Tafizul Sambalpuri

ମୁଁ କିଛି ଲେଖେ ବୋଲି 
ସମସ୍ତେ ଭାବନ୍ତି
ମୁଁ ଖୁବ୍ କାନ୍ଦେ ବୋଲି 
ସମସ୍ତେ କହନ୍ତି 
ହେଲେ ଏ ସମସ୍ତ ଶବ୍ଦତ ତୁମର
ଏ ଲୁହ ମଧ୍ୟ ତୁମର
ମୁଁ କେବଳ ତାକୁ ସଂଗ୍ରହ କରିଛି
ମୋ ହୃଦୟର ସାଧା କାଗଜରେ 
ମୋ ଚକ୍ଷୁ କରୋଡରେ
ତୁମକୁ ଓ ତୁମ ଅଥୟ ଭାବନାକୁ
ବାରମ୍ବାର ପଢ଼ିବା ପରେ 
ସେଥିରେ ଥିବା ସମସ୍ତ ପ୍ରଶ୍ନକୁ
ତର୍ଜମା ପରେ ଉତ୍ତର ରଖିଛି
ଏଠି ମୋର ବୋଲି କିଛି ନାହିଁ 
ସବୁତକ କେବଳ ତୁମର
ମୁଁ କ'ଣ ମୋ ପାଇଁ କିଛି ଲେଖିପାରେ
ମୁଁ ମୋ ପାଇଁ ନା ହସିପାରେ
ମୁଁ ମୋ ପାଇଁ ନା କାନ୍ଦିପାରେ
ହଁ ମୁଁ ମତେ ଏଇତ ଚିହ୍ନଟ କରିଛି 
ତୁମର ଗୁଡ଼ାଏ ଜଟିଳ ପ୍ରଶ୍ନ ମଧ୍ୟରୁ 
ଓହ୍ଲେଇ ଦେଉଛି ସମସ୍ତ ଆଶଙ୍କାକୁ
ମୋ ଶରୀରରୁ ଗୋଟି ଗୋଟି କରି
ଯାହା ତୁମକୁ ଆଶଙ୍କିତ କରୁଛି 
ଦେଖ ମୁଁ ଏବେ ଗୋଟିଏ ସାଦା କାଗଜ
ଯେଉଁଥିରେ ଲେଖା ହେବ ଏମିତି 
ଅସଂଖ୍ୟ କାହାଣୀ, କବିତା ଓ ଗଳ୍ପ 
ଯାହା ସବୁତକ କେବଳ ତୁମର ।।

©Tafizul Sambalpuri #paper
f81efd748804cf8452b84575ebfb66fb

Tafizul Sambalpuri

White ବିଶ୍ଲେଷଣ 

ମୋ ଅହମିକା ନିକଟରେ 
ଅନ୍ୟମାନେ କେତେ ଯେ ନଗଣ୍ୟ 
ଏଇ ଭାବନାଠୁ ହିଁ ତ ଆରମ୍ଭ ହୁଏ 
ଜୀବନର ବିଶ୍ଲେଷଣ  ।

ତୁଚ୍ଛ ତୁମକୁ କହି, ଯଦି ମୁଁ 
ବଡ଼ ପାଲଟିଗଲି
ତାହାଲେ ସତରେ ମୁଁ କ'ଣ କଲି
ସେଇଆ କଲି ଯାହା ଅନ୍ୟମାନେ କରୁଛନ୍ତି 
ତାହେଲେ ସେମାନଙ୍କଠୁ ଭିନ୍ନ କେମିତି ହେଲି  ?

ମୁଁ ,  ମୋର, ମୋ ପାଇଁର  ଭାବନା
ମତେ ଏତେ ମାତ୍ରାରେ ଗ୍ରାସିଗଲା ଯେ
ସମ୍ପର୍କ ମୂଲ୍ୟହୀନ ପାଲଟିଲା
ଆମ୍ଭେର ପରିଭାଷା ମଳିନ ପଡ଼ିଲା
ସବୁତକ ବିକିଦେଲି ଧନ ପାଇଁ 
ଶାନ୍ତି କେଉଁଠି ମିଳିଲା  ?
ଅନେକ ତ ସେଇଆ କରନ୍ତି 
ତେବେ ମୁଁ ଭିନ୍ନ କ'ଣ କଲି ।

ଆଶ୍ଚର୍ଯ୍ୟ କ'ଣ ଜାଣନ୍ତି ଜୀବନର
ଜନ୍ମ କିମ୍ବା ମୃତ୍ୟୁର ଆକଳନ 
ନୁହେଁ ଆମ ଅକ୍ତିଆରରେ
ଆଉ ସେଇ ଶ୍ମଶାନ, ସେଇ କବରସ୍ତାନ
ସେଠାକୁ ଆସୁଥିବା କାଠ ଓ
ଏଠାକୁ ଆସିଥିବା କଫନ ।

