Nojoto: Largest Storytelling Platform

Best YQODIASTORY6 Shayari, Status, Quotes, Stories

Find the Best YQODIASTORY6 Shayari, Status, Quotes from top creators only on Nojoto App. Also find trending photos & videos about

  • 3 Followers
  • 3 Stories

koushik lenka

ଆଜିର yostowrimoଓଡ଼ିଆ ରେ ଲେଖନ୍ତୁ ଏକ ଅଣୁଗଳ୍ପ ଅବା ଲଘୁକଥା ଉପରୋକ୍ତ ବିଷୟରେ (Abstract Thought). ସମ୍ପୂର୍ଣ୍ଣ ଗଳ୍ପକୁ ପୃଷ୍ଠା ମଧ୍ୟରେ ହିଁ ଲେଖନ୍ତୁ। #YQODIASTORY6 #Yqbhaina #yqodia #munodia #Collab #YourQuoteAndMine Collaborating with YourQuote Bhaina #YoStoWriMoଓଡ଼ିଆ

read more
ପବନ ଜହ୍ଲାଦ ଆସି ତିହାର ଜେଲରେ ପହଞ୍ଚି ସାରିଲାଣି। ତିହାର ଜେଲର ଗେଷ୍ଟ ହାଉସ୍ ରେ ସେ ଏବେ ବିଶ୍ରାମ ନେବେ। ଆଜି ବୁଧବାର। ଆସନ୍ତା ଶୁକ୍ରବାର ଦିନ ଭୋର୍ ୫.୩୦ ସକାଳ ସମୟରେ ମହାମାଣ୍ୟ କୋର୍ଟ ଙ୍କ ନିର୍ଦ୍ଦେଶ କ୍ରମେ, ବହୁ ପ୍ରତିକ୍ଷିତ ନିର୍ଭୟା ହତ୍ୟାକାଣ୍ଡ ର ଚାରି ଜଣ ଦୋଷୀଙ୍କୁ ସେ ଫାଶୀ ରେ ଝୁଲାଇବ। ମଝିରେ ମାତ୍ର ଗୋଟିଏ ଦିନ। ଏଇ ଗୋଟିଏ ଦିନରେ ଚାରି ଆସାମୀ ଙ୍କ ର କୁଶ ପୁତ୍ତଳିକା ସଜାଇ ସେ ଫାଶୀ ଦେବାର ଅଭ୍ୟାସ କରିବ। ଯେମିତି ସାରା ଦେଶବାସୀ ଅପେକ୍ଷା କରିଚାହିଁ ରହିଛନ୍ତି କେତେବେଳେ "ଘଣ୍ଟା କଣ୍ଟା" ଆଉ ମିନିଟ୍ କଣ୍ଟା ର ପାଞ୍ଚ ସ୍ଥାନ ପାଖରେ ମିଳନ ଘଟିବ। ସବୁଠି ନିରବତା ର ଛାୟା ଚିତ୍ର। ଆସାମୀ ମାନଙ୍କର ମୁହଁ କୁ କଳା କନା ରେ ଘୋଡ଼େଇ ସାରିଲାଣି ପବନ ଜହ୍ଲାଦ। ସବୁ ଖବର ପ୍ରସାରଣ ଚ୍ୟାନେଲ ଗୁଡ଼ିକ ଚାହିଁ ରହିଛନ୍ତି। ଅନେକ ଖବର କାଗଜ ର ସାମ୍ବାଦିକ ମଣ୍ଡଳୀ ନିଜ କଲମ ର ଶେଷ ସ୍ପର୍ଶ ଦେବାକୁ ବସିଛନ୍ତି। ହଠାତ୍ ଏକ ମୃଦୁ ଶବ୍ଦ, ଏ ଶବ୍ଦ ଥିଲା ବିଜୟର ଶବ୍ଦ। ଦୀର୍ଘ ସାତବର୍ଷ ଧରି ଅପେକ୍ଷା କରିଥିବା ଗୋଟେ ମା'ର ଲୁହର ନ‌ଈରେ ବନ୍ଧ ପଡ଼ିବା ବେଳର ଶବ୍ଦ। ଆଉ ଶେଷରେ ସାରା ଭାରତ ବର୍ଷରେ ଖବର ପ୍ରସାରଣ ହୁଏ ନିର୍ଭୟା କୁ ମିଳିଲା ନ୍ୟାୟ। ଖାଲି ନିର୍ଭୟା ନୁହଁ ଅତ୍ୟାଚାର, ବ୍ୟଭିଚାର ରେ ଶିକାର ହେଉଥିବା ପ୍ରତିଟି ନାରୀ କୁ ମିଳିଥିଲା ଯଥୋଚିତ ସମ୍ମାନ। ଅଦିନ ରେ ଅନେକ ସ୍ଥାନରେ ଫରଫର ହେଇ ଉଡ଼ୁଥିଲା ତ୍ରିରଙ୍ଗା ପତାକା। ଗଗନ ପବନ ପ୍ରକମ୍ପିତ ହୋଇ ଉଠିଲା, ଶୁଭୁଥିଲା
 "ଭାରତ ମାତା କି ଜୟ"। ଆଜିର #yostowrimoଓଡ଼ିଆ ରେ ଲେଖନ୍ତୁ ଏକ ଅଣୁଗଳ୍ପ ଅବା ଲଘୁକଥା ଉପରୋକ୍ତ ବିଷୟରେ (Abstract Thought). ସମ୍ପୂର୍ଣ୍ଣ ଗଳ୍ପକୁ ପୃଷ୍ଠା ମଧ୍ୟରେ ହିଁ ଲେଖନ୍ତୁ।

