Nojoto: Largest Storytelling Platform

New hasaya jatra Quotes, Status, Photo, Video

Find the Latest Status about hasaya jatra from top creators only on Nojoto App. Also find trending photos & videos about, hasaya jatra.

Stories related to hasaya jatra

    LatestPopularVideo

Smruti Ranjan Mohanty

#Sad_Status ଯାତ୍ରା-26 ସବୁକିଛି ସେମିତି ଥିବ ହୁଏତ ମୁଁ ନଥିବି କିମ୍ବା ତମେ ନଥିବ ସବୁ ଥିବା ଭିତରେ କିଛି ହିଁ ନଥିବ ଜହ୍ନ ଥିବ ଆକାଶରେ, #କବିତା

read more
White ଯାତ୍ରା-26

ସବୁକିଛି ସେମିତି ଥିବ 
ହୁଏତ ମୁଁ ନଥିବି
କିମ୍ବା ତମେ ନଥିବ
ସବୁ ଥିବା ଭିତରେ କିଛି ହିଁ ନଥିବ 

ଜହ୍ନ ଥିବ ଆକାଶରେ,
ନୀଳକଇଁ ଅପେକ୍ଷା କରିଥିବ ଗାଆଁ ପୋଖରୀରେ
ଫୁଲ ମହକି ଯାଉଥିବ ରୋଷଣୀ ପାରାବାରେ
ହେଲେ ମୁଁ ନଥିବି ଅବା ତମେ ନଥିବ
ସବୁ ଥିବା ଭିତରେ କିଛିବିତ ନଥିବ

ଧାଉଁଥିବ ଏ ଘୂର୍ଣାୟମାନ ପୃଥିବୀ-
ପୂର୍ବରୁ ପଶ୍ଚିମ ଦିଗବଳୟରେ ,
ଏମୁଣ୍ଡରୁ ସେମୁଣ୍ଡ ନିଜ ଅକ୍ଷ ଚାରିପଟେ;
ଆଗପରି ସବୁକିଛି ଥିବ।
ଜୀବନ ଧାଉଁଥିବ ଅସରନ୍ତି ମରୀଚିକା ପଛେ 
ହେଲେ ଆମ ଭିତରୁ ଜଣେ କେହି ଚୁପଚାପ ବସିଥିବ
ନିରବରେ ସମୟର ବାଲୁକା ଶଯ୍ୟାରୁ ସ୍ମୃତି ପଦ ଚିହ୍ନ ସାଉଁଟି
ଆକାଶକୁ ଚାହିଁଚାହିଁ।

ଧାବମାନ ନଦୀ ଅସଂଖ୍ୟ ଆଶା ନେଇ
ଉଚ୍ଛୁଳି ପଡୁଥିବ ସମୁଦ୍ର ମିଳନ ପାଇଁ।
ଫେରୁଥିବେ ଆକାଶରେ ନୀଡଫେରା ପକ୍ଷୀ 
ଫେରୁଥିବେ ଘର ବାହୁଡ଼ା କ୍ଲାନ୍ତ ମଣିଷ ଆଖିରେ ଆଖିଏ ଖୁସିନେଇ
ଆଉ କେହି ବସିଥିବ ଘର ଅଗଣାରେ
ତା ସାଥୀର ବାଟକୁ ଅନାଇ 
ବର୍ଷା ଆସୁଥିବ ଆକାଶର ପାହାଚ ଚଢି
ସାତମେଘର ମେଖଳା ଦେଖି  ବିଜୁଳି ଘଡ଼ଘଡ଼ି
ଉଲ୍ଲସିତ ମୟୁର ନାଚୁଥିବ ପୂଛ ମେଲେଇ;
କେହିଜଣେ ଚୁପଚାପ ବସିଥିବ
ସ୍ମୃତିର ସନ୍ଧ୍ୟାଦୀପ ଜାଳି
କାହାର ଅଫେରା ବାଟ ଚାହିଁଚାହିଁ!

ସ୍ମୃତି ରଞ୍ଜନ ମହାନ୍ତି ©
30.9.2023
https://smrutiranjanmohanty.blogspot.com/2023/10/jatra-26.html
https://smrutiweb.wordpress.com/2023/10/01/jatra-26/

©Smruti Ranjan Mohanty #Sad_Status ଯାତ୍ରା-26

ସବୁକିଛି ସେମିତି ଥିବ 
ହୁଏତ ମୁଁ ନଥିବି
କିମ୍ବା ତମେ ନଥିବ
ସବୁ ଥିବା ଭିତରେ କିଛି ହିଁ ନଥିବ 

ଜହ୍ନ ଥିବ ଆକାଶରେ,
loader
Home
Explore
Events
Notification
Profile