Nojoto: Largest Storytelling Platform

Best ଶୁଭ Shayari, Status, Quotes, Stories

Find the Best ଶୁଭ Shayari, Status, Quotes from top creators only on Nojoto App. Also find trending photos & videos about ଜନ୍ମଦିନର ଶୁଭେଚ୍ଛା, ରଜ ଶୁଭେଚ୍ଛା, ଶୁଭରାତ୍ରୀ, ଶୁଭ ରାତ୍ରି, ଶୁଭ ରବିବାର,

  • 1 Followers
  • 1 Stories

Rakesh Kumar Das

#ଶୁଭ ଦୀପାବଳୀ # #Lights

read more
ଶୁଭ ଦୀପାବଳୀ
*************

ଉତ୍ସବର ଉଦ୍ଦେଶ୍ୟ ଅଟଇ ନୂତନ ଉତ୍ସାହ
       ଉଦ୍ଦୀପନା ପ୍ରଦାନ କରିବା ,
ବନ୍ଧୁ ପରିବାରଜନ ସହିତ ମିଶି ଉତ୍ସବର
      ସମୂହ ଆନନ୍ଦ ଉଠାଇବା ।।
ପର୍ବମାନଙ୍କ ମଧ୍ୟେ ଦୀପାବଳୀ ହିନ୍ଦୁମାନଙ୍କର
ଅଟଇ  ଏକ  ପର୍ବ  ପ୍ରମୁଖ ,
କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ଆସି 
      ହସ ଫୁଟାଏ ସର୍ବସମ୍ମୁଖ ।।
ଦୀପାବଳୀ ଶବ୍ଦର  ମୁଖ୍ୟ ଅର୍ଥ  ଅଟଇ 
     ଦୀପମାନଙ୍କର ପଂକ୍ତି ବା ଶ୍ରେଣୀ,
ଏହି ଦିବସ  ଜ୍ୱଳନ୍ତ  ଦୀପମାନଙ୍କର ଧାଡ଼ି
      ଅତ୍ୟନ୍ତ ଶୋଭନୀୟ ଆକର୍ଷଣୀ ।।
  ପ୍ରଭୁ ରାମ ,ଲକ୍ଷ୍ମଣ ,ମାତା ସୀତା  ଏହି ଦିବସେ
  ବନବାସ ସାରିଣ ଫେରିଲେ,
ରାମଚନ୍ଦ୍ରଙ୍କ ଆଗମନେ ଅଯୋଧ୍ୟାବାସୀ ଦ୍ୱାରେ 
        ଦୀପ ଜାଳି ସ୍ୱାଗତ କଲେ ।।
ଏହି ଦିବସକୁ ସର୍ବଦା ମନେ ରଖିବା ପାଇଁ 
    ହୁଏ ପାଳନ ଦୀପାବଳୀ,
ଏହିଦିନ ପ୍ରଭୁ ଶ୍ରୀକୃଷ୍ଣ ପାପ ଅଧିକ ହେତୁ 
       ଦେଇଥିଲେ ନରକାସୁର ବଳି ।।
ସନ୍ଧ୍ୟା ସମୟେ ଚାରିଆଡ଼େ ମାଳ ମାଳ
    ଦୀପସବୁ ଯେ ଜଳାଯାଏ,
ଅମାବାସ୍ୟାର ଘନ ଘନ ଅନ୍ଧାର  ରାତି 
    ଦିବସ ପରି ମନେହୁଏ ।।
ଏହି  ପର୍ବର ଅନ୍ୟ  ଏକ  ଉଦ୍ଦେଶ୍ୟ  ଅଟଇ 
      ପିତୃପୁରୁଷଙ୍କୁ ସମର୍ପିବା ପିଣ୍ଡଦାନ,
କାଉଁରିଆ କାଠି ଜଳାଇ ପିତୃପୁରୁଷ ମାନଙ୍କୁ
     କରିବା  ଯେ  ଆହ୍ୱାନ ।।
ଫୁଲଝରି, ହାବେଳି ,ରକେଟ ଆଦି ବାଣ
       କରଇ ଦୁର୍ଘଟଣା ପ୍ରଦୂଷଣ ,
ନିଜ ଆନନ୍ଦ ପାଇଁ ହୁଅଇ ବାୟୁ ପ୍ରଦୂଷଣ 
        ଭରି ହୁଏନା କ୍ଷତିପୂରଣ ।।

©Rakesh Kumar Das #ଶୁଭ ଦୀପାବଳୀ #

#Lights


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile