Find the Latest Status about baby odia song from top creators only on Nojoto App. Also find trending photos & videos about, baby odia song.
Sushreeta Patel
White ଅନ୍ଧ କୁ ଦୁନିଆ ଦେଖାଯାଏ ନାହିଁ, କାମାନ୍ଧ କୁ ବିବେକ ଦେଖାଯାଏ ନାହିଁ, ଅହଂକାରି କୁ ନିଜଠୁ ଶ୍ରେଷ୍ଠ ଦେଖାଯାଏ ନାହିଁ, ଏବଂ ସ୍ବାର୍ଥପର କୁ ନିଜର କୌଣସି ଦୋଷ ଦେଖାଯାଏ ନାହିଁ ©Sushreeta Patel #quoets life quotes in odia
#quoets life quotes in odia
read moreLili Dey
ଆସିଲୁ ଯେବେ ତୁ ମୋ କୋଳକୁ ମୋର ଗେଲ୍ହି ରାଜକୁମାରୀ, ଚାହିଁ ଦେଲେ ମୁହଁ ତୋର ମୋ ମନ ଯାଏ ତୋ ପୁରି । ତତେ ପାଇ, ପାଇଛି ଯେ ମୁଁ ସତେ କୁବେର ଧନ, ତତେ ଟିକେ କୋଳେଇ ନେଲେ ଆଉ ତୋ କିଛି ଚାହେଁନି ଏ ମନ । ଯିଏ ଆସି ଚାହେଁ ତୋ ମୁହଁ ଲାଗେ ତୋ ମୋତେ ଭାରି ଡର, କାଳେ କିଏ ସେ ଆସି ପକେଇବ ତାର ନଜର । ମୋ ମମତା ଅଗଣା ରେ ତୁ କସ୍ତୁରୀ ମୋହକ ପରି, ତୋ ପାଦପଦ୍ମ ପଡ଼ି ଏ କୁଡିଆ ରେ ଆଜି ରାଜଉଁଆସ ସୁଖ ଯାଇଛି ଭରି । ©Lili Dey Baby girl
Baby girl
read moreLili Dey
ଅନ୍ଧାର ଦେଖିଲେ ଅନ୍ଧାର ଥରି ଉଠେ ଆଜି ଏ ଛାତି, ଆସିଛି କାଳିମା ସତେ କି ଆଜି ଉଁଆସ ରାତି, ଘୋଟି ଆସିଲାଣି ଅନ୍ଧାର ଚୌଦିଗ ଦିଶୁ ନାହିଁ, ଲାଗୁଛି ଯେମିତି ଅନ୍ଧକାର ରାକ୍ଷସ ମୋ ଆଡ଼କୁ ଆସୁଛି ଧାଇଁ, ମିଞ୍ଜି ମିଞ୍ଜି ତାରକା ଏତେ, ସତେ ଆଜି କୁଆଡେ ଗଲେଣି, ଭୟ ଆସିଲାଣି ମନ କୁ ଏବେ ବାହାରିବେ ଯେତେ ସବୁ ନିଶାଚୋର ପ୍ରାଣୀ, ଏ କି କାଳ ଅନ୍ଧକାର ଆସିଛି ମୋ ପାଇଁ ଆଜି, ଫେରିଯିବା ପାଇଁ ପାଉନି ବାଟ ମୁଁ ଖୋଜି, ଦେଖିଲେ ଅନ୍ଧାର ଥରି ଉଠେ ଆଜି ଏ ଛାତି, ଆସିଛି କାଳିମା ସତେ କି ଆଜି ଉଁଆସ ରାତି... ©Lili Dey first try Odia poetry
first try Odia poetry
read more