କାଠ ଓ କଫନ ଯିଏ ପ୍ରସ୍ତୁତ କରେ
ସେ ବିକ୍ରି କରିଦିଏ
ଯିଏ କିଣେ ସେ ବ୍ୟବହାର କରେନାହିଁ 
ଯାହା ପାଇଁ ବ୍ୟବହାର ହୁଏ 
ସେ ଜାଣିପିରେ ନାହିଁ 
ଯଦି ସତରେ ଏତିକି ମାତ୍ର ଜୀବନ 
କାହିଁକି ତେବେ ଏତେ ମାନ ଅଭିମାନ  ।।

ତଫିଜୁଲ ହୁସେନ 
ଚିପିଲିମା, ସମ୍ବଲପୁର

©Tafizul Sambalpuri #Life
f81efd748804cf8452b84575ebfb66fb

Tafizul Sambalpuri

White      ( । )
ବୋଧେ ହୁଏ ଏହା ପୂର୍ଣ୍ଣଛେଦର ଚିହ୍ନ 
ଏଇଠୁ ଶେଷ ଓ ଆରମ୍ଭ ମଧ୍ୟ ହୁଏ 

ବୋଧେ ହୁଏ ଏହା ଏକ ସୀମାରେଖା
ଯେଉଁଠି ପାଦକୁ ଓ ପଦକୁ ଅଟକିବାକୁ ହୁଏ 

ବୋଧେ ହୁଏ ଏହା ଆକାର ଅଟେ 
ମା' ଲେଖି ମମତାର ଭାବକୁ ବୁଝିବାକୁ ହୁଏ 

ବୋଧେ ହୁଏ ଏହା ଗୁରୁଙ୍କ ଛାଟ
ନୀତି ଓ ଆଦର୍ଶର ଦିଗଦର୍ଶନ ଯେଉଁଠି ପ୍ରାପ୍ତ ହୁଏ 

ଏହି ବୋଧେ ହୁଏର ତାଲିକା ଖୁବ ଲମ୍ବ 
ଠିକ୍ ଏହାର ଆକୃତି ଭଳି 
ଚାହିଁଲେ ସୁକ୍ଷ୍ମ ଭାବିଲେ 
ଅନନ୍ତ ପର୍ଯ୍ୟନ୍ତ ଦୃଶ୍ୟମାନ ହୁଏ ।।

©Tafizul Sambalpuri
  #Sad_Status
f81efd748804cf8452b84575ebfb66fb

Tafizul Sambalpuri

White  ଠିକଣା 

ଏମିତି କେବେ ଦିନେ
ଠିକଣା ମୋର ବଦଳିଯିବ
ଯେଉଁ ଠିକଣାକୁ ତୁମେ ଜାଣିଛ
ମୋର ନୂତନ ଠିକଣାରୁ ହୁଏତ 
ଉତ୍ତର ପାଇବନି ତୁମେ ତୁମ ପ୍ରଶ୍ନର 
ତଥାପି ପ୍ରଶ୍ନ ପଚାରୁଥିବ ନିରନ୍ତର 
ମୁଁ ନିଶ୍ଚୟ ଫେରିବି
ଅପେକ୍ଷା କରିବ, ସେଇ ସ୍ବପ୍ନକୁ
ଯେଉଁଠି ମୁଁ ଥିବି, ଆଉ ଥିବ 
ତୁମର ସମସ୍ତ ପ୍ରଶ୍ନର ଉତ୍ତର 
ତୁମେ ଶାନ୍ତ ଥିବ
ମୁଁ ଶାନ୍ତି ଚାହୁଁଥିବି
ତୁମେ ଫେରୁଥିବ , ମୁଁ ଫେରୁଥିବି
ଫରକ କେବଳ ଏତିକି ଥିବ
ତୁମେ ନିଦରୁ ଉଠୁଥିବ
ଆଉ ମୁଁ ଚିର ନିଦ୍ରାରେ ଶୋଇଥିବି  ।।

©Tafizul Sambalpuri
  #GoodMorning
f81efd748804cf8452b84575ebfb66fb

Tafizul Sambalpuri

କିଏ କହିଲା ତୁମେ ନିଃସଙ୍ଗ ଅଛ
ଏ ପାଣି, ଏ ପବନ, ଏ ବୃକ୍ଷ, ଏ ଆକାଶ 
ଚନ୍ଦ୍ର, ତାରା, ସୂର୍ଯ୍ୟ, ଏ ରାସ୍ତା ତୁମ ସହ ଅଛନ୍ତି 
ଥରେ ସେମାନଙ୍କ ସହ ଭାବର ଆଦାନ ପ୍ରଦାନ କର
ଦେଖିବ ସେମାନେ କେମିତି କଥାକହି ଉଠିବେ
ଆଉ ତାର କମ୍ପନ ସମଗ୍ର ବିଶ୍ବକୁ ଶୁଣାଯିବ ।।

©Tafizul Sambalpuri
  #ଜୀବନ

#ଜୀବନ #କବିତା

loader
Home
Explore
Events
Notification
Profile