Find the Best ଶେଷ Shayari, Status, Quotes from top creators only on Nojoto App. Also find trending photos & videos about ଶà‡à¬·, ଶà‡à¬·à¬°à‡,
Tafizul Sambalpuri
ଶେଷ ବିନ୍ଦୁ ଆଶ୍ରା ଖୋଜୁଥିବା ମଣିଷ ଶୃଙ୍ଖଳ ଲାଗିଥିବା ଗୋଡକୁ ଘୋଷାରି ଘୋଷାରି ଆଗେଇବ ବୋଲି ଅହରହ ଚେଷ୍ଟା କରି ଚାଲିଛି ଆହାର, ଘର, ବସ୍ତ୍ରର ସନ୍ଧାନ ଆଉ, ଫିମ୍ପି ମାରିବାକୁ ବସିଥିବା ସ୍ଵପ୍ନର ଗଣ୍ଠିଲିର ଭାର ପିଠିରେ ଲଦି ଯେ ଯାହା ବାଟରେ ଚାଲିଛନ୍ତି ମଣିଷ ଏମିତି ଅନେକ ସ୍ଵପ୍ନର ଗଣ୍ଠିଲି ନେଇ ଭଗ୍ନ ହୃଦୟ, ଆଉ ସ୍ଵାଭିମାନର ଅଳନ୍ଧୁ ଲଗା ଜୀବନ ଗଳିରେ ମେଞ୍ଚାଏ ଆଲୁଅ ଦୃଶ୍ୟମାନ ହୁଏ କିଛି ଧୋବ ଫରଫର ଆଗନ୍ତୁକଙ୍କ ଶୋଷିଲା ବାଣୀରେ ଥରକୁ ଥର ପୁଣି ସୂର୍ଯ୍ୟ ଉଇଁବା ଆଗରୁ ଗଢିଉଠେ ଆଉ କିଛି ମହଲ ସେମାନଙ୍କ ଗଳିରେ ଗରିବର ଦ୍ଵାହି ଦେଇ ଗରିବଙ୍କୁ ଖତେଇ ହେବା ପାଇଁ ଅପ୍ରତ୍ୟାଶିତ ତ ଏଠି କିଛି ନୁହେଁ ତେବେ ଏ ମଣିଷ ମାନେ କଣ ଅପ୍ରତ୍ୟାଶିତ ନା ସମଗ୍ର କାହାଣୀର ଏକ ଶେଷ ବିନ୍ଦୁ ମାତ୍ର । ତଫିଜୁଲ ହୋସେନ ଚିପିଲିମା, ସମ୍ବଲପୁର 9439221989 ©Tafizul Sambalpuri #ଶେଷ ବିନ୍ଦୁ
#ଶେଷ ବିନ୍ଦୁ #କବିତା
read moreTafizul Sambalpuri
ଶେଷ ଇଚ୍ଛା ଥକି ପଡ଼ି କୋହ ଗୁଡିକ ବାଲିର ଚାଦର ଓଢି କେଉଁ କାଳରୁ ଶୋଇ ପଡିଲେଣି ବାଲିଝଡ଼ ଅସ୍ତବ୍ୟସ୍ତ କରିପାରିନି ଭାବନାର ଶେଷ ଯାତ୍ରାକୁ ମିଳେଇ ଗଲେଣି ଅସ୍ଥି ମଜ୍ଜା ସହ ରାତି ପରେ ରାତି ଅସରନ୍ତି ରାତି ଆକାଶରେ ଚମକୁଥିବା ତାରା ଆଉ ଜହ୍ନର ଶୀତଳତା ମଧ୍ୟ ଅସହାୟ ମାତ୍ର କିଛି ପଦ ଚିହ୍ନର ଅବଶିଷ୍ଟାଂଶ ଅପେକ୍ଷା କରିଛନ୍ତି ଆକାଶକୁ ଚାହିଁ କେଇ ବୁନ୍ଦା ବର୍ଷାକୁ ଅପେକ୍ଷା କରି ଏକ ମାତ୍ର ଅଭିଳାଷ ସେମାନଙ୍କର ଅଗ୍ନି ବିହନ ଚିତାରେ ଜଳିଜଳି ଚିରକାଳ ପାଇଁ ନିଶ୍ଚହ୍ନ ହେବାକୁ । ©Tafizul Sambalpuri #ଶେଷ ଇଚ୍ଛା
#ଶେଷ ଇଚ୍ଛା #କବିତା
read moreManas Ranjan Yadav
#ଶେଷ କବିତା କେବେ ଆସିବ ସେଇ ଦିନ, ଯାହା ପାଇଁ ଲେଖେ ମୁଁ, ଯାହାକୁ କବିତାରେ ଖୋଜେ ମୁଁ, ଯାହା ପାଇଁ ଜୋରରେ ଧକ ଧକ କରେ ଏ ହୃଦୟ ସ୍ପନ୍ଦନ....... ତାକୁ ଦେଖିବାକୁ, ପ୍ରେମ କରିବାକୁ, ଦେଖେ ଦିନ ରାତି ଗୋଟେ ସପନ କେବେ ଆସିବ ସେଇ ଦିନ....... ପ୍ରେମ ପାଇଁ ଚାହେଁ ପ୍ରେମିକ ଟେ ହେବାକୁ, ତା ରାଗ ରୁଷା ଅଭିମାନ ସବୁତକ ସହିବାକୁ ଏ ମନ ଖୋଲି ତାକୁ ହୃଦୟର ଅକୁହା କଥା କହିବାକୁ କିନ୍ତୁ କେହି ଜଣେ ଶୁଣିବାକୁ ଥିଲେତ??? କେବେ ଆସିବ ସେଇ ଦିନ ଯାହା ପାଇଁ ଭାବରେ ଭରା ଏହି ମନ....... ଯଦି ଆସେ ସିଏ ଏ ଜୀବନେ ଘର ତୋଳିଦେବି ଏ ମୋ ମନେ କିନ୍ତୁ ସେଇ ଘରେ ରହିବାକୁ ନାହିଁ କୋଉ ରାଣୀ ତାକୁ ଖୋଜିବୁଲେ ରାତିରେ ମୋ ବନ୍ଦ ଚାହାଣୀ କେବେ ଆସିବ ସେଇ ଦିନ ପୂର୍ଣ୍ଣ ହବ ମୋର ଏ ସପନ....... ସପନ'ତ ଆସେ ନୀତି ରାତିରେ ଆଶା ଆକାଂକ୍ଷାକୁ ନେଇ ସାଥିରେ କିନ୍ତୁ ଧୀରେ ଧୀରେ ସବୁ ହୋଇ ଚାଲିଛି ଧୂଳିସାତ କାହିଁକି ନା ଜାଣେନା କେବେ ଆସିବ ସେଇ ଦିନ ଅମାବାସ୍ୟା ରାତିରେ ଦେଖିବି ମୁଁ ମୋ ପୂର୍ଣ୍ଣିମାର ଜହ୍ନ......... ଟିକେ ତାକୁ ଗେଲ୍ହ କରିବି ତା ସହ ଟିକେ ଲଢ଼ିବି ତା ସହ ମୋ ସପନର ସୁନାସଂସାରକୁ ସତରେ ମୁଁ ଗଢିବି କେବେ ଆସିବ ସେଇଦିନ ସତ ହବ ମୋର ସପନ.... #shadesoflife
About Nojoto | Team Nojoto | Contact Us
Creator Monetization | Creator Academy | Get Famous & Awards | Leaderboard
Terms & Conditions | Privacy Policy | Purchase & Payment Policy Guidelines | DMCA Policy | Directory | Bug Bounty Program
© NJT Network Private Limited