Find the Best ଓଡ଼ିଆକବିତା Shayari, Status, Quotes from top creators only on Nojoto App. Also find trending photos & videos about
smrity s k
ଏ ମୋ ହୃଦୟ ତୋତେ ମୁଁ ପଚାରେ, କହ ମୋତେ ଆଜି ତୁ ଭାବି ଥରେ,, କଣ ମୁଁ ଚାହେଁ ଏଇ ଜୀବନରେ, ଯାହା ଭାବି ଭାବି ମୁଁ ନିତି ମରେ,,, ଭାବୁଛି ନିତି ମୁଁ କଥା ଯେ ହଜାରେ, ପାଉନି ଉତ୍ତର ଯେତେ ବି ପଚାରେ,, ଏ ମୋ ହୃଦୟ ତୋତେ ମୁଁ ପଚାରେ, କହ ମୋତେ ଆଜି ତୁ ଭାବି ଥରେ,,। ©smrity s k #Tulips #କବିତା #sayari #ଓଡ଼ିଆକବିତା
KAIBALYA NAYAK
Udiba Shikhiba Kebe ଉଡ଼ିବା ଶିଖିବ କେବେ #ଓଡ଼ିଆକବିତା #motavitonal #odiapoetry #ଶାୟାରି
read moreKAIBALYA NAYAK
ମୁଁ ସୁପ୍ତ ଓଡ଼ିଆ କହୁଛି Mun Supta Odia Kahuchhi #କବିତା #ଓଡ଼ିଆକବିତା #ସୁପ୍ତଓଡ଼ିଆକହୁଛି #ରାଜାରାଣୀମନ୍ଦିର #ଶାୟାରି
read moreTafizul Sambalpuri
ପଥ ସମୁଦ୍ର ସମ ଯୋଜନ ଯୋଜନ ଲଙ୍ଘିବାକୁ ପଥ କର ଯେବେ ମନ ବଜ୍ରସମ କର ସମ୍ପର୍କର ବନ୍ଧନ ଭେଦ ଭାବେ ହୁଏନା ଯନ୍ତ୍ରଣା ଲାଘବ ଏକ ଠୁ ବଳି ମୁଷ୍ଟିର ଅଧିକ ଥାଏ ପ୍ରଭାବ ମୁଁ ନୁହେଁ ଆମର ମନ୍ତ୍ର କର ଉଚ୍ଚାରଣ ବଳିଆନ ଏଠି କିଏ, ସବୁ ନିମିଷ ମାତର ସବୁ ତୁଚ୍ଛା ଆକଳନ ଏଇ ଜୀବନ ଯାତର ପଥ ମୁକ୍ତିର ସନ୍ଧାନ ଦିଏ, ଯନ୍ତ୍ରଣା ବି ଦିଏ କେଉଁ ପଥେ ଅଗ୍ରସର ହେବ ବିଚାର ତୁମର ଜୀବନ ଜଞ୍ଜାଳ ଶେଷ ଭାଗଫଳ ଏଇ ଶଶ୍ମାନ ଏଠି କେବଳ ଗୋଟିଏ ପରିଚୟ ନଥାଏ ଏଠି କିଛି ଭେଦଭାବ, ସମସ୍ତେ ଏଠି ସମାନ ।। ©Tafizul Sambalpuri #ଓଡ଼ିଆକବିତା
#ଓଡ଼ିଆକବିତା
read moreTafizul Sambalpuri
ସଂଘର୍ଷ ଥକିବା ପାଇଁ ଏଠି ବେଳ କାହିଁ ଆଖି ଦୁଇଟି ଜଳ ଜଳ ହୋଇ ରହିଛି ଅନାଇଁ ତମାମ ଆୟୁଷ କେବଳ ଏଠି ମୁଠାଏ ପାଉଁଶ ଛଳ ଛଳ ଲୁହ ମହଣ ମହଣ କୋହ ପରସି ଦେଇଛି ସମସ୍ତ ଜୀବନକୁ ଚାଖଣ୍ଡେ ସ୍ବପ୍ନର ଇପ୍ସିତ ଇଲାକା ପାଇଁ ।। ଧାର ଧାର ହୋଇ ବାରମ୍ୱାର କେତେ ଯେ ଶୋଭାଯାତ୍ରାରେ ବୋହି ତୁହାକୁ ତୁହା ଦଦରା ପୁସ୍ତକରେ ମଲାଟ ଲଗାଇ ରଙ୍ଗିନ କରିଛି ଖାଲି ନିଇତି ସଞ୍ଜ ସକାଳକୁ ଥୁଆ ହୋଇଛି ସେ ପୁସ୍ତକ ଅମାରରେ ଅପେକ୍ଷା କରିଛି ରଦିରେ ବିକ୍ରି ହେବା ପାଇଁ।। ବେଳ ହେଲାଣି ଉଚ୍ଛର ଯିବାକୁ ଅଛି ଦୂର ତର ତର ଏଠି ମାୟା ମୋହର ସଂସାର ବେଳ ଅବେଳ ନିମିଷେ ଶେଷ ହୁଏ ଜୀବନ ଖେଳ ଉଦରେ ହୃଦୟରେ ଜଳୁଛି ଅଗ୍ନି ଭଗ୍ନାଂଶକୁ ଜାବୁଡ଼ି ଧରି ଉତ୍ତର ପାଇବା ପାଇଁ ।। ସଂସାର ଓ ସଂଘର୍ଷର କେବଳ ଏତିକି ସାରାଂଶ ଖଣ୍ଡ ଖଣ୍ଡ ହୋଇ ଚିନ୍ତନ ପାଇଁ ନଥାଏ ଅବକାଶ ଲଲାଟେ ଲାଗିଛି କଳଙ୍କ ନା ବିଜୟ ତିଲକ ଏ ପ୍ରଶ୍ନର ଉତ୍ତର ଖୋଜିବା ନୁହଁ ସହଜ ଉପଶମ କେବଳ ଏତିକି ସହିବ ଜୀବନ ଯନ୍ତ୍ରଣା ଯେତିକି ଆକାରରୁ ନିରାକାରଙ୍କ ସହ ମିଶ୍ରଣ ପାଇଁ।। ©Tafizul Sambalpuri #ଓଡ଼ିଆକବିତା
#ଓଡ଼ିଆକବିତା
read moreDiptiranjan Sahoo
#romance #ଓଡ଼ିଆକବିତା #odiasayari #odia #Diptiranjan #priyaratulana #bhanarepriya #Poetry
read moreTafizul Sambalpuri
ଇଚ୍ଛା ରୁ ଅନିଚ୍ଛାର ଦୂରତା କେତେ ହୋଇପାରେ କିଛି କ୍ଷଣ, ଦିନ କିମ୍ବା କିଛି ବର୍ଷ । ସହଜ ମନେ ହେଉଥିଲେ ମଧ୍ୟ ଏହି ଗଣିତ ଏତେ ସହଜ ନୁହେଁ ©Tafizul Sambalpuri #ଓଡ଼ିଆକବିତା
#ଓଡ଼ିଆକବିତା
read moreA P Subhakanta
ଛିଡ଼ିପଡୁଅଛି କର୍ତ୍ତବ୍ୟ ପାହାଡ଼ ଓଜନିଆ ଲାଗେ ହସ ଖୋଜୁଥିଲି ଟିକେ ସୁଖର ପୀୟୂଷ ଜୀବନଟା ଦେଲା ବିଷ ©A P Subhakanta #nightshayari #ଓଡ଼ିଆକବିତା #ଓଡ଼ିଆ
#nightshayari #ଓଡ଼ିଆକବିତା #ଓଡ଼ିଆ #ଶାୟାରି
read morekoushik lenka
"କଲମ ଧରିଲେ ଲାଗୁଛି ଭୟ" ( ଅନୁଶୀର୍ଷକ ରେ ଆପଣଙ୍କ ଅପେକ୍ଷାରେ ) #ଦୀର୍ଘ ନୁହେଁ ଆଜ୍ଞା ଏଇତ ଦୁଇ ଦିନର ଜୀବନ............ 👇 👇 👇 "କଲମ ଧରିଲେ ଲାଗୁଛି ଭୟ" ______________________________________________ ଯଉ କଲମ ଦିନେ କହୁଣୀ ମାରି ମୋତେ, ବିସ୍ତୀର୍ଣ୍ଣ ରାଜ ରାସ୍ତା
#ଦୀର୍ଘ ନୁହେଁ ଆଜ୍ଞା ଏଇତ ଦୁଇ ଦିନର ଜୀବନ............ 👇 👇 👇 "କଲମ ଧରିଲେ ଲାଗୁଛି ଭୟ" ______________________________________________ ଯଉ କଲମ ଦିନେ କହୁଣୀ ମାରି ମୋତେ, ବିସ୍ତୀର୍ଣ୍ଣ ରାଜ ରାସ୍ତା #odiawritings #ଓଡ଼ିଆକବିତା #yqodia #Yqbhaina #munodia
read more