#YQODIASTORY6 #yqbhaina #yqodia #munodia #collab   #YourQuoteAndMine
Collaborating with YourQuote Bhaina

Snigdharani Panda

Tik tik sound krke ghadi k kaante chal rahe the... Ek ladki ek book pakad ke byast bibrat ho ke book k pages palta rahi thi... Sayad wo kisi ka intezar kar rhi thi... Isliye book pakadte hua bhi padh nhi paa rhi thi... Ghadi k kaante dhire dhire 6 se jake 7 ke pass pahunch gaya... Samay shaam ke 7 baj rhe the... Suddenly phone bajne lagaa... Turant hi ladki phone uthake bat ki... Us side se koi bola, "10 min me pahunch rha hu." Ladki ki khusi dekhne layak thi... Sayad wo jiske liye intezaar kr r #Collab #YourQuoteAndMine #yqodia #Yqbhaina #munodia #YoStoWriMoଓଡ଼ିଆ #YQODIASTORY6

read more
        ଟିକ୍ ଟିକ୍ ଶବ୍ଦ କରି ଘଣ୍ଟାର କଣ୍ଟା ଗୁଡ଼ିକ ଚାଲିଥାନ୍ତି। ଝିଅଟି ଗୋଟିଏ 
ବହିଧରି ବ୍ଯସ୍ତ ବିବ୍ରତ ଭାବରେ ସେ ବହିର ପୃଷ୍ଠା ଗୁଡ଼ିକୁ ଓଲଟେଇ ଚାଲିଥାଏ। 
ବୋଧହୁଏ ସେ କାହାକୁ ଅପେକ୍ଷା କରି ବସିଥିଲା। ସେଥିପାଇଁ ବହି ଧରିଥିଲେ ବି 
ପଢ଼ି ପାରୁ ନଥାଏ। ଘଣ୍ଟା କଣ୍ଟା ଧୀରେ ଧୀରେ ୬ ପାଖରୁ ଯାଇ ୭ରେ 
ପହଞ୍ଚିଲା। ସମୟ ସେତେବେଳେ ସନ୍ଧ୍ଯା ୭ଟା। ହଠାତ୍ ପାଖରେ ଥିବା 
ଫୋନ୍ ଟି ବାଜି ଉଠିଲା। ତତକ୍ଷଣାତ ଫୋନ୍ ଉଠେଇଲା ଝିଅଟି। 
ସେପଟୁ କେହିଜଣେ କହିଲା, "ମୁଁ ଆଉ ୧୦ ମିନିଟରେ ଯାଇ ପହଞ୍ଚୁଛି।"
ଝିଅଟିର ଖୁସି କହିଲେ ନସରେ। ବୋଧହୁଏ ସେ ଯାହା ପାଇଁ ଏତେ 
ବ୍ଯସ୍ତ ହୋଇ ଅପେକ୍ଷା କରିଥିଲା, ସେ ଆସିବାର ସମୟ ହେଇଗଲା। 
୧୦ ମିନିଟ୍ ଯାଏଁ ସେ ସେମିତି ଘଣ୍ଟା କଣ୍ଟାକୁ ଚାହିଁ ବସିଥାଏ। ଶେଷରେ 
ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ତା'ର ମନର ମଣିଷ ତା' ପାଖକୁ ଆସିଲେ। 
ତାଙ୍କ ଖୁସି ଦେଖି ଘଣ୍ଟା କଣ୍ଟା ମଧ୍ଯ କିଛି ସମୟ ଅଟକି ଯାଇଥିଲା ଓ 
ସେମାନଙ୍କ ଖୁସିରେ ବହୁତ ଖୁସି ହେଇଥିଲା।  Tik tik sound krke ghadi k kaante chal rahe the... Ek ladki ek book pakad ke byast bibrat ho ke book k pages palta rahi thi... Sayad wo kisi ka intezar kar rhi thi... Isliye book pakadte hua bhi padh nhi paa rhi thi... Ghadi k kaante dhire dhire 6 se jake 7 ke pass pahunch gaya... Samay shaam ke 7 baj rhe the... Suddenly phone bajne lagaa... Turant hi ladki phone uthake bat ki... Us side se koi bola, "10 min me pahunch rha hu." Ladki ki khusi dekhne layak thi... Sayad wo jiske liye intezaar kr r

Jyotshna Rani Sahoo

ଶୀଘ୍ର ଡାକ୍ତରଖାନା ନିଅ ଦାଦାଙ୍କୁ,ତାଙ୍କୁ ନିଃଶ୍ୱାସ ନବାରେ କଷ୍ଟ ହେଲାଣି, ଆମ୍ବୁଲାନ୍ସ କୁ କଲ୍ କର କହି ଏମିତି ଛଟପଟ ହେଉଥିଲା ଲିପୁନ୍ ତାର ବାପା ଙ୍କ ଦାଦାଙ୍କୁ ଦେଖି। ବାପା ବୋଉକୁ ବାରମ୍ବାର ପାଟି କରିବାରେ ଲାଗୁଥାଏ।ଦାଦାଙ୍କ ନିଜ ପୁଅଝିଅ ନ ଥିଲେ ସେଥିପାଇଁ ତାଙ୍କ ବଡ଼ଭାଇ ର ସାନ ପୁଅକୁ ପୋଷ୍ୟପୁତ୍ର କରିଥିଲେ ଆଉ ଲିପୁନ ତାଙ୍କ ପୁଅ।ସେ ଛୋଟ ଥିଲା ବେଳୁ ନିଜ ଜେଜେ ମା ଆଉ ଜେଜେ ବାପାଙ୍କୁ ହରେଇଛି ଯାହା ସ୍ନେହ ପାଇଛି ଦାଦାଙ୍କଠୁ।ବାପା ବୋଉ ଦାଦା କହନ୍ତି ବୋଲି ସେ ବି ଦାଦା କହୁଛି ଛୋଟରୁ। ପିଲା ବେଳୁ କେତେ ଗପ ଶୁଣିଛି,ସୁଖ ଦୁଃଖ ହେଇଛି,ତାଙ୍କୁ ନେଇ ବହୁତ୍ ସ୍ନେହ ଆଉ ମାୟା ତାର।ବାପା ବୋଉ ତାଙ #Collab #YourQuoteAndMine #yqodia #Yqbhaina #munodia #YoStoWriMoଓଡ଼ିଆ #YQODIASTORY6

read more
ଶୀଘ୍ର ଡାକ୍ତରଖାନା ନିଅ ଦାଦାଙ୍କୁ,ତାଙ୍କୁ ନିଃଶ୍ୱାସ ନବାରେ କଷ୍ଟ ହେଲାଣି, ଆମ୍ବୁଲାନ୍ସ କୁ କଲ୍ କର କହି ଏମିତି ଛଟପଟ ହେଉଥିଲା ଲିପୁନ୍ ତାର ବାପା ଙ୍କ ଦାଦାଙ୍କୁ ଦେଖି। ବାପା ବୋଉକୁ ବାରମ୍ବାର ପାଟି କରିବାରେ ଲାଗୁଥାଏ।ଦାଦାଙ୍କ ନିଜ ପୁଅଝିଅ ନ ଥିଲେ ସେଥିପାଇଁ ତାଙ୍କ ବଡ଼ଭାଇ ର ସାନ ପୁଅକୁ ପୋଷ୍ୟପୁତ୍ର କରିଥିଲେ ଆଉ ଲିପୁନ ତାଙ୍କ ପୁଅ।ସେ ଛୋଟ ଥିଲା ବେଳୁ ନିଜ ଜେଜେ ମା ଆଉ ଜେଜେ ବାପାଙ୍କୁ ହରେଇଛି ଯାହା ସ୍ନେହ ପାଇଛି ଦାଦାଙ୍କଠୁ।ବାପା ବୋଉ ଦାଦା କହନ୍ତି ବୋଲି ସେ ବି ଦାଦା କହୁଛି ଛୋଟରୁ। ପିଲା ବେଳୁ କେତେ ଗପ ଶୁଣିଛି,ସୁଖ ଦୁଃଖ ହେଇଛି,ତାଙ୍କୁ ନେଇ ବହୁତ୍ ସ୍ନେହ ଆଉ ମାୟା ତାର।ବାପା ବୋଉ ତାଙ୍କୁ ଅଲଗା ଜାଗାରେ ଖାଇବାକୁ ଦିଅନ୍ତି ଆଉ ସେ ଜିଦ୍ କରେ ନିଜ ସାଙ୍ଗେ ଖୁଆଇ ବାକୁ ସେ କିଛି ବୁଝିପାରେ ନାହିଁ।ବୋଉ ବହୁତ୍ ସରଳ ଭାଷାରେ ବୁଝାଇ ଦିଏ ସେ ଗୁରୁଜନ ତାଙ୍କୁ ସମ୍ମାନ କରି ଅଲଗା ଖାଇବାକୁ ଦିଆ ହୁଏ ଯେମିତି ଠାକୁରଙ୍କୁ।ନିରୀହ ମନ ତାର ବୁଝାଇବାରେ ବୁଝିଯାଏ। ଆମ୍ବୁଲାନ୍ସ ନୁହଁ ଗୋଟେ କାର୍ ଟେ ଦୁଆର ମୁହଁରେ ପହଞ୍ଚିଲା ଆଉ ସବୁ ସାମାନ ଯୋଗାଡ଼ ହେଲା ହେଲେ ବୋଉ କଣ ଗୋଟେ ଭୁଲିଯାଇ ଦଉଡ଼ି ଗଲା ଘରକୁ ଆଣିବା ପାଇଁ।ଡାକ୍ତରଖାନା ଯିବା ଆଗରୁ ତହସିଲ କାର୍ଯ୍ୟାଳୟ ଗଲେ ତାଙ୍କ ନାଁ ରେ ଥିବା ସମ୍ପତ୍ତିକୁ ଦଖଲ କରିବା ପାଇଁ।ସେ ନିରୀହ ଆତ୍ମା ସବୁଥିରୁ ଅଜଣା ନିଜ ବାପା ବୋଉଙ୍କୁ ଆଦର୍ଶ ମାନୁଛି।ଏବେ ଡାକ୍ତରଖାନା ରେ ଦାଦାଙ୍କ ଚିକିତ୍ସା ଚାଲିଛି , ଲିପୁନ୍ ଦେଖୁଛି ସେ ଟିକ୍ ଟିକ୍ କରୁଥିବା ସେ ଘଣ୍ଟା କଣ୍ଟା କୁ କେବେ ସେ ଭଲ ହେବେ ଆଉ ଘରକୁ ଯିବେ।ଆଉ ତା ବାପା ବୋଉ ବି ସେ ଘଣ୍ଟା କଣ୍ଟା କୁ ଅନେଇ ରହିଛନ୍ତି ଆଉ କେତେ ସମୟ ତାଙ୍କ ନିଃଶ୍ୱାସ ଚାଲିବ।
 ଶୀଘ୍ର ଡାକ୍ତରଖାନା ନିଅ ଦାଦାଙ୍କୁ,ତାଙ୍କୁ ନିଃଶ୍ୱାସ ନବାରେ କଷ୍ଟ ହେଲାଣି, ଆମ୍ବୁଲାନ୍ସ କୁ କଲ୍ କର କହି ଏମିତି ଛଟପଟ ହେଉଥିଲା ଲିପୁନ୍ ତାର ବାପା ଙ୍କ ଦାଦାଙ୍କୁ ଦେଖି। ବାପା ବୋଉକୁ ବାରମ୍ବାର ପାଟି କରିବାରେ ଲାଗୁଥାଏ।ଦାଦାଙ୍କ ନିଜ ପୁଅଝିଅ ନ ଥିଲେ ସେଥିପାଇଁ ତାଙ୍କ ବଡ଼ଭାଇ ର ସାନ ପୁଅକୁ ପୋଷ୍ୟପୁତ୍ର କରିଥିଲେ ଆଉ ଲିପୁନ ତାଙ୍କ ପୁଅ।ସେ ଛୋଟ ଥିଲା ବେଳୁ ନିଜ ଜେଜେ ମା ଆଉ ଜେଜେ ବାପାଙ୍କୁ ହରେଇଛି ଯାହା ସ୍ନେହ ପାଇଛି ଦାଦାଙ୍କଠୁ।ବାପା ବୋଉ ଦାଦା କହନ୍ତି ବୋଲି ସେ ବି ଦାଦା କହୁଛି ଛୋଟରୁ। ପିଲା ବେଳୁ କେତେ ଗପ ଶୁଣିଛି,ସୁଖ ଦୁଃଖ ହେଇଛି,ତାଙ୍କୁ ନେଇ ବହୁତ୍ ସ୍ନେହ ଆଉ ମାୟା ତାର।ବାପା ବୋଉ ତାଙ


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile