Nojoto: Largest Storytelling Platform

Best ଜନ୍ମ Shayari, Status, Quotes, Stories

Find the Best ଜନ୍ମ Shayari, Status, Quotes from top creators only on Nojoto App. Also find trending photos & videos about ଜନ୍ମ ଦିନ, ଜନ୍ମ ତାରିଖ, ଜନ୍ମାଷ୍ଟମୀ ଫଟୋ, ଜନ୍ମାଷ୍ଟମୀ କବିତା, ଜନ୍ମଦିନ କବିତା,

  • 3 Followers
  • 7 Stories

Adyasha Priyadarshini D

ପ୍ରତି ଟି ପିଲାର କାହାଣୀ ।। #ଜନ୍ମ #ଅଭିଜ୍ଞତା #ସମ୍ପର୍କ #yqdidi #yourquote #Yqbhaina #yqodia #munodia #yqbaba #avignyata #bandhan #ବନ୍ଧନ

read more
ଯେତେବେଳେ ଛୁଆଟିଏ 
କୁଆଁ କୁଆଁ କାନ୍ଦି ଜନ୍ମ ନିଏ, 
ସେତେବେଳେ ତା ସହିତ ଜନ୍ମ ନିଅନ୍ତି 
ଅନେକ ଗୁଡିଏ ସମ୍ପର୍କ । 
ଯେମିତି କି ବାପା, ମାଆ, ଭାଇ, ଭଉଣୀ, 
ଦାଦା, ଖୁଡି, ମାମୁଁ, ମାଇଁ, ଅଜା, ଆଈ ଇତ୍ୟାଦି । 
ଯେଣୁ ଯେଣୁ ପିଲା ବଡ ହୁଏ, 
ତେଣୁ ତେଣୁ ସମସ୍ତେ ଆସିଥାନ୍ତି 
ଅଭିଜ୍ଞତା ର ପାହାଡ ତୋଳିସାରି , 
ସେଥିରୁ କିଛି କିଛି ବାଣ୍ଟିବା ପାଇଁ । 
ବିଚରା ପିଲାଟି ସମ୍ପର୍କ ର ବନ୍ଧନରେ 
ଏମିତି ବାନ୍ଧି ହୋଇ ଥାଏ ଯେ ନିଜର 
ସବୁ ଆଶା ଆକାଙାକ୍ଷା କୁ ଜାଳି ଦେଇଥାଏ ।
କଣ ପିନ୍ଧିବ, କଣ ଖାଇବ, 
କଣ ପଢିବ ଏସବୁ ମଧ୍ୟ 
ସେ ନିର୍ଣ୍ଣୟ କରିପାରେ ନାହିଁ ।
ପ୍ରତି କଥା ରେ ପାଚେରୀ ହୋଇ 
ଠିଆ ହୁଏ ସମସ୍ତଙ୍କ ଅଭିଜ୍ଞତା ।

ସତରେ କଣ ତାର ସ୍ୱାଧୀନତା ନାହିଁ, 
ନିଜ ଜୀବନ କୁ ନିଜ ସର୍ତ୍ତ ରେ ବଞ୍ଚିବାକୁ ? ପ୍ରତି ଟି ପିଲାର କାହାଣୀ ।।


#ଜନ୍ମ #ଅଭିଜ୍ଞତା #ସମ୍ପର୍କ #YQdidi #yourquote #YQBhaina #YQOdia #MunOdia #yqbaba #avignyata #bandhan #ବନ୍ଧନ

Adyasha Priyadarshini D

#ଜନ୍ମ #ଧର୍ମ #yqdidi #yqbaba #yourquote #boostthyself #odia #Yqbhaina #yqodia #munodia #Janma ।।। ଧର୍ମର କାଠଗଡା ।।। ଆଉ ସମୟ ନଥିଲା ତାଙ୍କର, ବୁଝାଇବାକୁ ଏ କଠୋର ସମାଜକୁ ଆଉ ଧୈର୍ଯ୍ୟ ନଥିଲା ଟାହିଟାପରା ଶୁଣିବାକୁ ।

read more
।।। ଧର୍ମର କାଠଗଡା ।।।

ଆଉ ସମୟ ନଥିଲା ତାଙ୍କର,
ବୁଝାଇବାକୁ ଏ କଠୋର ସମାଜକୁ
ଆଉ ଧୈର୍ଯ୍ୟ ନଥିଲା 
ଟାହିଟାପରା ଶୁଣିବାକୁ ।
ଯେଉଁ ପ୍ରେମ କୁ ମାନି ନେଇଥିଲେ 
ଈଶ୍ବର ଓ ଆଲ୍ହା ଙ୍କ ଉପହାର,
ସେଇ ପ୍ରେମ ପାଇଁ ଆଜି 
ଏ ଦୁନିଆ କରିଲା ଉପହାସ ।
ତାଙ୍କ ପ୍ରେମ ଆଜି ତାଙ୍କର ନଥିଲା,
ପାଲଟିଥିଲା ଚର୍ଚ୍ଚା ର ବିଷୟ ।
ଧର୍ମର କାଠଗଡାରେ ଦୁହେଁ ହୋଇଥିଲେ ବନ୍ଦୀ,
ନିଜର ଏକ ଛୋଟ ଦୁନିଆ ଗଢିବାର ସ୍ୱପ୍ନ 
ହୋଇ ଥିଲା ନଜରବନ୍ଦି ।
ସବୁଦିନ, ସବୁ ମୂହୁର୍ତ୍ତ ରେ ପଡିଥିଲା ମରିବାକୁ 
ତିଳ ତିଳ ହୋଇ,
ଆଉ ଆତ୍ମା ତାଙ୍କର କାନ୍ଦୁଥିଲା
କଇଁ କଇଁ ହୋଇ ।
ନାଁ ! ଆଉ ନୁହେଁ,
ବାଛି ନେଇଥିଲେ ଦୁହେଁ,
ମୋକ୍ଷ ର ବାଟ,
ନିଜର ଜୀବନ ହାରି ,
ହରାଇବାକୁ ଏ ଦୁନିଆ କୁ।
ଶେଷ ଥର ପାଇଁ ଦୁହିଁଙ୍କର ଆଖି ମିଶିଲା,
ହୃଦୟ ର ଗଭୀର କୋଣରୁ 
ବାହାରି ଆସିଲା କେଇପଦ କଥା 
ଲୁହ ଦୁଇ ଟୋପା ହୋଇ ।
ଏ ଜନ୍ମେ ନ ନ ହେଲା ନାହିଁ,
ଦୁଇ ଦେହ ଏକ ମନ ଆମ
ଜନ୍ମ ଜନ୍ମାନ୍ତର ପାଇଁ ।
ହାରି ଦେଲେ ଜୀବନ 
ମୃତ୍ୟୁ ର ଆର ପାରିରେ ପୁଣି ମିଶିବା ପାଇଁ ।
ନଥିବ ସେଠାରେ ଏ ନିଷ୍ଠୁର ସମାଜ,
ନାଁ କେହି ଥିବେ ହିନ୍ଦୁ,
ନାଁ ଥିବେ କେହି ମୁସଲମାନ,
କେବଳ ଥିବ ମଣିଷତ୍ୱ ,
ଆଉ ମଣିଷ ର ମଣିଷ କୁ ଭଲ ପାଇବା,
ସେଇଠି ଗଢିତୋଳିବେ ଦୁହେଁ 
ନିଜ ସ୍ୱପ୍ନ ର ଉଆସ ।।  #ଜନ୍ମ #ଧର୍ମ #YQdidi #yqbaba #yourquote #BoostThyself #odia #YQBhaina #YQOdia #MunOdia #janma

।।। ଧର୍ମର କାଠଗଡା ।।।

ଆଉ ସମୟ ନଥିଲା ତାଙ୍କର,
ବୁଝାଇବାକୁ ଏ କଠୋର ସମାଜକୁ
ଆଉ ଧୈର୍ଯ୍ୟ ନଥିଲା 
ଟାହିଟାପରା ଶୁଣିବାକୁ ।

Adyasha Priyadarshini D

#ଜନ୍ମ #ମୃତ୍ୟୁ #ଜୀବନ #ସଂସାର #yqbaba #yqdidi #yourquote #Yqbhaina #yqodia #munodia #yopowrimo #poem poetry #boostthyself #odia #Janma

read more
ଜନ୍ମ ପରେ ମୃତ୍ୟୁ, ମୃତ୍ୟୁ ପରେ ଜନ୍ମ ,
ଏଇତ ସଂସାର ନିୟମ ।
କେବେ ଅଧା ଗଢା, କେବେ ପୁଣି ପୂର୍ଣ୍ଣ,
ସତେ, ଏଇତ ମଣିଷ ଜୀବନ ।। #ଜନ୍ମ #ମୃତ୍ୟୁ #ଜୀବନ #ସଂସାର #yqbaba #YQdidi #yourquote #YQBhaina #YQOdia #MunOdia #YoPoWriMo #Poem #poetry #BoostThyself #odia  #janma

Subhasish Pradhan

#ଜନ୍ମ #ମୃତ୍ୟୁ #ଜୀବନ #yqodia #Yqbhaina #munodia

read more
ଜନ୍ମର ଆନନ୍ଦ ମୃତ୍ୟୁର କୋହ ଭିତରେ
ଜୀବନ ଯେ କେତେ ଥର ମରେ ପୁଣି ବଞ୍ଚେ
ତାର ହିସାବ ରଖିବାର କୌଣସି ଅଭିପ୍ରାୟ ନାହିଁ।
 #ଜନ୍ମ #ମୃତ୍ୟୁ #ଜୀବନ #yqodia #yqbhaina #munodia

Subhasish Pradhan

#ଜନ୍ମ #ମୃତ୍ୟୁ #ଜୀବନ #yqodia #Yqbhaina #munodia

read more
ପୂର୍ବ ପର ଜନ୍ମ କିଛିନାହିଁ, କଲା କର୍ମର ଫଳ ଏଇଠି ମିଳୁଛି,
ମୃତ୍ୟୁକୁ କରି ଅପେକ୍ଷା ଜୀବନ ନିତି ମରୁଛି।
 #ଜନ୍ମ #ମୃତ୍ୟୁ #ଜୀବନ #yqodia #yqbhaina #munodia

Subhasish Pradhan

#ବିଶ୍ୱାସ #ଭଲପାଇବା #ଜନ୍ମ #ମୃତ୍ୟୁ #munodia #yqodia #Yqbhaina #yqbaba

read more
ବିଶ୍ୱାସ, ଭଲପାଇବା, ଅତ୍ମୀୟତା
ଏ ସବୁ ଜୀବନ ପଥରେ ସୁନ୍ଦର ଲକ୍ଷ ମାତ୍ର
ଆମେ ସର୍ବଦା ମନେରଖିବା ଉଚିତ
ଶରୀରର ଜନ୍ମ ତ କେବଳ ମୃତ୍ୟୁ କୁ ପାଇବାପାଇଁ।। #ବିଶ୍ୱାସ  #ଭଲପାଇବା #ଜନ୍ମ #ମୃତ୍ୟୁ #munodia #yqodia #yqbhaina #yqbaba

Jyotshna Rani Sahoo

#ଜନ୍ମ ଦିନର ଅନେକ ଶୁଭେଚ୍ଛା ଖୁଡ଼ି।#ଜନ୍ମଦିନ#Yqbhaina#muodia#odiakabita

read more
କୋମଳ ମଧୁର ପ୍ରତି ବାର୍ତ୍ତାଳାପ ତୁମର
ସ୍ନେହର ସାଗର ତମେ ପ୍ରେମର ମନ୍ଦିର।
କେବେ ରୁକ୍ଷ କଣ୍ଠ କରି ସିଖେଇଛ ସବୁ
ଆମେ ସଦା ତମ ରଣୀ ହୋଇ ରହିଥିବୁ।
ଯେବେ ଯେବେ ଯନ୍ତ୍ରଣା ର କଳା ମେଘ ଘୋଡେଇଛି
ତମ ପରଶ ର ଖରା ତାକୁ ଆମ ଜୀବନରୁ ହଟେଇ ଦେଇଛି।
ମାଆ ଶବ୍ଦର ସଜ୍ଞା ତମଠୁ ସୁନ୍ଦର କାହିଁ
ତମ ବିନା ଜୀବନରେ ଖୁସିର ଅସ୍ତିତ୍ଵ ହୀ ନାହିଁ।
ବାନ୍ଧି ରଖିଛ ତମ ପଣତ କାନିରେ ଏତେ ବଡ଼ ସଂସାର
ଗୋଟେ ମୁହୂର୍ତ୍ତ ତମେ ନ ଥିଲେ ଘର ଲାଗେ ବେକାର।
ତମଠୁ ଆରମ୍ଭ ସବୁ ଖୁସି ଆଉ ଶେଷ ଆମ ଦୁଃଖ
ତମ ଜନ୍ମ ଦିନରେ ଅଶେଷ ଶୁଭକାମନା 
ହେ!ଈଶ୍ୱର ଆମ ମା ଙ୍କୁ ଖୁସିରେ ରଖ।
ଜାଣିଛି ମୁଁ ଆମ ଲୁହ ମୂଲ୍ୟ ତମ ପାଇଁ ରକ୍ତ
ଯଦି ଈଶ୍ୱର ଅଛନ୍ତି ତାହେଲେ ସେ ତମେ ଚଳନ୍ତ ଓ ଜୀବନ୍ତ। #ଜନ୍ମ ଦିନର ଅନେକ ଶୁଭେଚ୍ଛା ଖୁଡ଼ି।#ଜନ୍ମଦିନ#yqbhaina#muodia#odiakabita


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile